ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ମହିଳା ମାନଙ୍କୁ ନେଇ ଏକ ଫିଟନେସ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଶନିବାର ଆଯୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଙ୍ଗନବାଡି କର୍ମୀ ରହିଥିଲି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ଆଶା କର୍ମୀ ଅନୁରି ସାହୁ , ନେହେରୁ ଯୁବ କେନ୍ଦ୍ର ର ସ୍ଵେଚ୍ଛାସେବୀ ସୁଦର୍ଶନ ଭରାସାଗର , ସତ୍ୟ ସେବକ ଯୁବକ ସଂଘ ର ପୂର୍ବତନ ସମ୍ପାଦକ ହୃଷୀକେଶ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ l କାର୍ଯ୍ୟକ୍ରମରେ ସ୍ଥାନୀୟ ମା ପନ୍ଥଇ ଦେବୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ମା ଲକ୍ଷ୍ମୀ ଏସ୍ ଏଚ୍ ଜି ଗ୍ରୁପ ର ସଭ୍ୟା ମାନେ ଅଂଶଗ୍ରହଣ କରିଥିଲେ l ଦେଶ ଗଠନରେ ନାରୀ ମାନଙ୍କର ଭୂମିକା ସହ ସବୁ ନାରୀ ଶିକ୍ଷିତ ହୋଇ ବିକଶିତ ଭାରତ ଗଠନରେ ସହାୟକ ହେବାକୁ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ I ଆୟୋଜିତ ଦୌଡ ପ୍ରତିଯୋଗୀତାରେ ହେମାଦ୍ରି ସାହୁ ପ୍ରଥମ , ପ୍ରାଣେଶ୍ଵରୀ ଛତ୍ରୀଆ ଦ୍ଵିତୀୟ ଏବଂ ଆରତି ଛତ୍ରୀଆ ତୃତୀୟ ସ୍ଥାନ ହାସଲ କରିଥିଲେ I
ଗୋବିନ୍ଦପୁର ରେ ମହିଳାଙ୍କ ଫିଟନେସ ଦୌଡ଼ କାର୍ଯ୍ୟକ୍ରମ
