ସମରବଗା ଶିଶୁ ମନ୍ଦିରରେ “ଘର ହିଁ ବିଦ୍ୟାଳୟ” କାର୍ଯ୍ୟକ୍ରମ


ଝାରସୁଗୁଡା୬/୩ (ଓଡ଼ିଶା ନ୍ୟୁଜ)ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ସଂକୁଳ ଅନ୍ତର୍ଗତ ସମରବଗା ସରସ୍ୱତୀ ଶିଶୁ ମନ୍ଦିରରେ ମଙ୍ଗଳବାର “ଘର ହିଁ ବିଦ୍ୟାଳୟ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମରବଗା ଶିଶୁ ମନ୍ଦିର ପରିଚାଳନା କମିଟିର ସଭାପତି ଉତ୍ତମ ନେଗୀ ଅଧ୍ୟକ୍ଷତା କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଭୀଷ୍ମଦେବ ପଧାନ ସଭା ସଞ୍ଚାଳନ କରିଥିଲେ । ପ୍ରଥମେ ସର୍ବ ଶକ୍ତିର ଆଧାର ଓଁ, ମାଁ ସରସ୍ୱତୀ ଏବଂ ଭାରତ ମାତାଙ୍କ ଫଟୋଚିତ୍ର ସମ୍ମୁଖରେ ଦ୍ବୀପ ପ୍ରଜ୍ବଳନ ପୂର୍ବକ ପୂଜାର୍ଚ୍ଚନା କରି ବନ୍ଦନା ଗାନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶିଶୁ ବାଟୀକା ପଶ୍ଚିମ ସଂଭାଗ ସଂଯୋଜକ ଲୋକନାଥ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ମାନଙ୍କ ଶିକ୍ଷାର ବିକାଶ ଏବଂ ମା ମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ନିମନ୍ତ୍ରୀତ ଅତିଥି ରୂପେ କୋଇଲି ଘୋଘର ପରିଚାଳନା କମିଟିର ସଭାପତି ପ୍ରସନ୍ନ କୁମାର ପ୍ରଧାନ ଓ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତୁଷାରାମ ପଧାନ ,କୋଷାଧ୍ୟକ୍ଷ ଦିଲ୍ଳୀପ ପଧାନ,ପୂର୍ବତନ ସମ୍ପାଦକ ତଥା ସଦସ୍ୟ ମହେନ୍ଦ୍ର ବିଶ୍ଵାଳ, ମାତୃ ଭାରତୀ ସଭାନେତ୍ରୀ ଜାନକୀ ବାରିକ ଯୋଗଦାନ କରି ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ବିଷୟରେ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ଗୁରୁମା ମାନଙ୍କ ମଧ୍ୟରେ ରୋହିଣୀ ପଧାନ, ସଂଜୁଳତା ପଧାନ, ଝରଣା ବିଶ୍ଵାଳ, ଯଜ୍ଞସିନୀ ମାଝୀ, ପ୍ରିୟଙ୍କା ସାହୁ, ମାଣିକ ମୁଣ୍ଡା, ଜୋସ୍ନାରାଣୀ ଭୋଇ, ସେବିକା ମିନା ଧୁରୁଆ ଓ ସେବକ ରାଜେନ୍ଦ୍ର ଧୁରୁଆ ଏବଂ
ଅବିଭାବିକା ପଦ୍ମିନୀ ସା, ନିସା ପଟେଲ, ସୁରଭି ଅଢ଼ା, ଗୋପିକା ବିଶି, କବିତା ସେଟ, ରୋହିଣୀ ସା, ପ୍ରତିମା ଖରସେଲ, ସବିତା ସାହୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସମ୍ପାଦକ ମହେନ୍ଦ୍ର କୁମାର ସାଏ ଧନ୍ୟବାଦ ଅର୍ପଣ କରିଥିଲେ ।