କୋଟସମଲାଇ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ସ୍ଵର୍ଗତ ମୁରଲୀଧର ଭୋଇ ଙ୍କ ସ୍ମୃତିରେ ରକ୍ତଦାନ ଶିବିର ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଏ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ସ୍ଵର୍ଗତ ମୁରଲୀଧର ଭୋଇଙ୍କ ସ୍ମୃତିରେ ମାହେଶ୍ଵରୀ ସେନା ଓ ଭୋଇ ପରିବାର ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ସୂଚନା ଯେ ସ୍ଵର୍ଗତ ଭୋଇ ଏହି ପଞ୍ଚାୟତର ଖୁଣ୍ଟଲାପାଲି ଗ୍ରାମ ନିବାସୀ ଥିବାବେଳେ ଆଖପାଖ ଅଞ୍ଚଳରେ ଜଣେ ସୁପରିଚିତ ତଥା ସମାଜସେବୀ ଭାବେ ସୁଖ୍ୟାତି ଅର୍ଜନ କରିଥିଲେ l ଉକ୍ତ ରକ୍ତଦାନ ଶିବିର ରେ 20 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ସୋନପୁର ଡାକ୍ତରଖାନା ରକ୍ତ ଭଣ୍ଡାରର ଡ. ବୃନ୍ଦାବନ ମେହେର , ସୁଦାମ ବିଶାଳ, ଯୁଧିଷ୍ଠିର ନାୟକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ l