Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନିର୍ବାଚନ ପୂର୍ବରୁ ସରକାରଙ୍କ ବଡ଼ ଘୋଷଣା, ୨ ଟଙ୍କା କମିଲା ପେଟ୍ରୋଲ-ଡିଜେଲ୍ ଦର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ସାଧାରଣ ଜନତାଙ୍କୁ ଆଶ୍ଵସ୍ତି ଦେଇ ପେଟ୍ରୋଲ-ଡିଜେଲ୍ ଦାମ ୨ ଟଙ୍କା ଶସ୍ତା କରିଛନ୍ତି ମୋଦୀ ସରକାର। ନୂତନ ଦର ଶୁକ୍ରବାର ସକାଳ ୬ଟାରୁ ଲାଗୁ ହେବ। କେନ୍ଦ୍ର ମନ୍ତ୍ରୀ ହରଦୀପ ପୁରୀ ଏକ୍ସରେ ଟୁଇଟ୍ କରି ଗୁରୁବାର ଏହାର ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ପେଟ୍ରୋଲ ଓ ଡିଜେଲ୍‌ର ଦାମ ୨ ଟଙ୍କା କମ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ସାବ୍ୟସ୍ତ କରିଛନ୍ତି ଯେ, କୋଟି କୋଟି ଭାରତୀୟଙ୍କୁ ନିଜର ପରିବାର ଭାବନ୍ତି ଏବଂ ସେମାନଙ୍କ ହିତ ଓ ସୁବିଧାକୁ ସର୍ବଦା ଧ୍ୟାନ ଦେଉଛନ୍ତି।

ସେ କହିଛନ୍ତି, ଯେବେ ବିଶ୍ଵ ମୁସ୍କିଲ ସମୟ ଦେଇ ଗତି କରୁଥିଲା ବିକଶିତ ଓ ବିକାଶଶୀଳ ଦେଶଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ୍ ଦାମ ୫୦ରୁ ୭୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଏପରିକି ଆମ ପଡ଼ୋଶୀ ଦେଶଗୁଡ଼ିକରେ ତ ପେଟ୍ରୋଲ ମିଳିବା ବନ୍ଦ ହୋଇ ଯାଇଛି। କିନ୍ତୁ ଏମିତି ସ୍ଥିତିରେ କେନ୍ଦ୍ରର ମୋଦୀ ସରକାର ଦୂରଦର୍ଶୀ ଓ ବଳିଷ୍ଠ ନେତୃତ୍ଵ କାରଣରୁ ଆମଦେଶରେ ତେଲ ଦର ନିୟନ୍ତ୍ରଣରେ ରହିଛି। ଏହି ସରକାର ଯୋଗୁଁ ଆଜି ପେଟ୍ରୋଲ ଓ ଡିଜେଲ୍ ଦାମ ୨ ଟଙ୍କା କମ କରାଯାଇ ପାରିଛି।