Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ରେ ଯୋଗଦେଲେ କୋକସରା ବ୍ଲକ ଅଧ୍ୟକ୍ଷା,ଉପାଧ୍ୟକ୍ଷ, ଜନ ପ୍ରତିନିଧି ଓ ଶତାଧିକ ସମର୍ଥକ।

କୋକସରା:୧୧/୦୩
ଆଗକୁ ବିଧାନସଭା ନିର୍ବାଚନ ଆସୁଥିବା ବେଳେ ନିର୍ବାଚନ ପୂର୍ବରୁ ବିଭିନ୍ନ ଜନ ପ୍ରତିନିଧି ମାନେ ନିଜ ସମର୍ଥକଙ୍କ ସହ ପ୍ରମୁଖ ଦଳ ରେ ଯୋଗ ଦେଉଥିବା ଦେଖିବାକୁ ମିଳୁଛି। ଏହି କ୍ରମରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ କୋକସରା ବ୍ଲକ ର ଅଧ୍ୟକ୍ଷା ରିତା ଅଗ୍ରୱାଲ,ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଙ୍କ ନେତୃତ୍ୱରେ ବ୍ଲକ ର ୨୨ ପଞ୍ଚାୟତ ର ନିର୍ବାଚିତ ସମିତି ସଭ୍ୟ ସଭ୍ୟା, ସରପଞ୍ଚ, ପୂର୍ବତନ ସରପଞ୍ଚ, ଓ ସମର୍ଥକ ମାନେ ସୋମବାର ଭୁବନେଶ୍ୱର ଶଙ୍ଖ ଭବନ ଠାରେ ବିଧବଦ୍ଧ ଭାବେ ମିଶ୍ରଣ ପର୍ଵ ରେ ବିଜେଡି ଦଳ ରେ ଯୋଗ ଦେଇଛନ୍ତି। ନିଜ ସମର୍ଥକ ଙ୍କ ସହ ସାକ୍ଷାତ କରିଛନ୍ତି। ଏହି ଅବସର ରେ ଶଙ୍ଖ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଲବନ୍ତ ରାୟ,ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ରାଜ୍ୟସଭା ସାଂସଦ ସୁଜିତ କୁମାର,ମିଡିଆ ସେଲ ପ୍ରବକ୍ତା ପ୍ରିୟବତ ମାଝୀ ପ୍ରମୁଖ ଉପସ୍ଥିତ ରହି କୋକସରା ବ୍ଲକ ର ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ବ୍ଲକ ସରପଞ୍ଚ ସଙ୍ଘ ସଭାପତି ନକୁଳ ନାଏକ ସମେତ ୨୨ ପଞ୍ଚାୟତ ର ସମିତି ସଭ୍ୟ ସଭ୍ୟା, ସରପଞ୍ଚ ଓ ଶତାଧିକ ସମର୍ଥକଙ୍କ ସହ ବିଜୁ ଜନତା ଦଳ ରେ ସାମିଲ ହୋଇଛନ୍ତି। ଦଳ ପ୍ରତି ଆନୁଗତ୍ୟ ଓ ନିଷ୍ଠା ର ସହ କାର୍ଯ୍ୟ କରିବାକୁ ଦଳ ରେ ଯୋଗଦେଇଥିବା ଜନ ପ୍ରତିନିଧିମାନେ କହିଛନ୍ତି। ଯୋଗ ଦେଇଥିବା ଜନ ପ୍ରତିନିଧି ପରେ ନବୀନ ନିବାସ କୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5 ଟି ଅଧ୍ୟକ୍ଷ ଭିକେ ପାଣ୍ଡିୟାନ, ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କୁ ଭେଟିଥିଲେ। ଦଳ ପାଇଁ ନିଷ୍ଠାର ସହ କାମ କରିବାକୁ ମୁଖ୍ୟମନ୍ତ୍ରୀ ଜନ ପ୍ରତିନିଧି ଙ୍କୁ ପରାମର୍ଶ ଦେଇଛନ୍ତି। ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ଆଜିର ମିଶ୍ରଣ ପର୍ଵ ବିଜେଡି ଦଳ ପାଇଁ ଶୁଭଙ୍କର ବୋଲି ଜିଲ୍ଲା ସଭାପତି।ପୁଷ୍ପେନ୍ଦ୍ର ସିଂଦେଓ, ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ପ୍ରମୁଖ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ