Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ବାଳକ ହାଇ ସ୍କୁଲ ରେ ପୁରାତନ ଛାତ୍ର ସଂସଦ ସମାବେଶ

ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବାଳକ ଉଚ୍ଚବିଦ୍ୟାଳୟରେ ପୁରାତନ ଛାତ୍ର ସଂସଦ ସମାବେଶ ଆୟୋଜିତ ହୋଇଥିଲା I ମଙ୍ଗଳବାର ସଂସଦର ସଭାପତି ତଥା ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ଭୂଷଣ କୁମାର ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ଉକ୍ତ ବିଦ୍ୟାଳୟ ର ବହୁ ପୁରାତନ ଛାତ୍ର ଅଂଶଗ୍ରହଣ କରିଥିଲେ I ପୂର୍ବତନ ତଥା ବର୍ତ୍ତମାନ ପଦମପୁର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଧର୍ମ କୁମାର ଶତପଥୀ , ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ପୂର୍ବ ଏ ବି ଇ ଓ ଚମ୍ପେଶ୍ଵର ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ l ସଭାରେ ଶିକ୍ଷକ ଅକ୍ଷୟ ରାୟ , ସାମ୍ବାଦିକ ସତ୍ଯବାଦ ପୁରୋହିତ , ସାମାଜ ସେବୀ ପ୍ରିୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟର ଉନ୍ନତି ଉପରେ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ l ବିଦ୍ୟାଳୟ କୁ ଶ୍ରେଷ୍ଠ ମାନ୍ୟତା ପ୍ରଦାନ ସହିତ ଶ୍ରେଷ୍ଠ ପ୍ରଧାନ ଶିକ୍ଷକ , ଶ୍ରେଷ୍ଠ ପରିଚାଳନା ପରିଷଦ , ଶ୍ରେଷ୍ଠ ପୁରାତନ ଛାତ୍ର ସଂସଦ ଆଦି 4 ଟି ବର୍ଗରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଭ କରିଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ l ସଫଳତା ପାଇଁ ସମସ୍ତ ଙ୍କୁ ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ କୃତଜ୍ଞତା ଜ୍ଞାପନ କରିଥିଲେ I ଏ ଅବସରରେ ସ୍ଥାନୀୟ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , କବି ଦ୍ବିତୀକୃଷ୍ଣ ପଣ୍ଡା , ସାମ୍ବାଦିକ ସୁଧୀର ବିଶ୍ଵାଳ , ଚମ୍ପେଶ୍ଵର ଦାଶ , ବିବସ୍ଵତି ପଣ୍ଡା ପ୍ରମୁଖ ଙ୍କୁ ସମର୍ଦ୍ଧିତ କରାଯାଇଥିଲା I