Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଲାଞ୍ଜିଗଡ ବିଧାୟକଙ୍କ ପ୍ରତିଶୃତି ମାରିଲା ଫେଲ• ପ୍ରତିଶ୍ରୁତିର ୧ ବର୍ଷ ପରେବି ଝରଣା ପାଣି ଓ ଡିବିରୀ ଆଲୁଅ ଭରଷାରେ ଚାଚା ଗ୍ରାମବାସି

କଳାହାଣ୍ଡି, ୧୪/୦୩ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତ ଅଧିନସ୍ତ ଚାଚା ଗ୍ରାମବାସୀଙ୍କ ପାଇଁ ବିଜୁଳି ଓ ପାନୀୟ ଜଳ ଏବେବି ଅପହଞ୍ଚ ହୋଇ ରହିଛି। ୬୦ ଟି ଆଦିବାସୀ ପରିବାର ରହୁଥିବା ଏହି ଗାଁରେ ପାନୀୟ ଜଳ ଓ ବିଜୁଳି ପହଞ୍ଚି ପହଞ୍ଚି ପାରି ନାହିଁ । ଏପରିକି ନଳକୂପ ଟିଏ ଅଛି ଯାହାକି ପର୍ଯ୍ୟାପ୍ତ ପରିମାଣରେ ପାଣି ପହଞ୍ଚୁ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଗାଁର ଏହି ସବୁ ସମସ୍ୟାକୁ ନେଇଁ ବିଭିନ୍ନ ଗଣମାଧ୍ୟମରେ ଜାନୁଆରି ୪ ତାରିଖ ୨୦୨୩ ବୁଧବାରରେ ଖବର ପ୍ରକାଶ ପାଇବା ପରେ ବିଧାୟକ ତଥା ବ୍ଳକ ପ୍ରଶାସନ ମଧ୍ୟରେ ଛନକା ପଶିଥିଲା।ବିଧାୟକ ଓ ବ୍ଲକ ପ୍ରଶାସନ ଅଧିକାରୀ ଖବର ପ୍ରକାଶର ମାତ୍ର ୪ ଦିନ ପରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀକୁମାର ଦିଶାରୀ ଓ ଲାଞ୍ଜିଗଡ଼ ଜୋନ-୨ ଜିଲ୍ଲାପରିଷଦ ସଦସ୍ୟ ପରୀକ୍ଷିତ ନାଏକ ଗାଁକୁ ଯାଇ ଗାଁର ବିଜୁଳି ଓ ପାନୀୟ ଜଳର ସମସ୍ୟାର ସମାଧାନ ପାଇଁ ଲୋକଙ୍କ ସହିତ ଆଲୋଚନା କରିଥିଲେ ଓ ବହୁତ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ହେଲେ ଆଜକୁ ୧ ବର୍ଷ ରୁ ଅଧିକ ସମୟ ବିତିଗଲାଣି ହେଲେ ଏବେ ଯାଏଁ ସମସ୍ୟାର ସମାଧାନ ହୋଇ ପାରିନାଇଁ। ଫଳରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଚାଚା ଗ୍ରାମବାସି। ଏଠି ବଡ଼ ପ୍ରଶ୍ନ ଉଠୁଛି ଯେ’ଜଣେ ଶାସକ ଦଳର ବିଧାୟକ ହୋଇ ପ୍ରତିଶୃତି ଦେଇ ପ୍ରତିଶୃତି ପୂରଣ କରି ପାରୁନାହାନ୍ତି ଏହା ହେଉଛି ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଙ୍କ ଅପାରଗତ ନୁହେଁ କି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
ଗାଁର ବିଜୁଳି ଓ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ସେ ଉଦ୍ୟମ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଓ ବିଦ୍ୟୁତୀକରଣ,ପାନୀୟ ଜଳ ସଂପର୍କରେ ସେ ପଦକ୍ଷେପ ନେବେ ବୋଲି ଗ୍ରାମ ବାସୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ଗାଁରେ ବିଧାୟକଙ୍କ ପାଦ ପଡିବା ପରେ ଲୋକଙ୍କ ମଧ୍ୟରେ ନୂତନ ଆଶାର ସଂଚାର ହୋଇଥିଲା ହେଲେ ପ୍ରତିଶୃତି ଦେଇ ଠକି ଦେଲେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ବୋଲି ଏବେ ଅଞ୍ଚଳରେ ବେସ ଚର୍ଚ୍ଚା ହେଉଛି । ବିଧାୟକ ନିକଟରେ ନିଜର ସମସ୍ୟା ବିଜୁଳି ଓ ପାନୀୟ ଜଳ ସଂପର୍କରେ ଜଣାଇବା ସହିତ ସେସବୁର ଆଶୁ ସମାଧାନ ନେଇ ବେଶ୍ ଆଶାବାଦୀ ହୋଇଥିଲେ ଗ୍ରାମ ବାସି। ହେଲେ ବର୍ତ୍ତମାନ ମଧ୍ୟ ପାନୀୟ ଜଳ ରୂପେ ଝରଣା ପାଣି ପିଉଛନ୍ତି ଗାଁ ଲୋକେ । ଗାଁରେ ବିଜୁଳି ନାହିଁ ଏଣୁ ଆଜିକୁ ୧ ବର୍ଷରୁ ଉର୍ଦ୍ଧ ସମୟ ହେଲା ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦେଇ ଠକିଦେଲେ ବୋଲି ଗାଁ ଲୋକେ ପ୍ରକାଶ କରିଛନ୍ତି। ଏଣୁ ଜିଲ୍ଲା ସ୍ତରୀୟ ଅଧିକାରୀ ଏଦିଗରେ ଦୃଷ୍ଟି ଦେବାକୁ ଚାଚା ଗ୍ରାମବାସୀ ଦାବି କରିଛନ୍ତି।