Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନର୍ଲାରୋଡ଼ ଜୟଦୁର୍ଗା ହାଇସ୍କୁଲ ଦ୍ୱାରା ସମାଜସେବୀ, ଯୁବନେତା ଓ ଆଇନଜୀବୀ ଦୀପକ କୁମାର ସାହୁଙ୍କୁ ସମ୍ମାନିତ

କଳାହାଣ୍ଡି, ୦୯/୦୩ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ଆଜି ଗୁରୁବାର ସକାଳ ୧୧ ଘଣ୍ଟା ସମୟରେ ନର୍ଲାରୋଡ ସ୍ଥିତ ଜୟାଦୂର୍ଗା ହାଇସ୍କୁଲ ପରିସରରେ ମୋ ସ୍କୁଲ ଉତ୍ସବ ସ୍କୁଲ ର ପ୍ରଧାନ ଶିକ୍ଷକ ବିଷମ୍ବର୍ ଭୋଇ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ଏଥିରେ ପୂର୍ବତନ ଛାତ୍ର ସାଂସଦ ର ବଦାନ୍ୟ ବ୍ୟକ୍ତି ତଥା ସ୍କୁଲ ଶିକ୍ଷକ କର୍ମଚାରୀ ମାନେ ମୁକ୍ତ ହସ୍ତରେ ସ୍କୁଲ ର ସର୍ବାଙ୍ଗୀନ ଉନ୍ନତି ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଏହି ବ୍ୟକ୍ତି ବିଶେଷ ଙ୍କୁ ନର୍ଲାରୋଡ ଜୟଦୂର୍ଗା ହାଇସ୍କୁଲ ପକ୍ଷରୁ ସମସ୍ତ ଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନ ରେ ସମ୍ମାନିତ କରାଯାଇଛି ଏବଂ ନର୍ଲା ରୋଡ ଜୟଦୂର୍ଗା ହାଇସ୍କୁଲ ପାଇଥିବା ସମସ୍ତ ସରକାରୀ ବେସରକାରୀ ପାଣ୍ଠିର ସଦ୍ ବିନିଯୋଗ କରି ବିଭିନ୍ନ ପ୍ରକାର ଶିକ୍ଷା, ସଂସ୍କୃତି, କଳା , କ୍ରୀଡା , ପରିବେଶ ଭଳି ସମସ୍ତ ଦିଗରେ ବିକାଶ କରିଥିବାରୁ ଏହି ସ୍କୁଲ କୁ ରାଜ୍ୟ ସରକାର ସମଗ୍ର ବ୍ଲକ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପୁରସ୍କାର ସ୍ୱରୂପ ତିନି ଲକ୍ଷ ଟଙ୍କା ଅର୍ଥ ରାଶି ମିଳିଥିବା ପ୍ରଧାନ ଶିକ୍ଷକ ପ୍ରକାଶ କରିଛନ୍ତି ଏବଂ ବିଶେଷ କରି ସ୍କୁଲ ର ବିଜ୍ଞାନ ଶିକ୍ଷକ ସନ୍ତୋଷ କର ଜାତୀୟ ତଥା ରାଜ୍ୟ ସ୍ତରୀୟ ବିଜ୍ଞାନ ଗବେଷଣା ରେ ବିଭିନ୍ନ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱରା ସମ୍ମାନିତ ହୋଇଛନ୍ତି ତେଣୁ ଏହି ସ୍କୁଲ ଗୌରବାନ୍ଵିତ ମନେକରେ ଏବଂ ସ୍କୁଲ ର ସମସ୍ତ ଶିକ୍ଷକ କର୍ମଚାରୀ ମାନଙ୍କ କଠିନ ପରିଶ୍ରମ ନିଷ୍ଠା କର୍ତ୍ତବ୍ୟ ଦ୍ଵାରା ସ୍କୁଲ ର ସର୍ବାଙ୍ଗୀନ ଉନ୍ନତି ହୋଇପାରିଥିବା ଉପସ୍ଥିତ ବଦାନ୍ୟ ବ୍ୟକ୍ତି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ଦୀପକ କୁମାର ସାହୁ, ମୁକେଶ ଅଗ୍ରୱାଲ , ବିମଳ କେଡିଆ , ପୁରବ ଅଗ୍ରୱାଲ , ଯୋଗେଶ ଅଗ୍ରୱାଲ ମଞ୍ଚାସୀନ ଥିବା ବେଳେ ସ୍କୁଲ ର ପ୍ରଧାନ ଶିକ୍ଷକ ବିସମ୍ବର ଭୋଇ , ସନ୍ତୋଷ କର , ସୁବାସ ବରାଡ, ଚକ୍ରଧର ସା, ଯୋଗେନ୍ଦ୍ର ଜେନା , ନାରାୟଣ ପଧାନ , ପ୍ରେମାନନ୍ଦ ନାଏକ , ଟୁକୁଲାଲ ନାଏକ ପ୍ରମୁଖ ମୁଖ୍ୟମନ୍ତ୍ରୀ ସମ୍ମାନ ରେ ସମ୍ମାନିତ ହୋଇଥିଲେ ଏହି କାର୍ଯ୍ୟକ୍ରମ ଟିକୁ ଚକ୍ରଧର ସା ସଂଯୋଜନା କରିଥିବା ବେଳେ ବିଜ୍ଞାନ ଶିକ୍ଷକ ସନ୍ତୋଷ କର ଧନ୍ୟବାଦ୍ ଅର୍ପଣ କରିଥିଲେ ଏବଂ ପରିଶେଷରେ ପ୍ରଧାନ ଶିକ୍ଷକ ବିସମ୍ବର୍ ଭୋଇ କାର୍ଯ୍ୟକ୍ରମ ସମାପ୍ତି, ଘୋଷଣା କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories