ଜୟ ଶ୍ରୀ ରାମ କୁହ ଏବଂ ଭୋକରେ ମରିଯାଅ; ପିଏମ ମୋଦୀଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ


ସାଜାପୁର: ମଧ୍ୟପ୍ରଦେଶରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଜାରି ରହିଛି । ମଙ୍ଗଳବାର ରାହୁଲ ଗାନ୍ଧୀଙ୍କ ଯାତ୍ରାର କାରକେଡ ସାଜାପୁର ପହଂଚିଛି । ଏହି ସମୟରେ ତାଙ୍କ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ, କଂଗ୍ରେସର ସାଧାରଣ ସଂପାଦକ ଜୟରାମ ରମେଶ ଏବଂ ରାଜ୍ୟ କଂଗ୍ରେସ ସଭାପତି ଜିତୁ ପଟୱାରୀ । ସାଜାପୁରରେ ପଥପ୍ରାପ୍ତ ସଭାକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି, ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାହାନ୍ତି ଆପଣ ସମସ୍ତେ ଦିନ ସାରା ମୋବାଇଲରେ ରୁହ, ଜୟ ଶ୍ରୀରାମ କୁହ ଏବଂ ଭୋକରେ ମରିଯାଅ ।

ଏହି ସମୟରେ ବିଜେପିର କିଛି କର୍ମୀ ପାର୍ଟିର ପତାକା ନେଇ ପହଂଚିଥିଲେ ଏବଂ ମୋଦୀ ମୋଦୀ ନାରା ଦେଇଥିଲେ । ଏହା ଶୁଣି ରାହୁଲ ଗାନ୍ଧୀ ନିଜେ ଗାଡିରୁ ଓହ୍ଲାଇ ବିଜେପି କର୍ମୀଙ୍କ ନିକଟକୁ ଯାଇଥିଲେ । ଏହି ସମୟରେ ବିଜେପିର କାର୍ଯ୍ୟକର୍ତା ଜୟ ଶ୍ରୀରାମ ନାରା ଖୁବ୍ ଦେଇଥିଲେ । ବିଜେପି କାର୍ଯ୍ୟକର୍ତା ରାହୁଲ ଗାନ୍ଧୀଙ୍କ ହାତରେ ଆଳୁ ଦେଇ କହିଥିଲେ ଆଳୁରୁ ସୁନା ତିଆରି କରି ଦିଅନ୍ତୁ । ଏହି ସମୟରେ ରାହୁଲ ଗାନ୍ଧୀ କହିଛନ୍ତି, ଆପଣ ସମସ୍ତେ କେବଳ ଜୟ ଶ୍ରୀ ରାମ କୁହନ୍ତୁ, ବେରୋଜଗାର ରୁହନ୍ତୁ ଏବଂ ଭୋକରେ ମରନ୍ତୁ । ଏହା ହିଁ ତ ପ୍ରଧାନମନ୍ତ୍ରୀ ଚାହାନ୍ତି ।

ଏହି ସମୟରେ ସାଜାପୁରରେ ରାହୁଲ ରୋଡ୍ ଶୋ କହିଛନ୍ତି । ଜୟରାମ ରମେଶ କହିଛନ୍ତି, ଅପରାହ୍ଣରେ ରାହୁଲ ମହାକାଳଙ୍କ ଦର୍ଶନ କରିବେ । ସେଠାରୁ ରୋଡ୍ ଶୋ କରି ଏକ ସଭାକୁ ସମ୍ବୋଧିତ କରିବେ । ସେ କହିଛନ୍ତି, ରାହୁଲ ଜନତାଙ୍କ ସ୍ୱର ଉଠାଉଛନ୍ତି । ୧୪୦ କୋଟି ଭାରତୀୟ ତାଙ୍କ ପରିବାର । ହେଲେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କ ବିଶ୍ୱାସ ଭାଙ୍ଗିଛନ୍ତି । ସେମାନଙ୍କ ସହ ଅନ୍ୟାୟ କରୁଛନ୍ତି । କୃଷକଙ୍କ ଉପରେ ଅତ୍ୟାଚାର ହେଉଛି । ଧନୀଙ୍କ ଋଣ ଛାଡ ହେଉଛି କିନ୍ତୁ କୃଷକଙ୍କୁ ଏମଏସପି ମିଳୁନି ।