Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ବାଦିକ ଆକ୍ରମଣ ମାମଲାରେ ସଲମାନଙ୍କୁ ଆଶ୍ବସ୍ତି; ଖାରଜ ହେଲା ମାମଲା

ମୁମ୍ବାଇ: ସଲମାନ ଖାନଙ୍କୁ ମିଳିଲା ଆଶ୍ବସ୍ତି। ସଲ୍‌ମାନଙ୍କ ବିରୋଧରେ ୨୦୧୯ରେ ରୁଜୁ ହୋଇଥିବା ଏକ ଅପରାଧିକ ମାମଲା ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି। ତାଙ୍କୁ ସମସ୍ତ ଦୋଷରୁ ମୁକ୍ତ କରିଛନ୍ତି କୋର୍ଟ।

୨୦୧୯ ମସିହାରେ ଜଣେ ସାମ୍ବାଦିକ ଅଶୋକ ପାଣ୍ଡେ ସଲମାନ ଖାନଙ୍କ ବିରୋଧରେ ଧମକ ଦେବା ସହ ଆକ୍ରମଣ ଅଭିଯୋଗ ଆଣିଥିଲେ।

ଜଷ୍ଟିସ୍ ଭାରତୀ ଡାଙ୍ଗ୍ରେ ମାର୍ଚ୍ଚ ୩୦ରେ ସଲମାନ ଖାନ ଏବଂ ତାଙ୍କ ଅଙ୍ଗରକ୍ଷୀ ନୱାଜ ଶେଖଙ୍କ ଦ୍ବାରା ଦାଖଲ ହୋଇଥିବା ଆବେଦନକୁ ଅନୁମତି ପ୍ରଦାନ କରିବା ସହ ନିମ୍ନ ଅଦାଲତ ଦ୍ବାରା ସେମାନଙ୍କୁ ଦିଆଯାଇଥିବା ସମନକୁ ରଦ୍ଦ କରିଦେଇଥିଲେ।

କୋର୍ଟ କହିଛନ୍ତି ଯେ ସେ ଜଣେ ଅଭିନେତା, ଜଣେ ପ୍ରସିଦ୍ଧ ବ୍ୟକ୍ତିତ୍ୱ। ଏଭଳି ପ୍ରକ୍ରିୟା ଦ୍ବାରା ତାଙ୍କୁ ଅନାବଶ୍ୟକ ଭାବେ ହଇରାଣ କରିବା ଠିକ ନୁହେଁ। ଆଇନ ପ୍ରକ୍ରିୟା ଅନୁସରଣ ନକରି ତାଙ୍କୁ ଅନାବଶ୍ୟକ ନିର୍ଯ୍ୟାତନା ଦିଆଯିବା ଉଚିତ ନୁହେଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ