Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଦଳରୁ ବିଧାୟକ ଆଶାୟୀ ପ୍ରାର୍ଥୀ

କଳାହାଣ୍ଡି, ୦୧/୦୩ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲାରେ ୫ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ସେଗୁଡିକ ହେଲା ଭବାନୀପାଟଣା ନିର୍ବାଚନ ମଣ୍ଡଳୀ, ନର୍ଲା ନିର୍ବାଚନ ମଣ୍ଡଳୀ, ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ, ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଏବଂ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ∣ ଏହି ୫ ଟି ନିର୍ବାଚନ ମଣ୍ଡଳୀ ଭିତରୁ ସବୁଠୁ ଗୁରୁତ୍ୱ ପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ହେଉଛି ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ∣ କାରଣ ଗତ ୨୦୧୯ ସାଧାରଣ ନିର୍ବାଚନରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରେ ବିଜେପିକୁ ସଫଳତା ମିଳିଥିଲା ଏବଂ ବିଜେଡିକୁ କଳାହାଣ୍ଡି ଜିଲ୍ଲାରେ ନିର୍ବାଚନୀ ଧକ୍କା ଲାଗିଥିଲା ∣ ଯାହାଦ୍ୱାରା ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଦଳ ଯେକୌଣସି ମତେ ଏହି ଭବାନୀପାଟଣା ନିର୍ବାଚନ ମଣ୍ଡଳୀରେ ବିଜୟୀ ଶଙ୍ଖ ବଜାଇବା ପାଇଁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି ∣ ସାରା ଓଡିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଜେଡି ସୁପ୍ରିମୋ ତଥା ସଭାପତି ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ଏବଂ ସାଧାରଣ ଜନତାଙ୍କ ସେବା ମନବୃତି ଯୋଗୁଁ ଗତ ଥର କଳାହାଣ୍ଡି ଜିଲ୍ଲାରୁ ୪ ଟି ବିଜେଡି ବିଧାୟକ ବିଜୟ ଲାଭ କରିଥିବା ବେଳେ ଭବାନୀପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ବିଜେପିର ହେ୍ୱି ୱେଟ ନେତା ପ୍ରଦୀପ କୁମାର ନାଏକ ସମୁଦାୟ ୬୩୦୬୩ ଭୋଟ ଯାହାର ଶତକଡା ୩୮.୩୧% ଭୋଟ ପାଇ ବିଜୟ ଲାଭ କରିଥିଲେ ∣ ଏବଂ ତାଙ୍କ ପ୍ରତିଦ୍ବନ୍ଦୀ କଂଗ୍ରେସ ଦଳର ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ବିଜେଡି ଦଳରେ ସାମିଲ ହୋଇ ବିଜେଡି ଟିକଟ ଆଣି ନିର୍ବାଚନ ଲଢ଼ିଥିଲେ ଯାହା ବିଜେଡିର ଗୋଷ୍ଠୀ କନ୍ଦଳ ଯୋଗୁଁ ତାଙ୍କୁ ଜିଲ୍ଲାର ବିଜେଡି ବରିଷ୍ଠ କର୍ମକର୍ତା ମାନେ ଗ୍ରହଣ କରିନଥିଲି ଯାହାଦ୍ୱାରା ବିଜେଡିରୁ ଦୁଷ୍ମନ୍ତ ନାଏକ ୫୮୩୭୯ ଭୋଟ ଯାହାର ଶତକଡା ୩୫.୭୫% ଭୋଟ ପାଇ ସମୁଦାୟ ୪୬୮୪ ଭୋଟ ବ୍ୟବଧାନରେ ପରାଜୟ ହୋଇଥିଲେ ∣ ସେହିପରି କଂଗ୍ରେସ ଦଳରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କ ପୁଅ ସାଗର ଚରଣ ଦାସ ନିର୍ବାଚନ ଲଢ଼ିଥିବାରୁ ଭୋଟରଙ୍କ ଚିନ୍ତାଧାରା ଅନୁଯାଇ ଏହା ଘରୋଇ ରାଜନୀତି ଚାଲିଛି ବାପା କଂଗ୍ରେସରୁ ସାଂସଦ ପ୍ରାର୍ଥୀ ହେଉଛନ୍ତି ଏବଂ ପୁଅ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ବୋଲି କହି ଭୋଟର ତାଙ୍କୁ ଗ୍ରହଣ କରିନଥିଲେ ଯାହା ସେ ୩୫୪୯୪ ଭୋଟ ଯାହାର ଶତକଡା ୨୧.୫୬% ଭୋଟ ପାଇ ତୃତୀୟ ସ୍ଥାନରେ ରହିଲେ ଏବଂ ବାପା ଭକ୍ତ ଚରଣ ଦାସ ମଧ୍ୟ ଲୋକସଭା ଆସନରେ ସାଂସଦ ପ୍ରାର୍ଥୀ ହୋଇ ଲଢ଼ି ତୃତୀୟ ସ୍ଥାନରେ ରହିଥିଲେ ∣
କିନ୍ତ ବର୍ତ୍ତମାନ କଳାହାଣ୍ଡି ରାଜନୀତିରେ ଭବାନୀପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି ଗୁରୁତ୍ୱ ପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ କାରଣ ଏଠାରେ ବିଜେପି ବିଧାୟକ ତଥା ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ କୁମାର ନାଏକ ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଧାୟକ ଭାବରେ ବିଜୟ ଲାଭ କରିଥିବାରୁ ଏହି ଭବାନୀପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ବିଜେଡି ସୁପ୍ରିମୋ ତଥା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ବିଜେଡି ହାତକୁ ନେବା ପାଇଁ କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଦେଇ ଭୋଟରଙ୍କୁ ଆକର୍ଷଣ କରୁଛନ୍ତି ଏବଂ ସରକାରଙ୍କ ବିଭିନ୍ନ ମୌଳିକ ସୁବିଧା ଗୁଡିକ ଘରେ ଘରେ ପହଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି ∣ ଯେପରି କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଠାରେ ସହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ, ମାଁ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ, ନୂତନ ବସଷ୍ଟାଣ୍ଡ, ୫ ଟି ସ୍କୁଲ ରୂପାନ୍ତରିକରଣ, ମିଶନ ଶକ୍ତି ମାଁ ଙ୍କୁ ୫ ଲକ୍ଷ ଟଙ୍କାର ଋଣ ପ୍ରଦାନ, ମିଶନ ଶକ୍ତି ମେଲେଟ ମିଶନ ଯୋଜନା , ବସୁଧା ଯୋଜନା, ଜାଗା ମିଶନ, ଲକ୍ଷ୍ମୀ ବସ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମମତା ଯୋଜନା, ୫ ଟଙ୍କାର ଆହାର ଏବଂ ଆମ ଓଡିଶା ନବୀନ ଓଡିଶାରେ ପ୍ରତେକ ଗ୍ରାମ ପଞ୍ଚାୟତକୁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୫୫ କୋଟି ଟଙ୍କା ମଞ୍ଜୁର କରି କଳାହାଣ୍ଡି ଜିଲ୍ଲାକୁ ଭୁକର ଭୋଗଳ ଠୁ ଆରମ୍ଭ କରି ଆଜି ବିକାଶ ପଥେ ଆଗେଇ ନେଇଛନ୍ତି ∣ ଯାହା ଫଳରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ମଧ୍ୟ ବିଜେଡିର ଜୟ ନିଶ୍ଚିତ ବୋଲି ଆଲୋଚନା ହେଉଛି କିନ୍ତୁ ଭବାନୀପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀ ସଂରକ୍ଷିତ ଥିବା ଯୋଗୁଁ ବିଜେଡିର ବରିଷ୍ଠ କର୍ମକର୍ତା ଏବଂ ଯୁବ ଗୋଷ୍ଠୀ ମାନେ ମଧ୍ୟ ଆଶାୟୀ ଥିବା ଜଣାପଡୁଛି ∣ ଏବେ ସମସ୍ତ କର୍ମୀ ମହଲରେ ବିଜେଡିର ନୂତନ ବିଚାରଧାରାରେ କାର୍ଯ୍ୟ କରି ଯୁବ ଗୋଷ୍ଠୀ, ମହିଳା ଗୋଷ୍ଠୀ, ଛାତ୍ର ଗୋଷ୍ଠୀ, ମିଶନ ଶକ୍ତିରେ ଥିବା ମହିଳା ମାନେ ପରିବର୍ତ୍ତନ ଚାହୁଁଛନ୍ତି ଏବଂ ନୂତନ ଚେହେରା ଦେଖିବାକୁ ଇଚ୍ଛା ପ୍ରକାଶ କରୁଥିବା ଜନସାଧାରଣ ଏବଂ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ∣ ବିଜେଡି ଦଳରୁ ସଂଘଠନକୁ ମଜବୁତ କରିବା ପାଇଁ ୨ ଜଣ ଯୁବ ନେତା ଯାହାଙ୍କ ସାଙ୍ଗଠନିକ ପ୍ରତିଭା ଥିବା ଦେଖି ଆମ ଓଡିଶା ନବୀନ ଓଡିଶାର ଭବାନୀପାଟଣା ଉପଖଣ୍ଡ ସଂଯୋଜକ ଭାବରେ ବଦ୍ରିନାରାୟଣ ପଟ୍ଟନାୟକ ଏବଂ ବିଜେଡି ଦଳ ଭବାନୀପାଟଣା ବ୍ଲକ ସଭାପତି ଭାବରେ ପ୍ରେମ ରଞ୍ଜନ ପାଣିଗ୍ରାହୀଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ଯାହା ସେମାନେ ତୁଲାଇବା ପାଇଁ ପ୍ରସ୍ତୁତ ଥିବା ଜଣାପଡୁଛି ଏବଂ ଆଗାମୀ ନିର୍ବାଚନରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀକୁ ବିଜେଡି ଦଳ ହାତରେ ନେବା ପାଇଁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି ∣ ବିଜେଡି ଦଳରୁ ଆଶାୟୀଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ,ପୂର୍ବତନ ପୌରପାଳିକା ଅଧ୍ୟକ୍ଷା ତଥା ବିଜେଡି ମହିଳା ସଭାନେତ୍ରୀ ଲଳିତା ନାଏକ, ଯୁବ ନେତା ସେନାପତି ନାଏକ, ଚାଷୀ ନେତା ସାମନ୍ତ ଖମାରୀ ,ଯୁବ ନେତା ମଣ୍ଟୁ ନାଏକ ଆଶାୟୀ ଥିବା ବେଳେ କିଛି ସ୍ଥାନରେ ଜଣେ ସରକାରୀ କର୍ମଚାରୀ ବସନ୍ତ ନାଏକଙ୍କ ଟିକଟ ସୁନିଶ୍ଚିତ ହୋଇ ପାରେ ବୋଲି ଜନସାଧାରଣ ଏବଂ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ∣ କାରଣ ଶ୍ରୀ ନାଏକ ମଧ୍ୟ ଗତ ୨୦୧୯ ସାଧାରଣ ନିର୍ବାଚନରେ ଆଶାୟୀ ଥିବା ସହିତ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ସେବା ଯୋଗାଇଥିବା ଏବଂ ସାଧାରଣ ଲୋକଙ୍କ ପ୍ରିୟ ହୋଇଥିବା ଦେଖିବାକୁ ମିଳିଥିଲା ଏବଂ ସେ ଆଜି ମଧ୍ୟ ଜଣେ ସମାଜସେବୀ ଭାବରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରନ୍ତି ଏବଂ ତାଙ୍କ ସୁଖ ଦୁଃଖରେ ସାମିଲ ହେଉଥିବା ସାଧାରଣରେ ଚର୍ଚ୍ଚା ହୁଏ ∣
ଅନ୍ୟ ପଟେ ଭବାନୀପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଦୀପ କୁମାର ନାଏକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶୋଚନୀୟ ଥିବାରୁ ବିଜେପି ଦଳରୁ ରୋହିତ ଦୁର୍ଗା, ଲୋକନାଥ ଦୁର୍ଗା, କେଶରୀ ଦୁର୍ଗା, ଅକୁର ନାଏକ ଏବଂ ଭବସିନ୍ଧୁ ମଙ୍ଗରାଜ ପ୍ରମୁଖ ଆଶାୟୀ ଥିବା ଚର୍ଚ୍ଚା ହେଉଛି ∣
ସେହିପରି କଂଗ୍ରେସ ଦଳରୁ ପୁଣିଥରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କ ପୁଅ ସାଗର ଚରଣ ଦାସଙ୍କ ଟିକଟ ଫାଇନାଲ ହୋଇଥିବା ବେଳେ ଜନତା ଜନାର୍ଦ୍ଦନ କେତେ ଦୂର ଗ୍ରହଣ କରିବେ ତାହା ଆଗାମୀ ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିବ ବୋଲି ବୁଦ୍ଧିଜୀବୀ ଓ ସାଧାରଣରେ ଆଲୋଚନା ହେଉଛି ∣