Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ର ତିନି ଜଣ ଅଧିକାରୀ ସୁଶାନ୍ତ କୁମାର ଚୋପଦାର, ପଦ୍ମନାଭ ପୁରୋହିତ ଓ ତପିମଣି ଜାନି ଯିବେ ବିଦେଶ

କଳାହାଣ୍ଡି, ୦୯/୦୩ (ଜଗନ୍ନାଥ ନାଏକ) : ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ତିନି ଜଣ ଅଧିକାରୀ ସିଙ୍ଗାପୁର ଯିବା ପାଇଁ ମନୋନୀତ ହୋଇଛନ୍ତି। ସ୍କୁଲ ଓ ଗଣଶିକ୍ଷା ବିଭାଗର ପତ୍ର ସଂଖ୍ୟା 640/MSA/24 ତା ୮/୦୨/୨୦୨୪ ଅନୁସାରେ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର, କେସିଙ୍ଗା ବିଡ଼ିଓ ପଦ୍ମନାଭ ପୁରୋହିତ ଏବଂ ନର୍ଲା ଗୋଷ୍ଠି ଶିକ୍ଷା ଅଧିକାରୀ ତପିମଣି ଜାନି ଆସନ୍ତା ମଇ ମାସ ତୃତୀୟ ନହେଲେ ଚତୁର୍ଥ ସପ୍ତାହରେ ୫ ଦିନ ପାଇଁ ସିଙ୍ଗାପୁର ଯିବା ପାଇଁ ମନୋନୀତ ହୋଇଛନ୍ତି । ଏଠାରେ ପ୍ରକାଶ ଥାଉ କି କେସିଙ୍ଗା ବିଡ଼ିଓ,ଜିଲ୍ଲା ଶିକ୍ଷା ଅଧିକାରୀ ଓ ନର୍ଲା ଗୋଷ୍ଠି ଶିକ୍ଷା ଅଧିକାରୀ ଗତ ୩୦ ତାରିଖ ଦିନ ଭୁବନେଶ୍ଵର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହାତରୁ ୫ଟି ଅଧ୍ୟକ୍ଷ ଭି କାର୍ତ୍ତିକେୟନ ପାଣ୍ଡିୟାନ ଙ୍କ ଉପସ୍ଥିତିରେ ପୁରସ୍କାର ଗ୍ରହଣ କରିଥିଲେ।କେସିଙ୍ଗା ବ୍ଲକ ମାଧ୍ୟମିକ ସ୍କୁଲ ସ୍ତରରେ ଆନୁଷ୍ଠାନିକ ପୁରସ୍କାର ପାଇଁ ସମଗ୍ର ଓଡ଼ିଶା ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ