Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନନ୍ଦଘର ଠାରେ ମହିଳା ଦିବସ ପାଳନ

କଳାହାଣ୍ଡି, ୧୦/୦୩ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ନର୍ଲା ପଞ୍ଚାୟତ ର ଜୁର୍କାଭଟା ନନ୍ଦଘର ଠାରେ ମହିଳା ଦିବସ ପାଳନ ହୋଇଥିଲା,ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଅରୁଣ ପ୍ରଧାନୀ ଙ୍କ ନେତୃତ୍ତ୍ୱରେ ପାଳନ ହୋଇଥିବା ଏହି କାର୍ଯକ୍ରମ ରେ ଜୁର୍କାଭଟା ୱାର୍ଡ ସଭ୍ଯା,ମହିଳା ଗୋଷ୍ଠୀ ସଭ୍ଯା ନେତୃତ୍ତ୍ୱ ନେଇ ଏହି ଦିବସ ପାଳନ କରିଥିଲେ,କର୍ମୀ ଧରିତ୍ରୀ ମିଶ୍ର ମହିଳା ଦିବସ ଉପରେ ସଚେତନ ବାର୍ତ୍ତା ଦେବା ପରେ ଅରୁଣ ପ୍ରଧାନୀ ଏହି ଦିନ ର ଲକ୍ଷ୍ୟ,ଉଦେଶ୍ୟରେ ଆଲୋକ ପାତ କରିବା ସହ ସଶକ୍ତ ହେବାକୁ ପରାମର୍ଶ ଦେଇଥିଲେ, ନନ୍ଦଘର ଠାରୁ ଆରମ୍ଭ କରି ଗ୍ରାମ ପରିକ୍ରମା କରା ଯାଇଥିଲା, ମହିଳା ମାନେ ପ୍ଲା କାର୍ଡ଼ ଧରି ବିଭିନ୍ନ ସ୍ଲୋଗାନ ଦେଇ ବୁଝାଇ ଥିଲେ, ସମାଜସେବୀ କୁନୁ ଦୁର୍ଗା, ଆଶା ଲକ୍ଷ୍ମୀ ଗଉଡ଼ ସହଯୋଗ କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ