Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣା ବିଜୁ କଲ୍ୟାଣ ମଣ୍ଡପ ଠାରେ ଆନ୍ତର୍ଜାତିକ ହ୍ବିଲ ଚେୟାର ଦିବସ-୨୦୨୪ ପାଳିତ

କଳାହାଣ୍ଡି, ୦୧/୦୩ (ଜଗନ୍ନାଥ ନାଏକ) : ଆଜି ଆନ୍ତର୍ଜାତିକ ହ୍ବିଲ୍ ଚେୟାର ଦିବସ ବିଜୁ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି। ଏଥିରେ ଜିଲ୍ଲା ର ସମସ୍ତ ବ୍ଲକ ଏବଂ ସହରାଞ୍ଚଳ ରୁ ପ୍ରାୟ ୩୦୦ ରୁ ଉର୍ଧ୍ଵ ଦିବ୍ୟାଙ୍ଗ ଭାଇ ଭଉଣୀ ଏବଂ ସେମାନଙ୍କର ସହଯୋଗୀ ଯୋଗ ଦେଇଥିଲେ। ପ୍ରାରମ୍ଭ ରେ ଦିବ୍ୟାଙ୍ଗ ଭାଇ ଭଉଣୀ ହ୍ବିଲ୍ ଚେୟାର ରେ ଏକ ଶୋଭାଯାତ୍ରା ରେ ସାମିଲ ହୋଇ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ବିଜୁ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚି ଥିଲେ। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ପତାକା ଦେଖାଇ ଶୋଭାଯାତ୍ରା କୁ ଶୁଭାରମ୍ଭ କରିଥିଲେ। ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ବିରେନ୍ଦ୍ର କୁମାର କହଁର ଙ୍କ ପୌରହିତ୍ୟ ରେ ଆୟୋଜିତ ଆଜିର କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ତ୍ରିଲୋଚନ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦେଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ଦୁଲାଲ ସେନାପତି , ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଚନ୍ଦନ କୁମାର ବାରିକ, ଜିଲ୍ଲା ଭିନ୍ନକ୍ଷମ ସମିତି ଅଧ୍ୟକ୍ଷ ଶ୍ରୀ ହେମନ୍ତ ତାଣ୍ଡି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ହୁଇଲଚେୟାର ଦିବ୍ୟାଙ୍ଗ ମାନଙ୍କ ପାଇଁ ଅକ୍ଷମତା ର ଚିହ୍ନ ନୁହେଁ ବରଂ ସକ୍ଷମ ଦିଗକୁ ଆଗେଇବାର ଏକ ପ୍ରାଥମିକ ପାହାଚ ଏବଂ ନିଜର ସ୍ଵାଧୀନତା ସହିତ ସମାଜର ମୂଖ୍ୟ ସ୍ରୋତ ରେ ସାମିଲ ହୋଇ ଯାତାୟାତ ର ମାଧ୍ୟମ ହୁଇଲଚେୟାରକୁ ନେଇ ଗର୍ବ ଅନୁଭବ କରିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମ ର ପୂର୍ବଦିନ ଅନୁଷ୍ଠିତ ହୋଇଯାଇଥିବା ହୁଇଲଚେୟାର ଦୌଡ ଏବଂ ହୁଇଲଚେୟାର କ୍ରିକେଟ ମ୍ୟାଚ ରେ କୃତି ଖେଳାଳି ମାନଙ୍କୁ ପୁରସ୍କୃତ କରାଯାଇଥିଲା l ବିଶେଷ ଭାବରେ କୃତି ଅର୍ଜନ କରିଥିବା ପ୍ରତିଭାଙ୍କୁ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା l ଶେଷରେ ଦିବ୍ୟାଙ୍ଗ ଭଉଣୀ ମାନଙ୍କ ଦ୍ବାରା ପରିବେଷଣ କରାଯାଇଥିବା ହୁଇଲଚେୟାର ନୃତ୍ୟ ଦର୍ଶକ ମାନଙ୍କ ମନକୁ ମୋହିତ କରିଥିଲା। ଶେଷରେ କୁନି କୁନି ନୃତ୍ୟାଙ୍ଗନା ମାନେ ସେମାନଙ୍କ ନୃତ୍ୟଦ୍ବାରା ଦିବ୍ୟାଙ୍ଗ ମାନଙ୍କର ମନୋରଞ୍ଜନ କରିବା ସହ ଉପସ୍ଥିତ ଦର୍ଶକ ମାନଙ୍କ ମନ ମୋହିତ କରିଥିଲେ l ଆଜିର କାର୍ଯ୍ୟକ୍ରମ ରେ ବିଭିନ୍ନ ଅନୁଷ୍ଠାନର ସ୍ବେଛାସେବୀ ମାନେ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ