ଗୋପାଳପୁର ୧/୩
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୨୫ ତମ ସମବର୍ତ୍ତନ ଉତ୍ସବ ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡ଼ିଟୋରିୟମ ଠାରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମକୁ ରାଜ୍ୟପାଳ ରଘୁବର ଦାସ ପୌରହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଭାରତର ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଯୋଗ ଦେଇ ବିଭାଗର ଟପ୍ପର ୩୫ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କୁ ସ୍ବର୍ଣ୍ଣ ପଦକ ସହ ପ୍ରମାଣପତ୍ର ପ୍ରଦାନ କରିଥିଲେ l ଡିଲିଟ ୩ ଜଣ,ଡ଼ି ଏସ ସି ଜଣଙ୍କୁ କୁଳାଧିପତି ପଦକ ସହ ପ୍ରମାଣପତ୍ର ପ୍ରଦାନ କରିଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ କହିଥିଲେ କେବଳ ଓଡ଼ିଶାର ଇତିହାସରେ ନୁହେଁ ବରଂ ଭାରତର ଇତିହାସରେ ମଧ୍ୟ ଓଡ଼ିଶାର ଦକ୍ଷିଣାଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଏହି ଭୂମି ଶିକ୍ଷା, ସାହିତ୍ୟ, କଳା ଓ ହସ୍ତଶିଳ୍ପରେ ସମୃଦ୍ଧ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ଏହି ଅଞ୍ଚଳର ପୁତ୍ର, କବିସୂର୍ଯ୍ୟ ବଳଦେବ ରଥ ନିଜ ଲେଖା ମାଧ୍ୟମରେ ଓଡ଼ିଆ ତଥା ଭାରତୀୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ଏହି ଭୂମି ଅନେକ ସ୍ୱାଧୀନତା ସଂଗ୍ରାମୀ, ସହିଦ ଏବଂ ସରକାରୀ କର୍ମଚାରୀଙ୍କ ଜନ୍ମସ୍ଥାନ ଏବଂ କର୍ମକ୍ଷେତ୍ର ମଧ୍ୟ ଅଟେ । ୧୯୬୭ ମସିହାରେ ସ୍ଥାପିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓଡ଼ିଶାର ଦକ୍ଷିଣ ଭାଗର ସର୍ବପୁରାତନ ବିଶ୍ୱବିଦ୍ୟାଳୟ ବୋଲି ରାଷ୍ଟ୍ରପତି କହିଥିଲେ। ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶିକ୍ଷା ଓ ବିକାଶରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଭୂମିକାକୁ ସେ ପ୍ରଶଂସା କରିଥିଲେ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ବିଭାଗ ଓ ଏହାର ଅନୁବନ୍ଧିତ କଲେଜଗୁଡ଼ିକରେ ପାଖାପାଖି ୪୫ ହଜାର ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି ବୋଲି ରାଷ୍ଟ୍ରପତି ଉଲ୍ଲେଖ କରିବା ସହ ୫୫ ପ୍ରତିଶତରୁ ଅଧିକ ଛାତ୍ରୀ ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। କେବଳ ଏତିକି ନୁହେଁ, ସ୍ୱର୍ଣ୍ଣ ପଦକ ବିଜେତାଙ୍କ ମଧ୍ୟରୁ ୬୦ ପ୍ରତିଶତ ହେଉଛନ୍ତି ଝିଅ ଏବଂ ଆଜି ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିବା ଗବେଷକଙ୍କ ମଧ୍ୟରୁ ଅଧା ହେଉଛନ୍ତି ଝିଅ ବୋଲି ମତପୋଷଣ କରିବା ସହ ଲିଙ୍ଗଗତ ସମାନତାର ଏକ ଉତ୍କୃଷ୍ଟ ଉଦାହରଣ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରତିବାଦିତ ବୋଲି ସେ କହିଥିଲେ।ରାଷ୍ଟ୍ରପତି କହିଛନ୍ତି ଯେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଝିଅମାନଙ୍କୁ ସମାନ ସୁଯୋଗ ଦିଆଗଲେ ସେମାନେ ପୁଅମାନଙ୍କୁ ପଛରେ ପକାଇବାର ସମ୍ଭାବନା ରହିଛି । ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ଉଲ୍ଲେଖନୀୟ । କିନ୍ତୁ ଏବେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାଠାରୁ ଆରମ୍ଭ କରି ପୁଲିସ ଓ ସେନା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆମ ଝିଅମାନଙ୍କର ସାମର୍ଥ୍ୟ ଦୃଶ୍ୟମାନ ହେଉଛି। ଏବେ ଆମେ ମହିଳାଙ୍କ ବିକାଶର ପର୍ଯ୍ୟାୟରୁ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଆଡକୁ ଗତି କରୁଛୁ ।
ସମାବର୍ତ୍ତନ କେବଳ ଡିଗ୍ରୀ ପ୍ରାପ୍ତିର ଉତ୍ସବ ନୁହେଁ ବୋଲି ରାଷ୍ଟ୍ରପତି ଛାତ୍ରଛାତ୍ରୀମାନଙ୍କୁ କହିଥିଲେ। ଏହା ସେମାନଙ୍କ କଠିନ ପରିଶ୍ରମ ଏବଂ ସଫଳତାକୁ ସ୍ୱୀକୃତି ଦେବା ପାଇଁ ଏକ ଉତ୍ସବ ମଧ୍ୟ ଅଟେ। ଏହା ଦ୍ୱାରା ନୂଆ ସ୍ୱପ୍ନ ଓ ସମ୍ଭାବନାର ଦ୍ୱାର ଖୋଲିଥାଏ । ଡିଗ୍ରୀ ହାସଲ କରିବା ଶିକ୍ଷାର ଅନ୍ତ ନୁହେଁ ବୋଲି ସେ କହିଛନ୍ତି। ସାରା ଜୀବନ ଶିଖିବା ପାଇଁ ସେମାନଙ୍କର ଉତ୍ସାହ ରହିବା ଉଚିତ୍ । ନିଜର ଜ୍ଞାନ ଓ ବୁଦ୍ଧିକୁ କେବଳ ନିଜ ପାଇଁ ନୁହେଁ ବରଂ ଅନ୍ୟମାନଙ୍କ ପାଇଁ ମଧ୍ୟ ବ୍ୟବହାର କରିବାକୁ ସେ ଅନୁରୋଧ କରିଥିଲେ। ସେ କହିଛନ୍ତି ଯେ ସେମାନେ ରାଷ୍ଟ୍ର ନିର୍ମାଣ ବିଷୟରେ ମଧ୍ୟ ଚିନ୍ତା କରିବା ଉଚିତ ବୋଲି ମତପୋଷଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟପାଳ ମହାମହିମ
ରଘୁବର ଦାସ କାର୍ଯକ୍ରମ ରେ ଅଧ୍ୟକ୍ଷତା କରିବା ସହ ନିଜର ଅଭିଭାଷଣରେ କହିଥିଲେ ନିରନ୍ତର ଶିକ୍ଷାର ପ୍ରକ୍ରିୟା ନୂତନ ଚିନ୍ତାଧାରାକୁ ଗବେଷଣା ମାଧ୍ୟମରେ ଲୋକ ଲୋଚନକୁ ଆଣିବା ପାଇଁ ସବୁବେଳେ ନିଜକୁ ପ୍ରସ୍ତୁତି ରହିବାକୁ ବିଦ୍ୟାର୍ଥୀ ମାନଙ୍କୁ କହିଥିଲେ l ତାହାସହ ଜ୍ଞାନର ପ୍ରୟୋଗ ଦ୍ୱାରା ଆଧୁନିକ ଶକ୍ତିର ସ୍ୱରୁପକୁ ରୂପାନ୍ତିକରଣ କରିବାର ଦକ୍ଷତା ଯୁବ ପିଢ଼ି ପାଖରେ ରହିଛି l ଭାରତର ଅର୍ଥନୀତିକୁ ସଶକ୍ତ, ସୁଦୃଢ ସହ ମହାଶକ୍ତିରେ ପରିଗଣିତ କରିବାର ପ୍ରତିଶୃତି ଆମ ଯୁବ ପିଢ଼ି ନେବା ଜରୁରୀ ବୋଲି କହିବା ସହ ବିଶ୍ୱାସ ଏବଂ ପ୍ରଚେଷ୍ଟା ସଫଳତାର ମୂଳସୂତ୍ର ବୋଲି ମତ ରଖିଥିଲେ lଅନ୍ୟତମ ଅତିଥି ଭାବେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଉପସ୍ଥିତ ରହି ଶିକ୍ଷାର ପ୍ରଚାର ପ୍ରସାର ଗୁଣବତ୍ତାର ଉନ୍ନତି ଦିଗରେ ଗବେଷଣାକୁ ଅତ୍ୟଧିକ ଗୁରୁତ୍ୱାରୋପ ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ ବୋଲି କହିବା ସହ ଭଞ୍ଜ ମାଟି ଭାଷା ଓ ସାହିତ୍ୟକୁ ରିଦ୍ଧିମନ୍ତ କରିଛି, ପୁରାତନ ଗ୍ଲାନି ମାତୃ ଭାଷାର ପୃଷ୍ଟଭୁମିର ଉନ୍ନତି ଦିଗରେ ସମିଳିତ ଏବଂ ସମାଜର ପରାମର୍ଶ ନିତ୍ୟାନ୍ତ କାମ୍ୟ, ଦକ୍ଷିଣ ଓଡିଶା କଳା ସଂସ୍କୃତି ପ୍ରତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବଦାନ ଅତୁଳନୀୟ ବୋଲି କହିଥିଲେ l ଶିକ୍ଷା ଏବଂ ଗବେଷଣାରେ ଅର୍ଥ ବାଧକ ନ ହେବା ପାଇଁ ରାଜ୍ୟ ସରକାରଙ୍କ ଦୁଷ୍ଟାନ୍ତମୂଳକ ପଦକ୍ଷେପ ଉଦାହରଣ ସ୍ୱରୂପ ବିଶ୍ୱବିଦ୍ୟାଳୟର ସଂଖ୍ୟା ୪ରୁ ୧୭ଟି ରେ ପହଞ୍ଚି ପାରିଥିବା ମତ ପୋଷଣ ସହ ସ୍ବତନ୍ତ୍ର ଓଡ଼ିଆ ବିଶ୍ୱବିଦ୍ୟାଳୟ ଗଠନ ଏବଂ ମହିଳା ମହାବିଦ୍ୟାଳୟ ଗଠନ ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ବୋଲି ମତପୋଷଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ବିବରଣୀ ପାଠ କରିଥିଲେ l ଡ଼. ରିତୁ ତିବାରୀ ସଭା ପରିଚାଳନା କରିଥିଲେ l ଏହି ଅବସରରେ ବିଶ୍ଵବିଦ୍ୟାଳୟ ପକ୍ଷରୁ ମହାମହିମ ରାଷ୍ଟ୍ରପତି, ରାଜ୍ୟପାଳ ଓ ମନ୍ତ୍ରୀ ଙ୍କୁ ଉପଢ଼ୌକନ ପ୍ରଦାନ ସହ ଉପହାର ଦେଇ ଅତିଥି ମାନଙ୍କୁ ସମ୍ମାନିତ କରିଥିଲେ lଏହି ଅବସରରେ ରାଜ୍ୟପାଳ ୪୩ ଜଣ ନୂତନ ପି ଏଚ ଡ଼ି ଡିଗ୍ରୀ ଧାରୀଙ୍କୁ ଶପଥ ପାଠ କରାଇଥିଲେ lଆୟୋଜିତ ସମାବର୍ତ୍ତନ ଉତ୍ସବରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, କୁଳସଚିବ ସଚ୍ଚିଦାନନ୍ଦ ନାୟକଙ୍କ ସମେତ ସିଣ୍ଡିକେଟ ମେମ୍ବର,, ବିଭିନ୍ନ ବିଭାଗର ଡ଼ିନ, ଏକାଡେମୀକ କାଉନସିଲ ମେମ୍ବର, ସମାବର୍ତ୍ତନ ଉତୋରିୟ ପକାଇ ପ୍ରଶାସନ କୋଠା ନିକଟରୁ ଶୋଭାଯାତ୍ରାରେ ବାହାରି ସଭା ସ୍ଥଳରେ ପହଞ୍ଚି ଥିଲେ l ସେଠାରେ ରାଷ୍ଟ୍ରପତିଙ୍କୁ ସମାବର୍ତ୍ତନ ଉତୋରିୟ ଦେଇ ସଭା ମଞ୍ଚକୁ ସ୍ୱାଗତ କରି ନେଇଥିଲେ l ସେନା ବ୍ୟାଣ୍ଡ ଦ୍ୱାରା ରାଷ୍ଟ୍ରୀୟ ଗାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ଉତ୍ସବ ରେ ଡ଼. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସୁବାଷ ମହାରଣା, ହୃଷିକେଶ ପାଣିଗ୍ରାହୀ, ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ,ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ, ଉପ କୁଳସଚିବ ଡ଼. ବାବୁଜୀ ସାମଲ, ସହ କୁଳସଚିବ ଡ଼. ସରୋଜ କୁମାର ଦାଶ, ପରୀକ୍ଷା ନିୟନ୍ତ୍ରକ ଡ଼. ସତ୍ୟ ନାରାୟଣ କୁଣ୍ଡ, ଡ଼. ସତ୍ୟବ୍ରତ ପାତ୍ର, ଜିଲ୍ଲା ସୂଚନା ଅଧିକାରୀ ରବି ବେହେରା, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ବ୍ରହ୍ମପୁର ଉପ ଜିଲ୍ଲାପାଳ, ବ୍ରହ୍ମପୁର ଆଇ. ଜି, ଏସ. ପି, ସେନା ଅଧିକାରୀଙ୍କ ସମେତ ଶିକ୍ଷକ, ଅଣ ଶିକ୍ଷକ କର୍ମଚାରୀ, ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l ସଭା ଶେଷରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ବିଶ୍ବବିଦ୍ୟାଳୟ ପରିସରରେ କ୍ରାନ୍ସ ଜେନିକ ଗ୍ରୀନ ହାଉସ, ଡିଜିଟାଲ ଲାଇବ୍ରେରୀ ଷ୍ଟଡ଼ିଓ ଫର ଆଇ ଏଲ ଏମ ଏସ, ନାନୋ ଫୋଟ ନିକ୍ସ ଲେବ କୁ ଉଦଘାଟନ କରିଥିଲେ lଏହି ଅବସରରେ ସ୍ବର୍ଣ୍ଣ ପଦକ ହାସଲ କଲେ ଟପ୍ପର ଛାତ୍ର ଛାତ୍ରୀ ମାନେ ହେଲେ
ପିଜି ବିଭାଗରେ ଉଦ୍ଭିଦ ବିଜ୍ଞାନ ବିଭାଗର ଛାତ୍ରୀ ପୂଜା ଜେନା, ରସାୟନ ବିଜ୍ଞାନର ରୋଜାଲିନ ପରିଡ଼ା, ବାଣିଜ୍ୟ ବିଭାଗର ସୁବ୍ରଜିତ ସ୍ୱାଇଁ, ଅର୍ଥନୀତି ବିଭାଗର ଅପର୍ଣ୍ଣା ନନ୍ଦ, ଇଲୋକଟ୍ରୋନିକ ସାଇନ୍ସର ମହମ୍ମଦ ନୁରାଇଲ ମୁସତାକ, ଇଂରାଜୀ ବିଭାଗର ସିପ୍ରା ବେହେରା, ଇତିହାସ ବିଭାଗର ଅନନ୍ୟା ଅଭିସମୁତା, ଗୃହ ବିଜ୍ଞାନ ବିଭାଗର ରୋଜିନା ସ୍ୱୟଂଶିଦ୍ଧା ସାହୁ, ଆଇ ଆର ଏଣ୍ଡ ପି ଏମ ବିଭାଗର ବୈଶାଖୀ ତ୍ରିପାଠୀ, ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗର କୁମାରୀ ଶିବାନୀ, ଲାଇବ୍ରେରୀ ସାଇନ୍ସର ଜି. ଉମେଶ ରେଡି, ଭାଷା ବିଜ୍ଞାନର ବିଶ୍ଵବର ପଲେଇ, ଆଇନ ବିଭାଗର ପ୍ରଜ୍ଞା ପରମିତା ନାୟକ, ଏମ ବି ଏ ବିଭାଗର ଦେବାଶିଷ ଷଡ଼ଙ୍ଗୀ, ଏମ. ସି. ଏ ବିଭାଗର ପୂଜାରାଣୀ ପଣ୍ଡା, ଏମ ଡ଼ି /ଏମ ଏସ ବିଭାଗର ସତ୍ୟ ସରୂପ ପଟ୍ଟନାୟକ, ନର୍ସିଙ୍ଗ ୨୦୨୩ ବିଭାଗର ମିତା ବୋହିଦାର,୨୦୨୨ ନର୍ସିଙ୍ଗ ରିନୁ ନାୟକ, ମେରାଇନ ବାଇଓଲୋଜି ବୈଶାଖୀ ପଟ୍ଟନାୟକ,ମେରାଇନ ଓସିନୋଗ୍ରାଫି ବିଭାଗର ଅହିଂସା ପ୍ରିୟଦର୍ଶନୀ ସାହୁ, ଗଣିତ ବିଭାଗର ସଶୀକାନ୍ତ ମିଶ୍ର, ଓଡ଼ିଆ ବିଭାଗ ସସ୍ମିତା ସାହୁ, ପଦାର୍ଥ ବିଜ୍ଞାନର ସୋମିଓ ପ୍ରସାଦ ଜେନା, ରାଜନୀତି ବିଜ୍ଞାନର ମାନସୀ ମହାନ୍ତି, ପ୍ରାଣୀ ବିଜ୍ଞାନର ସୋମନାଥ ମୁଦୁଲି, ସ୍ନାତୋକ ପାଠ୍ୟକ୍ରମରେ କଳାରେ ସୁଚିସ୍ମିତା ପଣ୍ଡା, ବିଜ୍ଞାନରେ ବର୍ଷା ପ୍ରଧାନ, ବାଣିଜ୍ୟରେ ଶେଖର ମହାନ୍ତି ସାଇମାନସ, ବିବିଏରେ କେ. ଅନିତା,ବିସିଏ ର କିରଣ କୁମାର ଗୌଡ଼, ବି ଇ ଡ଼ି ଏଜୁକେସନ ଶ୍ରୀକାନ୍ତ କୁମାର ପାଢ଼ୀ, ବି ଲିଭ ସାଇନ୍ସ ର ପୂଜା ମାହୁନ୍ତ, ବି ଏ ଏମ ଏସ ର ବିଭୂତି ଶତପଥୀ, ଏଲ ଏଲ ବି ର ରାଜେଶ କୁମାର ପଣ୍ଡା, ଏମ ବି ବି ଏସ ର ପ୍ରତ୍ୟସା ସ୍ୱାଇଁ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ l