Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି-ବିଜେଡି ମଧ୍ୟରେ ହେବ ମେଣ୍ଟ ! ପରୋକ୍ଷରେ ସୂଚନା ଦେଲେ ଦୁଇ ଦଳର ନେତା

ଭୁବନେଶ୍ଵର: ଆଜି ଦିନ ତମାମ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟକୁ ନେଇ ଭୁବନେଶ୍ଵରଠୁ ନେଇ ନୂଆଦିଲ୍ଲୀ ପର୍ଯ୍ୟନ୍ତ ରାଜନୈତିକ ମାହୋଲ ସରଗରମ ରହିଛି। ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ରାଜ୍ୟ ବିଜେପିର ବରିଷ୍ଠ ନେତାଙ୍କ କୋର କମିଟି ବୈଠକ ହୋଇଥିବା ବେଳେ ଭୁବନେଶ୍ଵରେ ବିଜେଡିର ବଡ଼ ବୈଠକ ହୋଇ ସାରିଛି। ବୈଠକ ପରେ ଦୁଇ ଦଳର ନେତା ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ମେଣ୍ଟ ଆଡକୁ ଇସାରା କରୁଛି।

ଜୁଏଲ କହିଛନ୍ତି, ‘ବୈଠକରେ ନିର୍ବାଚନ ସଂପର୍କିତ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି । ସମସ୍ତ ୨୧ ଲୋକସଭା ଏବଂ ସବୁ ବିଧାନସଭା କ୍ଷେତ୍ର ପାଇଁ ଆଲୋଚନା ହୋଇଛି । ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ନେଇ ମଧ୍ୟ ଆଲୋଚନା ହୋଇଛି। ତେବେ ଚୂଡାନ୍ତ ନିଷ୍ପତ୍ତି କେନ୍ଦ୍ରୀୟ ନେତୃତ୍ୱ ନେବେ। ସେହିପରି ଦେବୀ ମିଶ୍ର କହିଛନ୍ତି, ଓଡ଼ିଶାର ସ୍ଵାର୍ଥ ପାଇଁ ଯାହା ଆବଶ୍ୟକ ଦଳ ସେ ନିଷ୍ପତ୍ତି ନେବ। ନବୀନଙ୍କ ନେତୃତ୍ଵରେ ଓଡ଼ିଶା ସଫଳତା ପାଇ ଚାଲିଛି। ଓଡ଼ିଶାର ସ୍ଵାର୍ଥ ଦୃଷ୍ଟିରୁ ଯାହା ଆବଶ୍ୟକ ପଡ଼ିବ, ସେ ନିଷ୍ପତ୍ତି ନିଆଯିବ। ଓଡ଼ିଶାର ସ୍ଵାର୍ଥ ପାଇଁ ବିଜେଡି ଆଗାମୀ ଦିନରେ ପଦକ୍ଷେପ ନେବ।  ମେଣ୍ଟ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଛି। ତେବେ ଦୁଇ ଦଳ ନେତା ମେଣ୍ଟ ହେଉଥିବା ପରୋକ୍ଷରେ ସୂଚନା ଦେଇଛନ୍ତି।

ତେବେ ଦୁଇ ଦଳର ନେତା ଖୋଲାଖୋଲି ମେଣ୍ଟ ହେବା ନେଇ କିଛି କହି ନ ଥିଲେ ହେଁ ତାଙ୍କ ଆବଭାବକୁ ଦେଖିଲେ ମେଣ୍ଟ ହେବା ନେଇ ପ୍ରତୀତମାନ ହେଉଛି। ୧୫ ବର୍ଷ ପରେ ପୁଣି ଥରେ ବିଜେଡି-ବିଜେପି ଭିତରେ ମେଣ୍ଟ  ହୋଇପାରେ। ୨୦୦୯ ସମିହା ମାର୍ଚ୍ଚ ୯ ତାରିଖରେ ବିଜେପି ସହ ମେଣ୍ଟ ଭାଙ୍ଗିଥିଲା ବିଜେଡି। ୧୯୯୮ରୁ ଆରମ୍ଭ ହୋଇଥିବା ମେଣ୍ଟ ୧୧ ବର୍ଷ ଧରି ଚାଲିଥିଲା। ୨୦୦୦ ଓ ୨୦୦୪ ମସିହାରେ ଏକାଠି ହୋଇ ନିର୍ବାଚନ ଲଢିଥିଲେ ଏବଂ ଦୁଇ ଥର ମିଳିତ ସରକାର କରିଥିଲେ ଦୁଇ ଦଳ। ଦୁଇ ଦଳ ଉଭୟ ଲୋକସଭା ଓ ବିଧାନସଭା ସିଟ୍ ବାଣ୍ଟି ନେଇଥିଲେ। ବିଜେଡିକୁ ୮୪ ବିଧାନସଭା ଓ ୧୨ ଲୋକସଭା ସିଟ୍ ଛାଡ଼ିଥିଲା ବିଜେପି। ଆଉ ବିଜେପିକୁ ୬୩ ବିଧାନସଭା ଓ ୯ ଲୋକସଭା ସିଟ୍ ଛାଡ଼ିଥିଲା ବିଜେଡି। ଦେଖିବା ବାକି ରହିଲା ଯଦି ମେଣ୍ଟ ହୁଏ ତେବେ ସିଟ୍ ଭାଗବଣ୍ଟା ସମୀକରଣ କେମିତି ରହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ