ଚିପିଲିମା,ଭୀମସାର ଉନ୍ନତିକରଣ ପାଇଁ ୯୫୦କୋଟିର ବ୍ୟୟ ବରାଦ, ବୁର୍ଲା ବିଜେଡି ପକ୍ଷ୍ୟରୁ ମୁଖମନ୍ତ୍ରୀଙ୍କୁ କୃତଜ୍ଞତା


ଚିପିଲିମା, ବୁର୍ଲା ଭୀମସାର ଖେଳ ପଡିଆରେ ଆୟୋଜିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭାସୀ ମାଧ୍ୟମରେ ଭୀମସାର ମେଡିକାଲ ର ଭିତ୍ତିଭୂମିର ଉନ୍ନତିକରଣ ନିମନ୍ତେ ୯୫୦କୋଟି ବ୍ୟୟ ବରାଦ କରିଥିବାବେଳେ,୫ଟି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ୫ଟି ମେଡିକାଲ କଲେଜ ଓ ହସ୍ପିଟାଲ ଓ ୪ଟି ମେଡିକାଲ କଲେଜ ହସ୍ପିଟାଲ ର ଭିତ୍ତିଭୂମିର ବିକାଶ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏପରି ଏକ କାର୍ଯ୍ୟକୁ ବୁର୍ଲା ବିଜେଡି ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିବାବେଳେ, ୫ଟି ସଚିବ ଭି. କେ. ପାଣ୍ଡିଆନ ଓ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସମ୍ବଲପୁର ବିଜେଡି ପକ୍ଷରୁ ଉପସଭାପତି ଦେବାଶିଷ ନନ୍ଦ କୃତଜ୍ଞତା ଜ୍ଞାପନ କରିଛନ୍ତି l ଏହା ପଶ୍ଚିମ ଓଡିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ବେଶ ସହାୟକ ହେବ ବୋଲି କୁହାଯାଇଛି l