Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ଓ ଗୋଳନ୍ଥରା ରେ ନୂତନ ଥାନା ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ।

ଗୋପାଳପୁର ୦୮/୦୩
ଗୋପାଳପୁର ଓ ଗୋଳନ୍ଥରା ଥାନାରେ ଆଜି ନୂତନ ଥାନା ଅଧିକାରୀ ଭାବେ ଶରତ କୁମାର ମହାଲିକ ଓ ବିବେକାନନ୍ଦ ସ୍ବାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି l ଆଜି ଏସ ପି ଙ୍କ ଚିଠି ନଂ ୪୮୦ /୮/୩/୨୪ ପ୍ରକାରେ ୧୦ ଜଣ ଥାନା ଅଧିକାରୀ ଙ୍କ ବଦଳି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।ଚିଠି ପ୍ରକାରେ ହେଡ କ୍ୱାଟର ରେ ଥିବା ଶରତ କୁମାର ମାହlଲିକ ଙ୍କୁ ଗୋପାଳପୁର ଥାନା କୁ ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଙ୍କୁ ଗୋଳନ୍ଥରା ଥାନାକୁ ବଦଳି ହୋଇଥିଲା। ଆଜି ଶ୍ରୀ ମlହlଲିକ ଗୋପାଳପୁର ଥାନାରେ ଥାନା ଅଧିକାରୀ ଭାବେ ଦାୟିତ୍ୱ ନେବା ପରେ ତାଙ୍କ ସହ ଯୋଗାଯୋଗ ବେଳେ ସେ କହିଥିଲେ ଯେ ଗୋପାଳପୁର ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବା ରୁ ଏଠାକୁ ଦେଶ ବିଦେଶ ରୁ ଆସୁଥିବା ପର୍ଯ୍ୟଟକ ଙ୍କୁ ସୁରକ୍ଷା ଦେବା ସହ ଅଞ୍ଚଳର ଆଇନ ଶୃଙ୍ଖଳା ଉପରେ ଅଧିକ ଗୁରୁତ୍ୱ ଦେବା ସହ ପେଟ୍ରୋଲିଙ୍ଗ କଡାକଡ଼ି କରାଯିବ, ଆଗକୁ ନିର୍ବାଚନ ରହିଥିବା ବେଳେ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ପାଇଁ ଧ୍ୟାନ ଦେବେ ବୋଲି କହିଛନ୍ତି । ଦାୟିତ୍ଵ ନେବା ପରେ ଥାନା କର୍ମଚାରୀ ମାନେ ସ୍ବାଗତ ଜଣାଇଛନ୍ତି।ଏହା ସହ ଗୋଳନ୍ଥରା ଥାନାରେ ଥାନା ଅଧିକାରୀ ଭାବେ ବିବେକାନନ୍ଦ ସ୍ବାଇଁ ସଂଧ୍ୟା ରେ ଦାୟିତ୍ଵ ଗ୍ରହଣ କରିବା ସହ ଥାନା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ପେଟ୍ରାଲିଂ ବ୍ୟବସ୍ଥା କୁ କଡ଼ାକଡ଼ି କରିବା ଓ ଲୋକଙ୍କ ନିକଟତର ହେବାକୁ ଗୋଳନ୍ଥରା ଥାନା କାମ କରିବ ବୋଲି ମତ ପୋଷଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories