Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଳନ୍ଥରାରେ କଳାକାର ମହାକୁମ୍ଭ ଅନୁଷ୍ଠିତ।

ଗୋପାଳପୁର,୧୦/୦୩
ଗୋଳନ୍ଥରା ସ୍ଥିତ ଇଶାଣେଶ୍ବର ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶା ସାହିତ୍ୟ ସମ୍ମିଳନୀ ପକ୍ଷରୁ ଗ୍ରାମାଞ୍ଚଳ ର କଳାକାର ମାନଙ୍କୁ ନେଇ କଳାକାର ମହାକୁମ୍ଭ ର ଆୟୋଜନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମିଳନୀ ର କାର୍ଯକାରୀ ସଭାପତି ଡ଼ ବିଦ୍ୟୁତ ପ୍ରଭା ସାହୁ ଙ୍କ ଅଧ୍ୟକ୍ଷତା କରିବା ସହ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତିକ ମଞ୍ଚ ଉଦଘୋଷକ ହୃଷିକେଶ ପାଣିଗ୍ରାହୀ, ଉପେନ୍ଦ୍ର ଭଞ୍ଜ କଳାକାର ରେ ସମ୍ମାନିତ ଉପେନ୍ଦ୍ର ପାଣିଗ୍ରାହୀ, ବରିଷ୍ଠ ଭାରତ ଲୀଳା ଗୁରୁ ନବଘନ ପରିଡା, ଡ଼ ତିରୁପତି ରାଓ, ପ୍ରହଲ୍ଲାଦ ନାଟକ କଳାକାର ସିମାନ୍ଚଳ ପାତ୍ର, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ବିଭୂତି ଭୂଷଣ ଜେନା,ଆଲୋକ ବିଷୋୟୀ, ସମ୍ମିଳନୀ ଉପାଧ୍ୟକ୍ଷ ଗୌରାଙ୍ଗ ଚରଣ ରାଉତ, ବିଜେପି ନେତା ବନମାଳୀ ସେଠୀ ପ୍ରମୁଖ ମଞ୍ଚାସିନ ରହିଥିଲେ। ଏହି ଅବସରରେ ଗ୍ରାମାଞ୍ଚଳ ରେ ନିଜର ପ୍ରତିଭା ପ୍ରଦର୍ଶିତ କରି‌ଆସୁଥିବା କଳାକାର ସିମାନ୍ଚଳ ପାତ୍ର, ରାଜେନ୍ଦ୍ର ରେଡ୍ଡୀ,ଆଲୋକ ବିଷୋୟୀ,ସମରଥ ଦାଶ,ନବଘନ ପରିଡା,ରବି ନାରାୟଣ ଶତପଥୀ,ବିପିନ ଦାଶ, ସିମାନ୍ଚଳ ପଣ୍ଡିତ,ଶେଖର ନାହକ, ମାଧବ ଗୈଡ, ବଂଶୀଧର ମହାରାଣା ପ୍ରମୁଖ ଙ୍କୁ ସମ୍ମାନିତ କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଆୟୋଜିତ ସମାବେଶରେ ଗଞ୍ଜାମ ଜିଲ୍ଲା କୋଣ ଅନୁକୋଣରୁ ପ୍ରାୟ‌୧ ହଜାର‌ କଳାକାର ନିଜର ବାଦ୍ୟଯନ୍ତ୍ର ସହ ଟିମ୍ ସହ ଉପସ୍ଥିତ ରହି ନିଜର କଳା ପ୍ରଦର୍ଶନ କରିଥିଲେ। ଗ୍ରାମାଞ୍ଚଳ ରେ ରହୁଥିବା ଦୁଃସ କଳାକାର ମାନଙ୍କୁ ସରକାରଙ୍କ ପକ୍ଷରୁ ଚିହ୍ନଟ କରାଯାଇ ସେମାନଙ୍କୁ ସରକାରୀ ସହାୟତା ଯୋଗାଇବାକୁ ସମ୍ମିଳନୀ ପକ୍ଷରୁ ଦାବି ଉପସ୍ଥାପନ କରାଯିବାକୁ ନିଷ୍ପତ୍ତି ନିଆ ଯାଇଥିଲା। ସମ୍ମିଳନୀ ର ମହାସଚିବ ଦଣ୍ଡପାଣି ମହାପାତ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରମୋଦ କୁମାର ପଣ୍ଡା, ଗବେଷକ ଶ୍ରୀରଙ୍ଗ ନାୟକ,ବନ୍ୟନା ମହାପାତ୍ର,ପ୍ରମିଳା ପାଣି, ରାଜନାଥ ମାଝୀ, ପ୍ରମୋଦ ବେହେରା ପ୍ରମୁଖ ସହଯୋଗ କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories