ଏନ୍ ଏ ସି ସମେତ ବିଭିନ୍ନ ଦାବି ରେ ଉଲୁଣ୍ଡା 6 ଘଣ୍ଟିଆ ବନ୍ଦ


ବୀରମହାରାଜପୁର : (ସୌମିତ୍ରି ମେହେର) ଏନ. ଏ. ସି ସମେତ ବିଭିନ୍ନ ଦାବି ନେଇ ଆଜି ଉଲୁଣ୍ଡା 6 ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାକୁ ଏନଏସି ଘୋଷଣା କରିବା ସହିତ ଯେଏମଏଫସି କୋର୍ଟ ଏବଂ ସୈନିକ ସ୍କୁଲ ଦାବିରେ ଆଜି ସଚେତନ ନାଗରିକ ତଥା ଅଞ୍ଚଳବାସୀ ତରଫରୁ ବନ୍ଦ ପାଳନ କରାଯାଇ ଥିବା ପ୍ରକାଶ I ଅତ୍ୟାବଶ୍ୟକ ସାମଗ୍ରୀ ତଥା ଜରୁରୀ କାଳୀନ ସେବାକୁ ବାଦ ଦେଇ ସମସ୍ତ ଦୋକାନ ବଜାର , ଯାନ ବାହାନ ଚଲାଚଳ ବନ୍ଦ ରହିଥିଲା l ସୂଚନା ଅନୁସାରେ ରାଜ୍ୟସରକାର କିଛି ଦିନ ପୂର୍ବରୁ ଜିଲ୍ଲାର ବୀରମହାରାଜପୁର ଏବଂ ଡୁଙ୍ଗୁରିପାଲିକୁ ଏନଏସି ଘୋଷଣା କରିଛନ୍ତି l ହେଲେ ଉଲୁଣ୍ଡାକୁ ବାଦ ଦେଇଛନ୍ତି l ସେହିପରି ଉଲୁଣ୍ଡାରେ ଯେଏମଏଫସି କୋର୍ଟ ପାଇଁ ପୂର୍ବରୁ ଘୋଷିତ ହୋଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇନାହିଁ I ସୈନିକ ସ୍କୁଲ ପାଇଁ ପ୍ରସାସିନକ ସ୍ତରରେ ସ୍ଥାନ ନିରୂପଣ ହୋଇଥିଲେ ମଧ୍ୟ ଅଗ୍ରଗତି ହୋଇନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l ଏଣୁ ଉଲୁଣ୍ଡାକୁ ସରକାର ଅବହେଳା କରିଥିବା ପ୍ରତିବାଦରେ ଶନିବାର ସଚେତନ ନାଗରିକ ଏବଂ ଅଞ୍ଚଳବାସୀଙ୍କ ତରଫରୁ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି l ଆଜି ସକାଳ ୬ ଘଣ୍ଟା ସମୟରୁ ଦିନ 12 ଟା ପର୍ଯ୍ଯନ୍ତ ବନ୍ଦ ପାଳନ କରାଯାଇଥିଲା।ଫଳରେ ଉଲୁଣ୍ଡା ର ରାସ୍ତା ଉଭୟ ପାର୍ଶ୍ବରେ ବହୁ ଗାଡ଼ି ମୋଟର ଅଟକି ରହିଥିବା ଦେଖାଯାଇଛି I