Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ରୁ ଆରମ୍ଭ ହେଲା ବିଜେଡିର ଶକ୍ତି ପ୍ରଦର୍ଶନ

ଗୋପାଳପୁର,୧୩/୦୩
ଆଉ କିଛି ମାସ ପରେ ରାଜ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ସମ୍ମିଳନୀ ଏବଂ ସଭା ସମିତି କରି ନିଜର ଶକ୍ତି ପ୍ରଦର୍ଶନ କରୁଥିବା ବେଳେ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ମଧ୍ୟ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି l ଆଜି ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ କର୍ମୀ ସମିଳନୀ ଓ ବନ୍ଧୁ ମିଳନ କାର୍ଯକ୍ରମ ଆଳରେ ନିଜର ଶକ୍ତି ପ୍ରଦର୍ଶନ କରିଛି l ଗୋପାଳପୁର ବିଜେଡି ର ଯୁବ ନେତା ରାମ ହରି ପାତ୍ରଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମକର୍ତ୍ତା ମୋଟରସାଇକେଲ ରାଲିରେ କରାପଲ୍ଲୀ ଛକ ଠାରୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ଭବ୍ୟ ସ୍ୱାଗତ କରି ଗୋପାଳପୁର ଠାରେ ଅନୁଷ୍ଠିତ ସଭାସ୍ଥଳୀକୁ ପାଛୋଟି ନେଇଥିଲେ l ସେଠାରେ ବିଧାୟକ ପଣ୍ଡାଙ୍କୁ ନେତା ଓ କର୍ମୀଙ୍କ ପକ୍ଷରୁ ସମର୍ଦ୍ଧନା ଦିଆଯାଇଥିଲା l ଆଗାମୀ ଦିନରେ ବିଜେଡିକୁ ଗୋପାଳପୁର ରେ ଆହୁରି ସଶକ୍ତ କରିବାକୁ ସମସ୍ତ ସଂକଳ୍ପ ନେଇଥିଲେ । ମୁଖ୍ୟମନ୍ତ୍ରୀ ପ୍ରତି ଗ୍ରାମାଞ୍ଚଳରେ ଭିତ୍ତି ଭୂମି ବିକାଶ କରିବା ସହିତ ମନ୍ଦିର ଓ ବିଦ୍ୟାଳୟ କୁ ରୂପାନ୍ତରିତ କରଣ , ଶିକ୍ଷା, ସ୍ବାସ୍ଥ୍ୟ, ଗମନା ଗମନ, ପାନୀୟ ଜଳ ଭଳି ବହୁ ବିକାଶମୂଳକ ପ୍ରକଳ୍ପ ରାଜ୍ଯ ସରକାର ହାତକୁ ନେଇଛନ୍ତି ଏଥି ସହ ଗୋପାଳପୁର ନିର୍ବାଚନ ମଣ୍ଡଳୀ ର ସର୍ବାଙ୍ଗୀନ ଉନ୍ନତି ସକାଶେ ବହୁବିଧ କାର୍ଯ୍ୟକ୍ରମ ମାନ ହାତକୁ ନେଇ ଏକ ସ୍ୱତନ୍ତ୍ର ପରିଚୟ ଦେବା ସହ ଖୁବ ଶୀଘ୍ର ଗୋପାଳପୁର ଠାରେ ମୁହାଣ କାର୍ଯ୍ୟ ଆରମ୍ଭ ହେବା ସହ ଏଥି ପାଇଁ ଟେଣ୍ଡର କାମ ଶେଷ ହୋଇଯାଇଛି ବୋଲି ବିଧାୟକ କହିବା ସହ ଆମେ ସମସ୍ତେ ଏକତ୍ରିତ ହୋଇ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜେଡି କୁ ଅଧିକରୁ ଅଧିକ ଭୋଟ ଦେଇ ଅଧୁରା କାମ କୁ ସମ୍ପୂର୍ଣ କରିବା ପାଇଁ ଶ୍ରୀ ପଣ୍ଡା ଆହ୍ୱାନ ଦେଇଥିଲେ l ଏହି ଅବସରରେ କେଲୁଆପଲ୍ଲୀ ର କିଛି ବିଜେପି କର୍ମୀ ବିଜେଡି ଯୋଗଦେଇଥିଲେ l ବ୍ଲକ ସଭାପତି ଅଜିତ କୁମାର ଦାଶଙ୍କ ସଭାପତି କରିଥିବା ବେଳେ ଯୁବ ନେତା ଶିବ ରାମ ପାତ୍ର ଧନ୍ୟବାଦ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟ୍ୟରେ ଜିଲା ପରିଷଦ ଉପସଭାପତି ଏସ. ରାଜେଶ୍ୱରୀ ଦୋରା,ରଙ୍ଗେଈଲୁଣ୍ଡା ବ୍ଲକ ଅଧ୍ୟକ୍ଷ ସିଏଚ ଉଷା ରାଣୀ,ଉପାଧ୍ୟକ୍ଷ ଅନିତା କୁମାର ମାହାଙ୍କୁଡ, ବ୍ରହ୍ମପୁର ଡେପୁଟି ମେୟର ଇ ବିବେକ ରେଡି,ଗୋପାଳପୁର ଏନଏସି ଅଧ୍ୟକ୍ଷ ଏ ଜାନକୀ ରାମ,ଉପାଧ୍ୟକ୍ଷ ବି ଉ.ଉମା, ଶଶିଭୂଷଣ ମହାନ୍ତି,ଜିଲା ପରିଷଦ ସଭ୍ୟ ଦୀପକ କୁମାର ସାମନ୍ତ, ତଅପୋଇ ଦାସ ରାଜ୍ୟ ସମବାୟ ବ୍ୟାଙ୍କ ନିର୍ଦ୍ଧେଶିକା ବିଷ୍ନୁପ୍ରିୟା ନାୟକ, ରାଜ୍ୟ ଛାତ୍ର ସମ୍ପାଦକ ଅଜିତ କୁମାର ରାଉଳ,ସିଏଚ ଦିଲେଶ୍ଵର ରେଡି ,ପ୍ରଶାନ୍ତ କୁମାର ଦାସ, ପ୍ରବୀଣ କୁମାର,ଏସ ଧର୍ମରାଜ ରେଡ୍ଡୀ, ଏସ ମେନେକା ରେଡି, ବାଇରୀ ପାତ୍ର, ପ୍ରକାଶ ଚଦ୍ର ସାମନ୍ତ, ପ୍ରକାଶ ସେଠି, ଅଜୁ ନାୟକ,ସନ୍ତୋଷ ପ୍ରଧାନ,ଦଣ୍ଡ ବେହେରା, ଅସନ୍ତୁଲୁ ରେଡି,ପ୍ରତାପ ଚଦ୍ର କୋଠିଆ,ମିଲେନ୍ଦ୍ର ପ୍ରଧାନ,ମୁନା ନାୟକ, ଦଣ୍ଡ ପାଣି ସାହୁ, ସୁଧୀର ନାୟକ,ଉମା ନାୟକ, ମଳୟ ବିଷୋୟ,ଜୟ ସାହୁ,ବାନି ଲେଙ୍କା,କୁନା ପାଣିଗ୍ରାହୀ, ରାଜା ରାଉଳ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories