Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀପୁର ନଦୀରେ ପଡ଼ିରହିଛି ଅଜଣା ମୃତଦେହ

କଳାହାଣ୍ଡି, ୦୯/୦୩ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଭାନପୁର ଗ୍ରାମପଞ୍ଚାୟତ ଅଧୀନ ରାକ୍ସି ଓ ଗିଗିନା ଗ୍ରାମପଞ୍ଚାୟତ ଅଧୀନସ୍ଥ ଶ୍ରୀପୁର ଗ୍ରାମର ସାନ୍ଦୁଲ ନଦୀର କଦମ ଦୋରୋ ଠାରେ ପାଣିରେ ମୁହଁମାଡି ଏକ ମୃତଦେହ ପଡିରହିଥିବା କିଛି ଗାଈ ଚରାଳୀ ଦେଖିବାବାକୁ ପାଇଥିଲେ। ପରେ ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣିବାକୁ ପାଇଥିଲେ। ସ୍ଥାନୀୟ ଲୋକେ ଏନେଇ ପ୍ରଥମେ ପଲମ ଫାଣ୍ଡିକୁ ଜଣାଇଥିଲେ। ପଲମ ଫାଣ୍ଡି ଅଧିକାରୀ ଅକ୍ଷୟ ପ୍ରସାଦ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚିବା ପରେ ଦେଖିବାକୁ ପାଇଲେ ଯେ ଶବ ପଡ଼ିଥିବା ଅଞ୍ଚଳ ନର୍ଲା ଥାନା ଅଧୀନରେ ଯାଉଥିବାରୁ ନର୍ଲା ଥାନାକୁ ଜଣାଇଥିଲେ। ତେବେ ଖବର ଲେଖା ହେଲା ବେଳକୁ ନର୍ଲା ଥାନାରୁ କୌଣସି କର୍ମଚାରୀ ପହଞ୍ଚି ନଥିବାରୁ ଶବ ଚିହ୍ନଟ କରାଯାଇ ପାରି ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ