ଭୁବନେଶ୍ୱର: ରାଜ୍ୟରେ ବିଜେପି ଓ ବିଜେଡି ମେଂଟ ଚର୍ଚ୍ଚା ମଧ୍ୟରେ ବିଜେଡିରେ ଯୋଗ ଦେଲେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ନବୀନ ନିବାସ ଆସି ନିଜର ଶତାଧିକ କର୍ମୀଙ୍କ ସହ ମନ୍ତ୍ରୀ ପ୍ରତାପ ଦେବ, ଅତନୁ ନାୟକ, ଅଂଶୁମାନ ମହାନ୍ତି ପ୍ରମୁଖଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଉଲ୍ଲେଖନୀୟ ବାପା ତଥା ରାଜନୀତିଜ୍ଞ ବିସାରଦ ବିଜୟ ମହାପାତ୍ର ବର୍ତମାନ ବିଜେପି ପାଇଁ ଅଲୋଡା ହୋଇଥିବା ବେଳେ ପୁଅ ଅରବିନ୍ଦ ବିଜେଡିରେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି ।
ଅବବିନ୍ଦ ସୂଚନା ଓ ପ୍ରଯୁକ୍ତିବିଦ୍ୟାରେ ଡିଗ୍ରୀ କରିବା ପରେ ଆମେରିକାରେ ଏକ ଘରୋଇ ସଂସ୍ଥାର ଓଡିଶା ଶାଖାରେ କାମ କରୁଥିଲେ । ତେବେ ସେଠାରୁ ସେ ଓଡିଶା ଫେରି ଆସିଥିଲେ । ୨୦୧୯ ନିର୍ବାଚନ ପରଠୁ ତାଙ୍କୁ ପାଟକୁରା ଓ ମହାକାଳପଡା ନିର୍ବାଚନମଣ୍ଡଳୀରେ ଅନେକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । ଏଣୁ ପାଟକୁରାରୁ ବିଜେଡି ତାଙ୍କୁ ଟିକେଟ୍ ଦେଇପାରେ ବୋଲି ଆଶା କରାଯାଉଛି । ସେପଟେ ପୁଅ ବିଜେଡିରେ ଯୋଗ ଦେବା ଉପରେ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ । ସଂପ୍ରତି ରାଜନୀତିରେ ବିଜୟ ମହାପାତ୍ର ସକ୍ରିୟ ମଧ୍ୟ ନାହାନ୍ତି ।
ଆଜି ପୂର୍ବାହ୍ଣ ୧୧ଟାରେ ନିଜର ଶତାଧିକ ସମର୍ଥକଙ୍କ ସହ ନବୀନ ନିବାସରେ ପହଂଚିଥିଲେ ଅରବିନ୍ଦ ମହାପାତ୍ର । ଏଥିପାଇଁ କେନ୍ଦ୍ରାପଡା ଜିଲ୍ଲାର ନେତା, ବିଧାୟକ ଓ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ନବୀନ ନିବାସରେ ଉପସ୍ଥିତ ହେବାକୁ କୁହାଯାଇଥିଲା । ଆଉ ଅ ।ଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ୍ ହୋଇଛନ୍ତି ଅରବିନ୍ଦ ।