ବୀରମହାରାଜପୁର : (ସୌମିତ୍ରି ମେହେର) ଓଡିଶା ସରକାର ଙ୍କ ଗ୍ରାମ୍ୟ ଉନ୍ନୟନ ଓ ରାସ୍ତା ନିର୍ମାଣ ବିଭାଗ ଦ୍ୱାରା ଶୁକ୍ରବାର ୩୧ କୋଟି ୯0 ଲକ୍ଷ ଟଙ୍କା ରେ ନିର୍ମାଣ ହେବାକୁ ଥିବା ରାସ୍ତା ଏବଂ ବିଜୁ ସେତୁ ର ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଶିଳାନ୍ୟାସ କରିଥିଲେ l ଯୁଧିଷ୍ଠିରପୁର ଜଟେସିଂହା ରାସ୍ତା ୩ କୋଟି ୧୪ ଲକ୍ଷ ୭୫ ହଜାର ଟଙ୍କା , ବଡଖମାର ଡୁମୁରୀ ରାସ୍ତା ୨କୋଟି ୩୪ ଲକ୍ଷ ୯ ହଜାର ଟଙ୍କା , ପଣ୍ଡୁଆ କମିରା ବିଜୁ ସେତୁ ୧୫ କୋଟି ୭୬ ଲକ୍ଷ ୯୪ ହଜାର ଟଙ୍କା , କେନଝିରିଆପାଲି ଗୋଘାଟ ରାସ୍ତା ୫ କୋଟି ୫୯ଲକ୍ଷ ୪୯ ହଜାର ଟଙ୍କା , ଲୁହାଖଣ୍ଡି କେନ୍ଦୁପାଲି ମସିଣାପାଲି ରାସ୍ତା ର ଉନ୍ନତି କରଣ ପାଇଁ ୪ କୋଟି ୨୩ଲକ୍ଷ ୬୯ ହଜାର ଟଙ୍କା ବ୍ୟୟ ରେ ନିର୍ମାଣ ରାସ୍ତା ଭିତ୍ତି ପସ୍ତର ସ୍ଥାପନ କରିଥିଲେ l ଆଜି ଏହି କାର୍ଯ୍ୟକ୍ରମ ରେ ବୀରମହାରାଜପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ଶୟମ୍ଭୁ ନାଥ ଖଣ୍ଡଗିରି , ରଞ୍ଜିତ କୁମାର ରଥ , ସମାଜସେବୀ କିଶୋର କୁମାର ହୋତା , ବିହାରୀ ଲାଲ ମିଶ୍ର , ତୁଳସୀ ଦାସ ହୋତା , ଚିତ୍ତ ରଞ୍ଜନ ଦାଶ , ମଧୁସୂଦନ ପଣ୍ଡା , ଜଟେସିଂହା ସରପଞ୍ଚ ସୁନିତା ପଧାନ , ସମିତି ସଭ୍ୟ ରଶ୍ମିତା ପାଣ୍ଡେ , ଖଣ୍ଡହତା ସମିତି ସଭ୍ୟ ବିନୋବା ନନ୍ଦ ପଧାନ , ବିଭାଗୀୟ ଏସ ଡି ଓ , ଜୁନିୟର ଇଞ୍ଜିନିଅର ପ୍ରମୁଖ ଉପସ୍ଥିତ ଥିଲେ l ବିଭିନ୍ନ ସ୍ଥାନରେ ବିଧାୟକ ଶ୍ରୀ ବେହେରା ଙ୍କୁ ବିପୁଳ ସ୍ୱାଗତ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା l ଉକ୍ତ ରାସ୍ତା ଜନସାଧାରଣ ଙ୍କ ପାଇଁ ଜୀବନ ରେଖା ପାଲଟିବ ବୋଲି ବିଧାୟକ ପ୍ରକାଶ କରିଥିଲେ l ଉକ୍ତ କାର୍ଯ୍ୟ କୁ ଠିକାଦାର ଜୟରାମ ପୂଜାରୀ , ରାଜେନ୍ଦ୍ର ଚାନ୍ଦ , କୁଶ କୁମାର ସାହୁ ପ୍ରମୁଖ ସମ୍ପାଦନା କରିବେ ବୋଲି ଜଣାଯାଇଛି l
ପଣ୍ଡୁଆ କମିରା ରାସ୍ତା ବିଜୁ ସେତୁ ର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ ପଦ୍ମନାଭ ବେହେରା
