ଲାତୁରପେଟ ରେ ଜିଲ୍ଲା ସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଲାତୁରପେଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଅନୂସୁଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ସଚିବ କୁମୁଦିନୀ ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ l ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିରେନ୍ଦ୍ର ନାଏକ , ଉପଖଣ୍ଡ ପୁଲିସ ଅଧିକାରୀ ବାସୁଦେବ ଛତ୍ରିଆ ,ଥାନା ଅଧିକାରୀ ଶୋଭାକର ସେଠ ,ଲିଗାଲ ସେଲ ସଦସ୍ୟା ସବିତା ପଣ୍ଡା , ଅହଲ୍ୟା ନାଏକ, ଶାନ୍ତି ଲତା ଜଗଦଲl ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ l ସାଧାରଣ ଲୋକ କିଭଳି ସହଜରେ ନ୍ୟାୟ ପାଇ ପାରିବ ସେ ବିଷୟରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ l କାର୍ଯ୍ୟକ୍ରମରେ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ସୁଚେତା ମିଶ୍ର ସଭାପତିତ୍ୱ କରିଥିବାବେଳେ ରଞ୍ଜନ ଭୋଇ ଙ୍କ ସହିତ ଆଇନ ସେବା ପ୍ରାଧୀକରଣର କର୍ମଚାରୀ ମାନେ ଉପସ୍ଥିତ ଥିଲେ I