Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାବାସାହେବଙ୍କ ଜନ୍ମଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

କଳାହାଣ୍ଡି,୧୦/୦୩-ବିଶ୍ୱରତ୍ନ ବୋଧିସତ୍ତ୍ୱ ତଥା ସମ୍ବିଧାନ ପ୍ରଣେତା ବାବାସାହେବ ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ମହୋତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଭବାନୀପାଟଣା ସହର ନକଟିଗୁଡାସ୍ଥିତ ଆମ୍ବେଦକର ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ ଓଡିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନ ପକ୍ଷରୁ ଆୟୋଜିତ ଏହି ବୈଠକରେ ଫେଡେରେସନର ବରିଷ୍ଠ ଉପଦେଷ୍ଟା ପ୍ରେମାନନ୍ଦ ବାଗ ସଭାପତିତ୍ବ କରିଥିବାବେଳେ ମହାସଚିବ ସୂର୍ଯ୍ୟ ନାରାୟଣ କୁମାର ଉପସ୍ଥିତ କର୍ମକର୍ତ୍ତାଙ୍କଠାରୁ ମତାମତ ଲୋଡ଼ିଥିଲେ। ବୈଠକରେ ଉପସ୍ଥିତ କର୍ମକର୍ତ୍ତା ଜୟନ୍ତୀ ପାଳନ ଅବସରରେ ନିଜନିଜର ସୁଚିନ୍ତିତ ମତ ପ୍ରଦାନ କରିଥିଲେ । ଫେଡେରେସନର କାର୍ଯ୍ୟକାରୀ ସଭାପତି ଋଷିସୂଦନ ଛତ୍ରପାଲ, ବିଭୀଷଣ ନାଏକ, ଉପଦେଷ୍ଟା ବିଶ୍ଵନାଥ କର, ଯୋଗେଶ୍ଵର ସାଗର, ରବିଦାସ ସମାଜର ଜିଲ୍ଲା ସଭାପତି ଶଙ୍କର ମେହେର, ଲକ୍ଷ୍ମଣ ମେହେର, ତ୍ରିନାଥ ନାଏକ, ପୃଥ୍ୱୀରାଜ ଛତ୍ରିଆ, ରଜନୀକାନ୍ତ ସମର୍ଲିଆ, ଚନ୍ଦନ ନାଏକ, ଶକ୍ତିରଞ୍ଜନ ଛତ୍ରିଆ, ସଞ୍ଜୟ ସୁନାନୀ, ଦୁଃଖୀ କୁମାର, ବିନୋଦ ଦୁର୍ଗାଙ୍କ ସମେତ ସଂଗଠନର କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories