Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଆ ଚଳଚ୍ଚିତ୍ର ଦୁଇ ଦୁଣେ ପାଞ୍ଚ ଉନ୍ମୋଚିତ – ୨୦୨୪

ଭବାନୀପାଟଣା, ୦୯/୦୩ (ଜଗନ୍ନାଥ ନାଏକ) : ଓଡିଆ ଚଳଚ୍ଚିତ୍ର ଦୁଇ ଦୁଣେ ପାଞ୍ଚ ଆଜି ଭବାନୀପାଟଣା ସହରସ୍ଥିତ ନିଉଷ୍ଟାର ସିନେପ୍ଲେକ୍ସ ସିନେମା ହଲରେ ମୁକ୍ତିଲାଭ କରିଛି । ସରୋଜ କୁମାର ମହାପାତ୍ରଙ୍କ ପ୍ରଯୋଜନା ଓ ନିର୍ଦ୍ଦେଶନାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ଚିଟଫଣ୍ଡ ଓ ରାଜନେତାଙ୍କ ଯୋଗୁଁ ମାନବିକତା ଏବଂ ସମ୍ମାନର ମୂଲ୍ୟ ଉପରେ ଆଧାରିତ ହୋଇଛି । ରାଜୁ ଜୀବନରେ ଏକମାତ୍ର ଲକ୍ଷ ଟଙ୍କା ଥିବାବେଳେ ଏକ ଚିଟଫଣ୍ଡ ଯୋଜନା ଆରମ୍ଭ କରିଛି । ଗାଁ ଲୋକେ ତାର ଏହି ଟଙ୍କା ରୋଜଗାର ପଥକୁ ଅନୁସରଣ କରିଛନ୍ତି । ପରେ ସେ ସ୍ଥାନୀୟ ବିଧାୟକ ଓ ତାଙ୍କ ପୁଅଙ୍କ ହାତ ବାରିସୀ ସାଜି ଗରିବ ଲୋକଙ୍କ ଜମି ହାତେଇଛନ୍ତି । ଫଳରେ ରାଜୁ ବିଧାୟକଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରି ହକ ପାଇଁ ଲଢିଛି । ଏହି ଘଟଣା ଉପରେ ଆଧାରିତ ଓଡିଆ ଚଳଚ୍ଚିତ୍ର ଦର୍ଶକମାନଙ୍କୁ ଏକ ଭିନ୍ନ ସ୍ବାଦର କାହାଣି ଦେଇପାରିଛି । ଏହି ଚଳଚ୍ଚିତ୍ରର ସହକାରୀ ପ୍ରଯୋଜକ ସଂଜୀବ ମହାପାତ୍ର ସଂଗୀତ ଟିଟୁ ଶଶାଙ୍କ କ୍ୟାମେରା ସତ୍ୟମ ଏସ.ଏସ, ଏଡିଟିଙ୍ଗ ସୈାମ୍ୟ ଶୋଭନ ନାୟକ, ଗ୍ରାଫିକ ଡ଼ିଜାଇନର ଆଦିତ୍ୟ ପ୍ରସାଦ ସାହୁ ଥିବାବେଳେ ହରିହର ଦାସ ସ୍ଥିତ ପ୍ରଜ୍ଞ ଦାସ, ଜୀବନ ପଣ୍ଡା, ଲରିମନ ଖର୍ସେଲ, ଅଶୋକ ଦାସ, ଅଶ୍ରୁମୋଚନ ମହାନ୍ତି, ବରଦା ପ୍ରଶନ୍ନ ପାତ୍ର, ସ୍ବର୍ଗତ ସଲିଳ ମିତ୍ର, ବିଜୁ ବଡଜେନା, ରିଆଜ ଖାନ, କୈଳାଶ ସାହୁ, ରାଧେଶ୍ୟାମ ମିଶ୍ର, ଅଶୋକ ମିଶ୍ର, କପିଲେଶ୍ବର ଖମାରୀ, କାଲୁ ନାୟକ, ପ୍ରକାଶ କୁମାର, ପ୍ରିୟା ନାୟକ, କଳାହାଣ୍ଡି କଟ୍ଟପ୍ପା
(କାଲୁ) ସୁନୀଲ ମହାନନ୍ଦ ପ୍ରମୁଖ କଳାକାର ନିଜର ନିଖୁଣ ଅଭିନୟ କରିଛନ୍ତି । ଆଜି ଚଳଚ୍ଚିତ୍ର ପ୍ରିମିୟର ଉତ୍ସବରେ ମଞ୍ଚଶିଳ୍ପୀ ପ୍ରଭାସ ମିଶ୍ର, ଅବଦୁଲ କାଦିର, ଅଶୋକ ପାତ୍ର, ନିମାଇ ପାଣି, ପ୍ରାଣକିଶୋର ପଣ୍ଡା, ଇଂ. ଅଜୟ ପଣ୍ଡା, କାଉନସିଲର ପ୍ରଶାନ୍ତ ଠାକୁର, ମନୋଜ ଶର୍ମା, ପ୍ରଦିପ ଡ଼ି. ମାଝୀ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଦର୍ଶକମାନେ ଏକ ଭିନ୍ନ ସ୍ବାଦର ଚଳଚ୍ଚିତ୍ର ହୋଇଥିବା ଯୋଗୁଁ ଏହାର ପ୍ରଶଂସା କରିଥିଲେ । କଳାହାଣ୍ଡି ଓ ପଶ୍ଚିମ ଓଡିଶା କଳାକାରମାନେ ଏହି ଫିଲ୍ମରେ ଅଭିନୟ କରିଥିବାବେଳେ ଏହା ଦର୍ଶକମାନଙ୍କର ଆଦୃତି ଲାଭ କରିବ ବୋଲି ପ୍ରଯୋଜକ ଓ ନିର୍ଦ୍ଦେଶକ ସରୋଜ କୁମାର ମହାପାତ୍ର କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ