Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିଳାଙ୍କ ବେକରୁ ସୁନା ଝାମ୍ପିବା ମାମଲାରେ ଉତ୍ତରପ୍ରଦେଶର ଜଣେ ଗିରଫ

ଗୋପାଳପୁର ୯/୩
ଆମ୍ବପୁଆ ରେ ମହିଳାଙ୍କ ବେକରୁ ମଙ୍ଗଳସୂତ୍ର ଝାମ୍ପିବା ମାମଲାରେ ଗୋପାଳପୁର ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ହେଲେ ୟୁ ପି ର ସାମିଲଜିଲ୍ଲା ର ଧମେନ୍ଦ୍ର ବୋଲି ପୁଲିସ କହିଛି l ସୂଚନା ପ୍ରକାରେ
ଆମ୍ବପୁଆ ସ୍ଥିତ ଶିବାନନ୍ଦ ନଗର ଛକରେ ୬ ତାରିଖ ସନ୍ଧ୍ୟା ସମୟରେ ଦୁର୍ବତ୍ତ ମାନେ ଏକ ମୋଟରସାଇକେଲ ( ଓଡ଼ି ୧୩ ଏଲ ୪୮୫୩) ଆସି ରଘୁନାଥପୁର ଗ୍ରାମର ଟି. ମହୋନ ରାଓଙ୍କ ଭଉଣୀଙ୍କ ବେକରୁ ଏକ ପ୍ରାୟ ୧୭ ଗ୍ରାମର ସୁନାର ମଙ୍ଗଳ ସୂତ୍ର ଟିକୁ ଝାମ୍ପି ନେଇ ଚାଲିଯାଇଥିଲେ l ଏ ନେଇ ମହୋନ ରାଓ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୯୬/୨୪ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l ଗତକାଲି ବ୍ୟବହୃତ ହୋଇଥବା ଗାଡ଼ିଟି ଗୋପାଳପୁର ଅଞ୍ଚଳରେ ବୁଲୁଥିବା ନେଇ ପୁଲିସ ଜାଣିବାକୁ ପାଇଥିଲେ l ରାତ୍ର ପ୍ରାୟ ୮ ସମୟରେ ପଥରା ଛକରେ ଗାଡ଼ିଟିକୁ ଦେଖି କାବୁ କରିବା ସମୟରେ ପଛରେ ବସିଥିବା ବ୍ୟକ୍ତି ଜଣକ ଚମ୍ପଟ ମାରିଥିବା ବେଳେ ଧର୍ମେନ୍ଦ୍ରକୁ ଧରି ପଚାରା ଉଚରା କରାଯାଇଥିଲା । ଧର୍ମେନ୍ଦ୍ର ଙ୍କ ବୟାନ କ୍ରମେ ଉତ୍ତରପ୍ରଦେଶ ରୁ ଚାରି ଜଣ ଚଳିତ ମାସ ୬ ତାରିଖରେ ଏଠାକୁ ଆସିଥିଲେ । ଉକ୍ତ ଦିନ ବ୍ରହ୍ମପୁର ଟାଉନ ଥାନା ଅଞ୍ଚଳରୁ ଏବଂ ଆମ୍ବପୁଆ ଅଞ୍ଚଳରୁ ସୁନା ଝାମ୍ପି ନେଇ ଥିବା ପ୍ରକାଶ କରିଥିଲେ l ଅଭିଯୁକ୍ତ ଧର୍ମେନ୍ଦ୍ର ଠାରୁ ବ୍ୟବହୃତ ବାଇକ, ୩ ହାଜର ୫ ଶହ ଟଙ୍କା ଜବତ କରି ଆଜି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ସହଯୋଗୀଙ୍କୁ ଖୋଜୁଥିବା ଥାନା ଅଧିକାରୀ ଶରତ କୁମାର ମାହାଲିକ ସୂଚନା ଦେଇଛନ୍ତି lଅନ୍ୟପଟେ ଲୁଟ ହୋଇଥିବା ସୁନା ଜବତ ହୋଇ ନଥିବା ବେଳେ ସାମିଲ ଅନ୍ୟ ମାନଙ୍କୁ ପୁଲିସ ଖୋଜୁଥିବା ସୂଚନା ଦେଇଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories