Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ତ୍ତ ବିଭାଗର ଦୋମୁହାଁ ନୀତି। ଯନ୍ତ୍ରୀ ଠିକାଦାର ସହ ସଲାସୁତୁର କରି ବୋକା ବନାଉଛନ୍ତି ଜଙ୍ଗଲ ବିଭାଗକୁ

କଳାହାଣ୍ଡି, ୦୧/୦୩ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ପୂର୍ତ୍ତ ବିଭାଗ ସବ୍ ଡିଭିଜନ ଅଫିସ୍ ର ନର୍ଲା ଯନ୍ତ୍ରୀ ର ସଞ୍ଜୟ କୁମାର ମଢ଼େଇ ଯୋରାଡୋବ୍ରା ରୁ ମୁଣ୍ଡାପଲା ନିର୍ମାଣ ହେଉଥିବା ରାସ୍ତା ର କାର୍ଯ୍ୟର ଠିକାଦାର ସହ ସଲାସୁତୁରା ହୋଇ ରାସ୍ତା ପାର୍ଶ୍ଵ 50 ରୁ ଉର୍ଦ୍ଧ ଗଛ ଜଙ୍ଗଲ ବିଭାଗକୁ ଅଗୋଚର କରି ଗଛ ଗୁଡ଼ିକୁ ଜେସିବି ମେସିନ ସାହାଯ୍ୟରେ ମୂଳରୁ ନଷ୍ଟ କରିଦେଇଛନ୍ତି। ଏନେଇ ଠିକାଦାର ଙ୍କୁ ପଚାରିବାରୁ ଉତ୍ତର ରେ ପୂର୍ତ୍ତ ବିଭାଗ ସହିତ ଯୋଗାଯୋଗ କରନ୍ତୁ ବୋଲି ପ୍ରକାଶ କରିଥିଲେ। ପୂର୍ତ୍ତ ବିଭାଗ ର ଯନ୍ତ୍ରୀ ମଢ଼େଇ ବାବୁ ଙ୍କୁ ଯୋଗାଯୋଗ କରିବାରୁ ସାର କହିଲେ ଆମେ ଜଙ୍ଗଲ ବିଭାଗ କୁ ପତ୍ର ମାଧ୍ୟମ ଜଣାଇଛୁ ବୋଲି ଉତ୍ତର ଦେଇଯୋଗଯୋଗ ବିଛିନ୍ନ କରିଥିଲେ। ଗଛ କାଟିବା ନେଇ କେସିଙ୍ଗା ରେଞ୍ଜର ପ୍ରଭାତୀ ସେଠ୍ ସହିତ ଯୋଗାଯୋଗ କରି ପୂର୍ତ୍ତ ବିଭାଗ ଦ୍ଵାରା ରାସ୍ତା କଡର ଗଛ କାଟିବା ପତ୍ର ମାଧ୍ୟମ ରେ ପର୍ମିସନ୍ ନେଇଛନ୍ତି କି ବୋଲି ପଚାରିବାରୁ ଉତ୍ତର ରେ ନେଇନଥିବା ପ୍ରକାଶକରି ତୁରନ୍ତ ପଦକ୍ଷେପ ନେଇ ଫରେଷ୍ଟର ପି ବାଗ, ଫରେଷ୍ଟ ଗାର୍ଡ ସଂତୋଷ ଶିକ୍କା ସହିତ ପ୍ଲାଣ୍ଟେସନ ର 2ଜଣ କର୍ମଚାରି ମାନଙ୍କୁ ପ୍ରେରଣ କରି ତନଖି କରିଥିଲେ। ଏନେଇ ପୂର୍ତ୍ତ ବିଭାଗର ଦୋମୁହାଁ ନୀତି ଜଣ ସାଧାରଣ ଚର୍ଚ୍ଚା ହେଉଛି। ଦେଖିବାକୁ ରହିଲା ଜଙ୍ଗଲ ବିଭାଗ କେତେ ଦୂର ପଦକ୍ଷେପ ନେଉଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ