ଗୋପାଳପୁର ୧୩/୩
ଗୋପାଳପୁର ଥାନା ପରିସରରେ ଆଜି ଅପରାହ୍ନରେ ଆଭାସି ମାଧ୍ୟମରେ ନୂତନ ଥାନା କୋଠାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି l ୨୦୨୨ ମସିହାରେ ୩ କୋଟି ୨୮ ଲକ୍ଷ୍ୟ ୯୪ ହଜାର ବ୍ୟୟରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆଜି ଏହା ଉଦଘାଟନ ହୋଇଛି l ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଲୋକଙ୍କ ସୁରକ୍ଷା କ୍ଷେତ୍ରରେ ଏହି ଥାନା ବେଶ ସହାୟକ ହେବ। ଏବଂ ମହିଳା ଓ ଶିଶୁ ମାନଙ୍କ ସୁରକ୍ଷା ପାଇଁ ଏହି ନୂତନ ଥାନାରେ ମହିଳା ଶିଶୁ ଡେସ୍କ ମଧ୍ୟ କାର୍ଯ୍ୟକାରୀ କରିବ। ଯଦ୍ୱାରା ସ୍ଥାନୀୟ ଲୋକଙ୍କୁ ଉତ୍ତମ ସେବା ମିଳିପାରିବ ବୋଲି କହିଥିଲେ l ବ୍ରହ୍ମପୁର ଏସ. ପି ଡା. ଶ୍ରବଣା ବିବେକ ଏମ ସରକାରଙ୍କ ଏହି ଭଳି ପଦକ୍ଷେପକୁ ପୁଲିସ ମନୋବଳକୁ ଉତ୍ସlହିତ କରିଥିବା କହିଛନ୍ତି l ଏହି ଅବସରରେ ଆଜି ନୂତନ ଥାନା ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଏସ ରାଜେଶ୍ୱରୀ ଦୋରା,ଗୋପାଳପୁର ଏନ ଏ ସି ଅଧକ୍ଷ ଏ. ଜାନକୀ ରାମ,ପୂର୍ବତନ ଅଧକ୍ଷ ଶଶୀ ଭୂଷଣ ମହାନ୍ତି, ବ୍ରହ୍ମପୁର ଏସପିଙ୍କ ସମେତ ଏସ ଡ଼ି ପି ଓ ସୁଧାଂଶୁ ଶେଖର ପରିଡ଼ା, ଆର. ଆଇ ଏମ. ଲକ୍ଷ୍ମୀ ରଞ୍ଜନ, ପୁଲିସ ସଂଘ ସଭାପତି କାଳୀ ଚରଣ ଷଡ଼ଙ୍ଗୀ,
ଗୋପାଳପୁର ଥାନା ଅଧିକାରୀ ଶରତ କୁମାର ମାହାଲିକ, ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ସେନା ଅଧିକାରୀ, ରଙ୍ଗେଈଲୁଣ୍ଡା ବିଡ଼ିଓ ଅଂଶୁମାନ ମହାପାତ୍ର, ତସିଲଦାର ପ୍ରଳୟା ନନ୍ଦ ଶତପଥୀ, ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ସମେତ ଅଂଚଳ ବାସୀ, କାଉନସିଲର, ଗୋପାଳପୁର ଥାନା ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ lସେହିପରି ୬.୧୯ କୋଟି ବ୍ୟୟରେ ରେ ଗୋପାଳପୁର ବସଷ୍ଟାଣ୍ଡ ନିକଟରେ ନିର୍ମାଣ ହୋଇଥିବା ଇନଡୋର ଷ୍ଟାଡିୟମ କୁ ମଧ୍ୟ ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଏନ ଏ ସି ଅଧ୍ୟକ୍ଷ ଏ ଜାନକୀ ରାମ ଙ୍କ ସମେତ ବ୍ରହ୍ମପୁର ସାଂସଦ, ବିଧାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ରହିଥିଲେ।