Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ହିଲୁଙ୍ଗ ପରିତ୍ୟକ୍ତ କୂଅରୁ ବୃଦ୍ଧା ଙ୍କ ତଣ୍ଟି କାଟି ହତ୍ୟା ଘଟଣା ରେ 3 ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ସଦର ହିଲୁଙ୍ଗ ଗ୍ରାମରେ ରେ ଜୈନିକା ବୃଦ୍ଧା ଙ୍କୁ ବେକ କାଟି ହତ୍ୟା କରି ଏକ ପରିତିକ୍ତ କୂଅ ରେ ଫିଙ୍ଗି ଦେଇଥିବା ଘଟଣା ର ରହସ୍ୟ ପର୍ଦ୍ଦାଫାଶ ହୋଇଛି। ଏହି ହତ୍ୟା ଘଟଣା ରେ ୩ ଜଣକୁ ବୀରମହାରାଜପୁର ପୋଲିସ ଗିରଫ କରିଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତ କୁ ପଠେଇ ଦିଆ ଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ହିଲୁଙ୍ଗ ଗ୍ରାମର ରାଜକିଶୋର ଜଗଦଲା(୩୫) , ନନ୍ଦିନୀ ମେହେର (୨୨) ଓ ନିକଟସ୍ଥ ପଥରଘାଟ ଗ୍ରାମର ଶାନ୍ତନୁ ପ୍ରଧାନ(୨୭) ବୋଲି ପୋଲିସ ସୂଚନା ଦେଇଛି। ଗିରଫ ନନ୍ଦିନୀ ଓ ରାଜ କିଶୋର ସମ୍ପର୍କରେ ଦେଢ଼ଶୁର ଓ ଭାଇବୋହୂ ଅଟନ୍ତି।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ଫେବୃୟାରୀ ମାସ ୧୦ ତାରିଖ ଭୋର ସକାଳୁ ବୀରମହାରାଜପୁର ଥାନା ହିଲୁଙ୍ଗ ଗ୍ରାମର ର ୬୫ ବର୍ଷୀୟା ବୃଦ୍ଧା ଶୋଭା ଭୋଇ ଙ୍କ ମୃତ ଦେହ ଗ୍ରାମର
ଏକ ପରିତ୍ୟକ୍ତ କୂଅ ରୁ ଉଦ୍ଧରହୋଇଥିଲ। ବୃଦ୍ଧା ଙ୍କୁ କୌଣସି ଏକ ଧାରୁଆ ଅସ୍ତ୍ର ରେ ବେକ କାଟି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତ ରୁ ଜଣା ପଡିଥିଲା। ଏନେଇ ମୃତl ବୃଦ୍ଧା ଙ୍କ ଝିଅ ଙ୍କ ଅଭିଯୋଗ ଆଧାର ରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା। ତଦନ୍ତ ରେ ମିଳିଥିବା ତଥ୍ୟ ଅନୁସାରେ ହିଲୁଙ୍ଗ ଗ୍ରାମରେ
ଗିରଫ ନନ୍ଦିନି ମେହେର (୨୨) ଅନୈତିକ କାର୍ଯ୍ୟ ଚଳେଇ ଆସୁଥିଲା । ବୃଦ୍ଧା ଜଣକ ଉକ୍ତ ମହିଳାଙ୍କ ସମ୍ପର୍କୀୟା ହୋଇଥିବାରୁ ତାକୁ ଏହି କାମରୁ ନିବୃତ ରହିବାକୁ କହୁଥିଲେ l ଘଟଣା ଦିନ ବୃଦ୍ଧା ଜଣକ ଉକ୍ତ ମହିଳା ଙ୍କୁ ତାଙ୍କ ଦେଢ଼ଶୁର ରାଜ କିଶୋର ଓ ଅନ୍ୟ ଜଣେ ଯୁବକ ଶାନ୍ତନୁ ଙ୍କ ସହିତ ଅନୈତିକ କାର୍ଯ୍ୟ କରୁଥିବା ବେଳେ ଦେଖି ପକାଇ ଥିଲେ। କାଳେ ବୃଦ୍ଧା ଜଣକ ଉକ୍ତ ଘଟଣା କୁ ପ୍ରଘଟ କରିଦେବ ଭାବି ତିନିଜଣ ମିଶି ବୃଦ୍ଧା ଙ୍କୁ ପ୍ରଥମେ ତଣ୍ଟି ଚିପି ହତ୍ୟା କରି ଏକ ଧାରୁଆ ବ୍ଲେଡ ରେ ତଣ୍ଟି କାଟି ଦେଇଥିଲେ। ସମସ୍ତେ ମିଶି ମୃତ ଦେହ କୁ ନିକଟସ୍ଥ ପରିତ୍ୟକ୍ତ କୂଅ ରେ ଫିଙ୍ଗି ଦେଇଥିଲେ। ବୀରମହାରାଜପୁର ଥାନା ଏସ.ଆଇ ଦୀପ୍ତି ରଂଜନ ଦିଗାଲ ହତ୍ୟାକାଣ୍ଡ ରେ ସାମିଲ ଥିବା ୩ ଜଣ ଅଭିଯୁକ୍ତ ଙ୍କୁ ଥାନା କେସ ନମ୍ୱର ୯୭/୨୪ ରେ ଗିରଫ କରି ସୋମବାର ଅପରାହ୍ନରେ ଏସ୍ ଡି ଜେ ଏମ କୋର୍ଟ ଚାଲାଣ କରିଥିବା ପ୍ରକାଶ କରିଛନ୍ତି । ଦେଢ଼ ଶୁର ଓ ଭାଇ ବୋହୂ ଙ୍କ ଅନୈତିକ ସମ୍ପର୍କ କାଳେ ପ୍ରଘଟ ହୋଇଯିବ ସେହି ଭୟରେ ଉକ୍ତ ହତ୍ୟା କାଣ୍ଡ ହୋଇଥିବା ଘଟଣା ଏବେ ସମଗ୍ର ବୀରମହାରାଜପୁର ଅଞ୍ଚଳ ରେ ଚର୍ଚ୍ଚାର ବିଷୟ ହୋଇଛି।