Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧବଳେଶ୍ଵର ବେଳାଭୂମି ଠାରୁ ଗୋପାଳପୁର ମଧ୍ୟରେ ୨୨ ମଲା କଇଁଚ କୁ ପୋତିଲା ବନବିଭାଗ।

ଗୋପାଳପୁର,୦୮/୦୩
ଗୋଟିଏ ଦିନରେ ବନବିଭାଗ ପକ୍ଷରୁ ୨୨ ଟି ମଲା କଇଁଚ କୁ ଧବଳେଶ୍ଵର ବେଳାଭୂମି ରୁ ଗୋପାଳପୁର ବେଳାଭୂମି ରୁ ଉଦ୍ଧାର କରାଯାଇ ପୋତା ଯାଇଥିବା ଜଣାପଡିଛି। ଦୀର୍ଘ ଦିନ ପରେ ଗୋଟିଏ ଦିନରେ ଏତେ ସଂଖ୍ୟକ ମଲା କଇଁଚ ବେଳାଭୂମି ରୁ ମିଳିବା ନାନା ପ୍ରଶ୍ନବାଚୀ ସୃଷ୍ଟି କରିବା ସହ କଇଁଚ ସୁରକ୍ଷା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।ଗତ ୧୫ ଦିନ ମଧ୍ୟରେ ଏହାର ସଂଖ୍ୟା ୧୦୦ ରେ ପହଞ୍ଚିଥିବା ବେଳେ କଇଁଚ ଙ୍କ କିପରି ମୃତ୍ୟୁ ଘଟିଛି,ସେ ନେଇ ବନ ବିଭାଗ କିମ୍ବା ମତ୍ସ୍ୟ ବିଭାଗ ପକ୍ଷରୁ ଯାଞ୍ଚ କରାଯିବା ନ ଯିବା ମଧ୍ୟ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବନବିଭାଗ ପକ୍ଷରୁ କଇଁଚ ଙ୍କ ଗଣ ଅଣ୍ଡାଦାନ ପର୍ବ ସମୟରେ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯିବା ସହ ସୁରକ୍ଷା କର୍ମୀ ନିୟୋଜନ ସହ କଡ଼ାକଡ଼ି ପେଟ୍ରୋଲିଂ ର ବ୍ୟବସ୍ଥା କରାଯାଇଥାଏ।ଏ ସବୁ ସତ୍ତ୍ୱେ ସଂଖ୍ୟାଧିକ କଇଁଚ ଙ୍କ ମୃତ୍ୟୁ ଘଟିବା ଓ ବେଳାଭୂମି ରେ ସେମାନଙ୍କ ମୃତ ଦେହ ଲାଗିବା ପ୍ରଶାସନିକ କାର୍ଯ୍ୟକଳାପ ପ୍ରତି ଅଙ୍ଗୁଳି ଉଠିବା ସ୍ବଭାବିକ ହୋଇ ପଡ଼ିଛି। କଇଁଚ ଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରତିବର୍ଷ ନଭେମ୍ବର ୧ ତାରିଖରୁ ମେ ୩୧ ପର୍ଯ୍ୟନ୍ତ ଓଡ଼ିଶାର ଧାମରା,ଦେବୀ ଓ ଋଷିକୂଲ୍ୟା ନଦୀର ମୁହାଣ ଅଞ୍ଚଳ ସମେତ ବେଳାଭୂମି ର ୨୦ କିମି ମଧ୍ୟରେ ମାଛଧରାକୁ ନିଷିଦ୍ଧ ଘୋଷଣା କରା ଯାଇଥାଏ, ଏହାକୁ ତଦାରଖ କରିବା ପାଇଁ ବନବିଭାଗ, କୋଷ୍ଟ ଗାର୍ଡ, ମତ୍ସ୍ୟ ବିଭାଗ ସମେତ ମେରାଇନ ପୁଲିସ ପକ୍ଷରୁ ଟିମ୍ ଗଠନ କରାଯାଇ ତଦାରଖ କରା ଯାଇଥାଏ। ଅନ୍ୟ ପଟେ ଗୋପାଳପୁର ସମେତ ଆଖପାଖ ଅଞ୍ଚଳ ର କେତେକ ମତ୍ସ୍ୟଜୀବୀ ଙ୍କ ପକ୍ଷରୁ ବେଆଇନ ଘୋଷିତ କରାଯାଇଥିବା ଟିକ ଜାଲ ସହ ରିଙ୍ଗ ଜାଲ କୁ ବ୍ୟବହାର କରୁଥିବା ଯୋଗୁଁ ମଧ୍ୟ ଏପରି କଇଁଚ ଙ୍କ ମୃତ୍ୟୁ ଘଟୁଥିବା ଆଲୋଚନା ହେଉଛି। ଦାଦାନ ଖଟିବାକୁ ଗୋଆ ସମେତ ଚେନ୍ନାଇ ଯାଉଥିବା ମତ୍ସ୍ୟଜୀବୀ ମାନେ କମ ଦରରେ ପୁରୁଣା ଟିକ ଓ ରିଙ୍ଗ ଜାଲକୁ ଟ୍ରଲର ମାଲିକ ଙ୍କୁ ଠାରୁ କିଣି ଆଣି ଏଠାରେ ବ୍ୟବହାର କରୁଥିବା କେତେକ ମତ୍ସ୍ୟଜୀବୀ ମାନେ ସୂଚନା ଦେଇଛନ୍ତି। ଏଣୁ କଇଁଛ ଙ୍କ ସୁରକ୍ଷା ଦାୟିତ୍ବରେ ରହୁଥିବା ଅଧିକାରୀ ଓ କର୍ମଚାରୀ ମାନେ ଏହି ବେଆଇନ ଜାଲ ଗୁଡ଼ିକୁ ଜବତ କରିବା ସହ କଇଁଚ ଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories