Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମହିଳା ଦିବସରେ ମୋଦୀ ସରକାରଙ୍କ ବଡ ଘୋଷଣା, ୧୦୦ ଟଙ୍କା ଶସ୍ତା ହେଲା ସିଲିଣ୍ଡର

ନୂଆଦିଲ୍ଲୀ: ମହିଳା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳାଙ୍କୁ ବଡ ଉପହାର ଦେଇଛନ୍ତି । ଆଜିଠୁ ଘରୋଇ ଏଲପିଜି ସିଲିଣ୍ଡର ୧୦୦ ଟଙ୍କା ଶସ୍ତା ହୋଇଛି । ଶୁକ୍ରବାର ଏହାର ଘୋଷଣା କରି ଏକ୍ସରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହା ପୂର୍ବରୁ ମୋଦୀ ସରକାରଙ୍କ କ୍ୟାବିନେଟ୍ ଉଜ୍ଜ୍ୱଳା ଯୋଜନା ଆଧାରରେ ସିଲିଣ୍ଡର ପିଛା ୩୦୦ ଟଙ୍କା ରିହାତି ଦେଇଛନ୍ତି । ଏବେ ଅନ୍ୟ ଲାଭାର୍ଥୀଙ୍କୁ ଆଜିଠୁ ୧୦୦ ଟଙ୍କା ଶସ୍ତାରେ ସିଲିଣ୍ଡର ମିଳିବ ।

ଏକ୍ସରେ ପିଏମ ମୋଦୀ ଲେଖିଛନ୍ତି, ମହିଳା ଦିବସ ଉପଲକ୍ଷେ ଆଜି ଆମେ ଏଲପିଜି ସିଲିଣ୍ଡର ପିଛା ୧୦୦ ଟଙ୍କା କମ କରିବାକୁ ନିଷ୍ପତି ନେଇଛୁ । ଏଥିରେ ନାରୀ ଶକ୍ତିଙ୍କ ଜୀବନ ଆହୁରି ସରଳ ହେବା ସହ କୋଟି କୋଟି ପରିବାର ଉପରେ ଆର୍ଥିକ ବୋଝ କମ ହେବ । ଏହି ପଦକ୍ଷେପ ପରିବେଶ ସଂରକ୍ଷଣରେ ମଧ୍ୟ ବେଶ ସହାୟକ ହେବ । ଏଥିରେ ପୁରା ପରିବାରର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ।

ଓଡିଶାରେ ବର୍ତମାନ ୧୪ କେଜିର ସିଲିଣ୍ଡର ଦାମ ୯୨୯ ଟଙ୍କା ରହିଛି । ତେବେ କେନ୍ଦ୍ର ସରକାରଙ୍କ ଏହି ଘୋଷଣା ପରେ ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀଙ୍କୁ ୩୦୦ ଟଙ୍କା ଶସ୍ତା ଅର୍ଥାତ ୬୨୯ ଟଙ୍କାରେ ସିଲିଣ୍ଡର ମିଳିବ । ଏଥିରେ ୧୦ ଲକ୍ଷ ଲାଭାର୍ଥୀ ଉପକୃତ ହେବେ । ସେହିପରି ଅନ୍ୟ ଲାଭାର୍ଥୀଙ୍କୁ ୮୨୯ ଟଙ୍କାରେ ସିଲିଣ୍ଡର ମିଳିବ । ସେହିପରି ଦିଲ୍ଲୀରେ ୧୪ କେଜିର ସିଲିଣ୍ଡର ୯୦୩ ଟଙ୍କାରେ ମିଳୁଛି । ଏହି ଛାଡ ପରେ ଉଜ୍ଜ୍ୱଳା ଲାଭାର୍ଥୀଙ୍କୁ ୬୦୩ ଏବଂ ଅନ୍ୟ ଲାଭାର୍ଥୀଙ୍କୁ ୮୦୩ ଟଙ୍କାରେ ମିଳିବ ।