Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଗପୁର ହାଇସ୍କୁଲ୍ ରେ ‘ମୋ ସ୍କୁଲ ଅଭିଯାନ ” କାର୍ଯ୍ୟ କ୍ରମ

କଳାହାଣ୍ଡି, ୧୦/୦୩ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବାଗପୁର ସ୍ଥିତ ଗ୍ରାମ ପଞ୍ଚାୟତ ହାଇସ୍କୁଲ ପରିସରରେ ସ୍କୁଲ ସ୍ତରୀୟ “ମୋ ସ୍କୁଲ ଅଭିଯାନ “କାର୍ଯ୍ୟ କ୍ରମ ପାଳିତ।ସ୍କୁଲ ର ପ୍ରଧାନ ଶିକ୍ଷକ ଅଶୋକ କୁମାର ମହାନ୍ତି ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇ ଥିବା ବେଳେ ଏଥିରେ ବିଦ୍ୟାଳୟ ର ସହକାରୀ ଶିକ୍ଷକ, ସରପଞ୍ଚ, ବିଦ୍ୟାଳୟ କମିଟି ମେମ୍ବର ପ୍ରମୁଖ ମଞ୍ଚା ସିନ ଥିବା ବେଳେ ପ୍ରଥମେ ସ୍କୁଲ ର ପ୍ରଧାନ ଶିକ୍ଷକ ସ୍ବାଗତ ଅଭିଭାଷଣ ଦେବା ସହ ଏହି କାର୍ଯ୍ୟ କ୍ରମ ଉପରେ ଅବଗତ କରାଇଥିଲେ ଓ ଆଲୁମିନି ଛାତ୍ର ଛାତ୍ରୀ ଙ୍କୁ ସାଂସଦ ର ବଦାନ୍ୟ ବ୍ୟକ୍ତି ତଥା ସ୍କୁଲ ଶିକ୍ଷକ କର୍ମଚାରୀ ମାନେ ମୁକ୍ତ ହସ୍ତରେ ସ୍କୁଲ ର ସର୍ବାଙ୍ଗୀନ ଉନ୍ନତି ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଏହି ବ୍ୟକ୍ତି ବିଶେଷ ଙ୍କୁ ଅର୍ଥ ଦାନ, ସେବା ମନୋଭାବ ବୃତ୍ତି, ଚେତନା ଜାଗୃତ ଥିବାରୁ ଧନ୍ୟବାଦ ଜଣାଇବା ସହ ବିଦ୍ୟାଳୟର ରୁପନ୍ତରିକରଣରେ ସହଯୋଗରେ ବାଗପୁର ଗ୍ରାମପଞ୍ଚାୟତ ହାଇସ୍କୁଲ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କଲାପ କୁ ଉପସ୍ଥାପନ କରିବା ପରେ ଆଳୁମିନି ପୂରାତନ ଛାତ୍ର ଛାତ୍ରୀ ଙ୍କସହଯୋଗ ଓ ସୁଚିନ୍ତିତ ମତାମତ, ଆର୍ଥିକ ଅନୁଦାନ ପାଇଁ ପ୍ରଶଂସନୀୟ ବୋଳି ମତ ଦେଉଥିଲେ। ଅପର ପକ୍ଷରୁ ପୂରାତନ ଛାତ୍ର ଛାତ୍ରୀ ସମସ୍ତ ଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନ ରେ ସମ୍ମାନିତ କରାଯାଇଛି ଏବଂ ହାଇସ୍କୁଲ ପାଇଥିବା ସମସ୍ତ ସରକାରୀ ବେସରକାରୀ ପାଣ୍ଠିର ସଦ୍ ବିନିଯୋଗ କରି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଜରୀୟା କୁ ନେଇ ସମସ୍ତ ଦିଗରେ ବିକାଶ କରିଥିବାରୁ ସ୍କୁଲ ର ସମସ୍ତ ଶିକ୍ଷକ କର୍ମଚାରୀ ମାନଙ୍କ କଠିନ ପରିଶ୍ରମ ନିଷ୍ଠା କର୍ତ୍ତବ୍ୟ ଦ୍ଵାରା ସ୍କୁଲ ର ସର୍ବାଙ୍ଗୀନ ଉନ୍ନତି ହୋଇପାରିଥିବା ଦେଖିବକୁ ମିଳିଛି । ଏହି କାର୍ଯ୍ୟକ୍ରମ ଟିକୁ ସଂସ୍କୃତ ଶିକ୍ଷକ ଧର୍ମୁ ରାଜ ବାଗ ସଂଯୋଜନା କରିଥିବା ବେଳେ ପ୍ରଧାନ ଶିକ୍ଷକ ଅଶୋକ କୁମାର ମହାନ୍ତି ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟ କ୍ରମ ସମାପ୍ତି କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ