Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓ.ଏ.ଭି ପ୍ରବେଶିକା ପରୀକ୍ଷା କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଝାରସୁଗୁଡା ୬/୩ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସମରବଗା କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ୧୧ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଗୋବିନ୍ଦପୁର ସରକାରୀ ବିଦ୍ୟାଳୟରେ ଅନୁଷ୍ଠିତ ଉକ୍ତ ସମ୍ବର୍ଦ୍ଧନା ସଭାରେ ସିଆରସିସି ପରମେଶ୍ବର ନାଏକ ସଭାପତିତ୍ୱ କରିଥିଲେ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦେବଦତ୍ତ ରଣା ବ୍ଲକ ଟପ୍ପର ହୋଇଥିବା ବେଳେ ସୁଜନ ନାଏକ, ନନ୍ଦିନୀ ଖଡ଼ିଆ, ଇଷା ନାଏକ, ଯଶସ୍ୱିନୀ ବାରିକ, ସୁରତୀ ଖଡ଼ିଆ, ନିରୁପମା ଭଏଁଷା, ଆଦର୍ଶ ବିଶ୍ଵାଳ, କୁନାଲ ବରିହା, ଶ୍ରୀଦାସ ପାଣ୍ଡେ ଏବଂ ଦିବ୍ୟରଞ୍ଜନ ନାଏକଙ୍କୁ ସମରବଗା କ୍ଲଷ୍ଟର ପକ୍ଷରୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସମରବଗା କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ ଅଭିଭାବକ, ଅଭିଭାବିକା ଏବଂ ସମସ୍ତ କୃତକାର୍ଯ୍ୟ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସଭାକାର୍ଯ୍ୟକୁ ସହକାରୀ ଶିକ୍ଷକ ବିବେକାନନ୍ଦ ବାରିକ ପରିଚାଳନା କରିଥିବା ବେଳେ ଶିକ୍ଷକ ରାଜେନ୍ଦ୍ର ପଧାନ ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ଦେଇଥିଲେ । ସେହିପରି ମାଧବ ରଣା,ବେଦବ୍ୟାସ ବୁଡ଼ା,ବିନୋଦ କରାଳି ପ୍ରମୂଖ ଶିକ୍ଷକ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ମାଧବ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।