Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୃତ୍ୟୁ ମୁଖରୁ ସ୍ୱାମୀ ଙ୍କୁ ଛଡାଇ ଆଣିଲା ସ୍ତ୍ରୀ ପ୍ରମିଳା କିଡନୀ ଦାନ କରି ଚର୍ଚ୍ଚା ରେ ପ୍ରମିଳା

କଳାହାଣ୍ଡି, ୦୯/୦୩ (ଜଗନ୍ନାଥ ନାଏକ) : ସ୍ୱାମୀ ସ୍ତ୍ରୀ ସଂଜ୍ଞା କେବଳ ସୃଷ୍ଟି ନିର୍ମାଣ ର ସୂତ୍ର ଧାର ନୁହେ -ବରଂ ପ୍ରେମ ପରିକଳ୍ପନା ର ସୁ ବିଚାର ଧାରା।ସେଥିପାଇଁ ଉଭୟେ ଅଗ୍ନି କୁ ସାକ୍ଷୀ ନେଇ ସାତ ଜନ୍ମ ର ଭାଗିଦାର ହେବାକୁ ଶପଥ ନିଅନ୍ତି। ନାରୀ ଓ ପୁରୁଷ ହେଉଛନ୍ତି ଉଭୟେ ପରିପୁରକ । ସ୍ୱାମୀ ବିନା ସ୍ତ୍ରୀ ଅଧୁରା ଓ ସ୍ତ୍ରୀ ବିନା ମଧ୍ୟ ସ୍ୱାମୀ ଅଧୁରା ଅଟନ୍ତି । ସ୍ୱାମୀ ହେଉଛି ସ୍ତ୍ରୀ ପାଇଁ ଇହକାଲ ପରକାଳ ର ଦେଵତା ବୋଲି ବହୁ ପୁରାଣ ରେ ବର୍ଣ୍ଣିତ କରାଯାଇଛି। ଗୋଟିଏ ନାରୀ ପାଇଁ ତାର ଶଙ୍ଖା ସିନ୍ଦୁର ହିଁ ତା ପାଇଁ ସବୁକିଛି । ନାରୀଟିଏ ଶଙ୍ଖା, ସିନ୍ଦୁର ସୁରକ୍ଷା ପାଇଁ ନିଜ ଜୀବନକୁ ମଧ୍ୟ ବାଜିରେ ଲଗାଇ ଦିଅନ୍ତି । ସତ୍ୟ ଯୁଗରେ ସ୍ଵାମୀ ର ମୃତ୍ୟୁ ହେଲେ ସ୍ତ୍ରୀ ମଧ୍ୟ ସ୍ଵାମୀ ଜୁଇରେ ଝାସ ଦେଉଥିବା କଥା ଆମେ ଶୁଣିଛୁ । ପୁରାଣ ଯୁଗରେ ଆମେ ଶୁଣିଥିଲୁ,ମହାସତୀ ସାବିତ୍ରୀ ଯମରାଜ ଙ୍କ ଠାରୁ ସ୍ବାମୀର ଜୀଵନ ଫେରାଇ ଆଣିଥିଲେ । କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ବୃନ୍ଦାବାହାଲ ଗାଁରେ ଏଭଳି ଏକ ପ୍ରେମ ଓ ତ୍ୟାଗ ର ନିଦର୍ଶନ ଦେଖିବାକୁ ମିଳିଛି ।ଯାହାକୁ ନେଇ ଜିଲ୍ଲା ର ଚାରିଆଡେ ଚର୍ଚ୍ଚା ।ଗାଁର ଯୁବକ ମକୁନ୍ଦ କୁମାର ରାଉତ ଙ୍କୁ ଗତବର୍ଷ ହାତଗୋଡ଼ ଫୁଲିବା ଦେଖିବାକୁ ମିଳିଥିଲା । ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସ୍ଵାସ୍ଥ୍ୟ ପରୀକ୍ଷାରେ ମକୁନ୍ଦଙ୍କ ୨ ଟି କିଡନୀ ଖରାପ ଥିବା ଜାଣିବାକୁ ପାଇଥିଲେ । ଦିନକୁ ଦିନ ମକୁନ୍ଦଙ୍କ ସ୍ୱାସ୍ଥ୍ୟ ଖରାପ ହେଉଥିବା ବେଳେ କେତେବେଳେ ମଧ୍ୟ ଜୀଵନ ଚାଲିଯିବାର ଆଶଙ୍କା ରହିଥିଲା ।ସ୍ୱାମୀ ର ଏଭଳି ସ୍ଥିତି କୁ ଦେଖି ସ୍ତ୍ରୀ ପ୍ରମିଳା ସହି ପାରିଲାନି।ତାଙ୍କୁ ମୃତ୍ୟୁ ମୁଖରୁ ଫେରାଇ ଆଣିବାକୁ ଯାଇ ନିଜ କିଡ୍ନୀ ଦାନ କରିବାକୁ ପ୍ରସ୍ତୁତ ହେଲା । ପ୍ରମିଳାଙ୍କୁ କିଡନୀ ଦାନ କରିବାକୁ ପରିବାର ଲୋକେ ବାରଣ କରିଥିଲେ ହିଁ କାହାରି କଥା ଶୁଣି ନ ଥିଲା ।ନିଜ ସ୍ୱାମୀ ସହ ସାତ ଜନ୍ମ ଯାଏ ରହିବା ଶପଥ କୁ ଲିଭାଇକୁ ଯାଇ ଅଟଳ ରହିଲା। ମକୁନ୍ଦ ହେଉଛନ୍ତି ସାତ ଜନମର ସାଥି,ଇହକାଲ ପରକାଳର ଦେଵତା ,ତାଙ୍କ ହାତ ଧରିଛି ,ଜୀଇଁବି ତାଙ୍କ ସହିତ ମରିବି ବୋଲି ପ୍ରମିଳା ସମସ୍ତ ଙ୍କୁ ଉତ୍ତର ରଖିଲା । ଗତ ଫେବୃଆରୀ ୭ ତାରିଖରେ ରାୟପୁର ସ୍ଥିତ ଶ୍ରୀ ମେଡିସାଇନ ଡାକ୍ତରଖାନାରେ ନିଜର ଗୋଟିଏ କିଡନୀକୁ ଦାନ କରିଥିଲା ।
କିଡନୀ ଦାନ କରିବାର ଗୋଟିଏ ଦିନ ପରେ ପ୍ରମିଳାଙ୍କ ମାଁଙ୍କ ଦେହାନ୍ତ ହୋଇଥିଲା । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଯୋଗୁଁ ମୃତ ମାଁଙ୍କ ଶବକୁ ମଧ୍ୟ ଦେଖି ପାରିନଥିଲେ ପ୍ରମିଳା। ସତରେ ସ୍ୱାମୀ ପାଇଁ ନିଜର ଅଙ୍ଗ ଦାନ କରି ନିଜର ତ୍ୟାଗ ଓ ବଳିଦାନ ଦେଇ ମହାନ ହୋଇଛନ୍ତି ପ୍ରମିଳା। ବର୍ତ୍ତମାନ ଉଭୟ ସ୍ୱାମୀ ସ୍ତ୍ରୀ ରାୟପୁର ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି ଏବଂ ଉଭୟେ ସୁସ୍ଥ ଥିବା ଜଣାପଡ଼ିଛି ।ଆଜି ସେହି ମହାନ ନାରୀ ଙ୍କୁ ବିଶ୍ୱ ମହିଳା ଦିବସ ରେ ଓଡ଼ିଶା ନ୍ୟୁଜ ପକ୍ଷରୁ ଅଭିନନ୍ଦନ , ଶୁଭେଚ୍ଛା ଜଣାଉଛୁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ