ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ଆର ଏମ୍ ସି ନିକଟରେ ଆଜି ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି I ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ 3 ଟି ବ୍ଲକ ର ମହିଳା ସଭାପତି ମାନଙ୍କ ସହ ଏସ୍ ଏଚ୍ ଜି ଗ୍ରୁପ ର ମହିଳା ମାନେ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିଥିଲେ l ଶନିବାର ଆୟୋଜିତ ମହିଳା ସମାବେଶ ରେ ମୁଖ୍ୟ ଅତିଥିଭାବେ ସ୍ଥାନିୟ ବିଧାୟକ ପଦ୍ମନାଭ ବେହେରା ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବିଷ୍ଣୁପ୍ରିୟା ବେହେରା , ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷl ଶାନ୍ତି ଲତା ମିଶ୍ର , ଜିଲ୍ଲା ମହିଳା ବିଜେଡ଼ି ସଭାନେତ୍ରୀ ପଦ୍ମିନୀ ବଘାର ପ୍ରମୁଖ ଉପସ୍ଥିତ ଥିଲେ I ମହିଳା ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯୋଗାଇ ଦେଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅତିଥି ମାନେ ସଭାରେ ମତବ୍ୟକ୍ତ କରିଥିଲେ I
ଧର୍ମଶାଳା ରେ ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରୀୟ ମହିଳା ସମାବେଶ
