Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଜର ଧ୍ୟାନଚାନ୍ଦଙ୍କ ବାୟୋପିକରେ ଭିକ୍କି ହେବେ ମୁଖ୍ୟ ଅଭିନେତା

ମୁମ୍ବାଇ: ବଲିଉଡର ଭର୍ସାଟାଇଲ୍‌ ଆକ୍ଟର ଭିକ୍କି କୌଶଲ। ସେ ଏବେ ମେଘନା ଗୁଲଜାରଙ୍କ ସ୍ୟାମ ବାହାଦୂର ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହାର ଶୁଟିଂ ଶେଷ ହେବା ପରେ ସେ ମେଜର ଧ୍ୟାନଚାନ୍ଦଙ୍କ ବାୟୋପିକରେ ଅଭିନୟ କରିବେ ବୋଲି ସୂଚନା ମିଳିଛି।

ଖୁବ୍‌ ଶୀଘ୍ର ପରଦାକୁ ଆସିବ ୧୫୦୦ ଗୋଲ, ୩ ଅଲିମ୍ପିକ ସ୍ୱର୍ଣ୍ଣ ଓ ଭାରତର ଗୌରବର କାହାଣୀ। ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ରନି ସ୍କ୍ରୁୱାଲା। ପୂର୍ବରୁ ଏହି ଫିଲ୍ମରେ ଈଶାନ ଖଟ୍ଟର ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ ଚର୍ଚ୍ଚା ହେଉଥିଲା।

ତେବେ ଈଶାନଙ୍କ ବଦଳରେ ଭିକ୍କି ଏହି ଚରିତ୍ରରେ ଅଭିନୟ କରିବେ। ଏହାର କାହାଣୀ ଶୁଣି ଭିକ୍କି ବେଶ ପ୍ରଭାବିତ ହୋଇଥିଲେ, ଯେଉଁଥିପାଇଁ ସେ ଅଭିନୟ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ତେବେ ଏ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ