Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଚାରପାଲି ସ୍କୁଲ ରେ “ମୋ ସଂକୃତି, ମୋ ଖେଳଣା “କାର୍ଯ୍ୟକ୍ରମ

ଚିପିଲିମା,ସମ୍ବଲପୁର ଧନକୌଡା ବ୍ଲକ କରଡୋଳା ପଞ୍ଚାୟତର ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଚାରପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ “ଆମ ସଂକୃତି ଆମ ଖେଳଣା “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସିଆରସିସି ମାନସ ରଞ୍ଜନ ପଣ୍ଡାଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ଗୋରେଖ ରାଉତ ଓ ଚିପିଲିମା ମଧ୍ୟ ଇଂରାଜୀ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଦର୍ଶନ ତ୍ରିପାଠୀ ଯୋଗଦାନ କରି ଦୀପପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନେ ନିଜ ପ୍ରସ୍ତୁତ ସଂକୃତି ସମ୍ବନ୍ଧୀୟ ଖେଳଣା ପ୍ରଦର୍ଶନ କରିଥିବାବେଳେ, ଯୁଗଳ ପୋଢ଼ କୃଷି ଓ ଘର ଉପକରଣା ପ୍ରସ୍ତୁତି କରି ପ୍ରଦର୍ଶନ କରିଥିଲେ l କାର୍ଯ୍ୟକ୍ରମ ରେ ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀ ଯୋଗଦାନ କରିଥିବାବେଳେ, ବିଭିନ୍ନ ସାଂକୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା l କାର୍ଯ୍ୟକ୍ରମ ଉଦ୍ଧେଶ୍ୟ ରେ ଶିକ୍ଷକ ସୁବାସ ଚନ୍ଦ୍ର ସାହୁ ଉଦ୍ଦେଶ୍ୟ ସମ୍ପର୍କ ରେ ସୂଚନା ପ୍ରଦାନ କରିଥିବାବେଳେ, ଶିକ୍ଷୟତ୍ରୀ ସରିତା ଦାସ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଶେଷରେ ସିଆରସିସି ଶ୍ରୀଯୁକ୍ତ ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ