Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଜେଡି ଦଳରେ ଅଣନିଶ୍ୱାସୀ ହୋଇ କଂଗ୍ରେସ ରେ ଯୋଗଦେଲେ ଇଂ ଦିଲୀପ ଦୁରିଆ

ଚିପିଲିମା,ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ ବିଜେଡି ଦଳରେ ରହିଆସିଥିବା ଯୁବନେତା ଇଂ ଦିଲୀପ ଦୁରିଆ ଅଣନିଶ୍ୱାସୀ ହୋଇ ବିଜେଡି ଦଳର ପ୍ରାଥମିକ ସଦସ୍ୟରୁ ଇସ୍ସ୍ତାପା ଦେଇ କଂଗ୍ରେସ ରେ ଯୋଗଦାନ କରିଛନ୍ତି l ଏହି ଅବସରରେ ରାଜଧାନୀ ସ୍ଥିତ କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ତଥା ରାଜ୍ୟ ଯୁଗ୍ମ ସମ୍ପାଦକ ଇଂ ଦୁରିଆ,ରେଙ୍ଗାଲି ବିକାଶ ପରିଷଦ ସଦସ୍ୟା ତଥା ସମାଜସେବୀ କିରଣ ଜୟପୁରିଆ,ଜିଲ୍ଲା ଦୁର୍ନୀତି ନିବାରଣ ମହିଳା ମଞ୍ଚ ଆବାହକ ସୁବଳ ସିଂ,ବିଜେଡି ନେତା ଆଦିତ୍ୟ ନାଥ ପ୍ରମୁଖଙ୍କ ସମେତ ଶତାଧିକ ସମର୍ଥକ ଙ୍କୁ ଯୋଗଦାନ କରିଥିବାବେଳେ, କଂଗ୍ରେସ ଦଳ ପକ୍ଷରୁ ପୁଷ୍ପଗୁଛ, ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା l ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶରତ ପଟ୍ଟନାୟକ, ଏଆଇସିସି ସମ୍ପାଦକ ଶରତ ରାଉତ, ଇସ୍ତାହାର କମିଟି ସଦସ୍ୟ ପଞ୍ଚାନନ କାନୂନ ଗୋ, ପୂର୍ବତନ ବିଧାୟକ ଦୁର୍ୟୋଧନ ଗରଡିଆ, ପ୍ରମୁଖ ଉପସ୍ଥିତି ରେ ଯୁବ ନେତା ଇଂ ଦିଲୀପ ଦୁରିଆ Bday ତାଙ୍କ ସମର୍ଥକଙ୍କ ଯୋଗଦାନ ଦଳ ପାଇଁ ବେଶ ସହାୟକ ହେବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି l ଅନ୍ୟ ମାନଙ୍କ ମଧ୍ୟରେ ସମ୍ବଲପୁର ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ସୁବାସ ବିଶ୍ୱାଳ, ପୂର୍ବତନ ବିଧାୟକ ପ୍ରାର୍ଥୀ ବାଲକୃଷ୍ଣ ରୋହିଦାସ, ରେଙ୍ଗାଲି ବ୍ଲକ ସଭାପତି ଚତୁର୍ଭୁଜ ଝାଙ୍କର, ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ l