Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାଗର ପାଇଁ ଧବଳେଶ୍ଵର ଶୈବ ପୀଠ ରେ ଭକ୍ତ ଙ୍କ ଭିଡ

ଗୋପାଳପୁର ୮/୩
ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ଵର ଶୈବପୀଠରେ ମହାଶିବରାତ୍ରୀ ଉତ୍ସବ ତଥା ଜାଗର ଉତ୍ସବ ମହା ସମାରୋହରେ ପାଳିତ ହୋଇଥିଲା। ମହାଶିବରାତ୍ରୀରେ ଅବସରରେ ଆଜି ଭୋରୁ ମହାଦେବଙ୍କୁ ଜଳାଭିଷେକ ଓ ମାର୍ଜନା ଅବକାଶ ନୀତି, ୧୦୮ ଆଳତି, ୧୦୮ ବେଲପତ୍ର ଅର୍ପଣ କରାଯାଇଥିଲା।ପରେ ଭକ୍ତ ଙ୍କ ଦର୍ଶନ ନିମନ୍ତେ ମୁଖ୍ୟ ଦ୍ଵାରା ଖୋଲାଯାଇଥିଲା । ଭକ୍ତ ମାନେ ସାଙ୍ଗରେ ଆଣିଥିବା ନଡ଼ିଆ,କଦଳୀ,କ୍ଷୀର ,ଦୀପ ଧୂପ,କେତକୀ,ଫଳ ପାଚିଲା ଆଦି ଭୋଗରାଗ ପାଇଁ ମନ୍ଦିର କମିଟି ଓ ପୁଲିସ୍ ଉପସ୍ଥିତ ରହି ଧାଡ଼ିରେ ଛଡାଯାଉଥିଲା। ମଧ୍ୟାହ୍ନରେ ଅର୍ନ୍ନ ଭୋଗ,ସନ୍ଧ୍ୟା ରେ ଚାରି ପହର ପୂଜା, ମହା ସ୍ନାନ, ଲିଙ୍ଗା ଭରଣ ପୂଜା ଅର୍ଚ୍ଚନା କରାଯାଇଥିଲା। ସମୀର ରଣା, ସୁବାସ ରଣା ,ଲୋକନାଥ ରଣା,ଶଙ୍କର ରଣା, ଗlଣ୍ଡୁ, ରଣା ,ମଧୁ ରଣା ,ନିମେଇ ରଣା, ଜିନୁ ରଣା ପୂଜା ଅର୍ଚ୍ଚନା ତୁଲାଇଥିଲେ।ଗହଳି କୁ ନଜରରେ ରଖି ଟ୍ରାଫିକ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ପାଇଁ ଅତିରିକ୍ତ ଏସ୍ ପି ଙ୍କ ସମେତ ୧୦ ଜଣ ଅଫିସର ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇ ବିଭିନ୍ନ ଛକରେ ଯାନବାହାନ ନିୟନ୍ତ୍ରଣ କରାଯାଇଥିବା ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ କହିଛନ୍ତି।ମନ୍ଦିର କମିଟି ପକ୍ଷରୁ ଭକ୍ତ ଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ,ପ୍ରସାଦ ସେବନ, ସ୍ବାସ୍ଥ୍ୟ ସେବା ର ବ୍ୟବସ୍ଥା
କରାଯାଇଥିଲା। ଉଠା ଦୋକାନୀ ମାନେ ପସରା ଖୋଲି ବ୍ୟବସାୟ କରିଥିବା ଦେଖିବାକୁ ମିଳିଛି । ଭକ୍ତ ଙ୍କ ପାଇଁ ମନ୍ଦିର ପରିସରରେ ଏକଦିନାତ୍ମକ ଯଜ୍ଞ , ନାମ ଯଜ୍ଞ , ବୋରକଥା, ଭଜନ ସମାରୋହ, ମେଲୋଡି , ସ୍ଥାନୀୟ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ , ଭୁବନେଶ୍ୱର ଡେନ୍ସ ଗ୍ରୁପ୍ ଆଦି କାର୍ଯ୍ୟକ୍ରମ ରହିଛି । ରାତ୍ର ମନ୍ଦିର ପରିକ୍ରମା ପରେ ରାତ୍ର ପ୍ରାୟ ୧୨ ଟା ରେ ମହାଦୀପ ଉଠିବ, ପ୍ରାୟ ୫୦ ହଜା ରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିବା ମନ୍ଦିର କମିଟି ସଭାପତି ଏ .କୋର୍ଲେୟା ସୂଚନା ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories