ଝାରସୁଗୁଡା ୧୫/୩ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସୀମାନ୍ତ ଅଞ୍ଚଳ କନକତୋରା ପଞ୍ଚାୟତ ଅନ୍ତର୍ଗତ ଲୁହାବଗା ଗ୍ରାମର ସାପଡ଼ା ଛକରେ ଦୀର୍ଘ ଦିନ ହେବ ଏକ ଦେଶୀ ମଦ ଭାଟି ରହିଛି । ଉକ୍ତ ଦେଶୀ ମଦ ଭାଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ନିମନ୍ତେ ସ୍ଥାନୀୟ ମହିଳା ସଂଗଠନ ର ସଦସ୍ୟା ମାନେ ଜିଲ୍ଳାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଜିଲ୍ଲାପାଳଙ୍କୁ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ସାଡେରା ପଡ଼ାବାସୀ ଏହି ରାସ୍ତା ଦେଇ କନକତୋରା ପଞ୍ଚାୟତ କାର୍ଯ୍ୟାଳୟ,ସମବାୟ ସମିତି କାର୍ଯ୍ୟାଳୟ ଓ ମିନି ବ୍ୟାଙ୍କ, ଡାକ୍ତରଖାନା, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କକୁ ଯିବା ସହିତ ଛୋଟ ବଡ଼ ଛାତ୍ରଛାତ୍ରୀ ମାନେ ମଧ୍ୟ ବିଦ୍ୟା ଅଧ୍ୟୟନ ନିମନ୍ତେ ବିଭିନ୍ନ ସ୍କୁଲ, କଲେଜକୁ ଯାଉଛନ୍ତି । ଉକ୍ତ ଦେଶୀ ମଦ ଭାଟି ଟି ପଡ଼ା ର ମୁଖ୍ୟ ଛକ ଜାଗାରେ ରହିଥିବା ଯୋଗୁଁ ବିଭିନ୍ନ ଅଞ୍ଚଳର ଦୁଷ୍ଟ ଓ ମଦୁଆ ଲୋକଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଗତ ଦିନରେ ମଧ୍ୟ ଏ ସ୍ଥାନରେ ଅନେକ ଗାଳି ଗଣ୍ଡଗୋଳ ହେବା ସହିତ ଅଞ୍ଚଳରେ ଚୋରି ଡକାୟତି ଭଳି ରାହାଯାନୀ ଘଟଣା ମାନ ମଧ୍ୟ ଘଟୁଛି । ଯାହା ଫଳରେ ଛାତ୍ରଛାତ୍ରୀ ତଥା ପଡ଼ାବାସୀ ଏହି ରାସ୍ତା ଦେଇ ଯିବା ଆସିବା ପାଇଁ ଭୟଭୀତ ହେବା ସହିତ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ତେଣୁ ଉକ୍ତ ଦେଶୀ ମଦଭାଟିକୁ ଯଥାଶୀଘ୍ର ଅନ୍ୟତ୍ର ସ୍ଥାନାନ୍ତର କରିବା ନିମନ୍ତେ କନକତୋରା, ଲୁହାବଗା ଓ ସାଡେରା ଗାଁର ମହିଳା ସଦସ୍ୟା ମାନଙ୍କ ମଧ୍ୟରେ ଅଏଁଲା ବିଶ୍ଵାଳ,ପଦ୍ମିନୀ ପଧାନ,ବିନୋଦିନି ଦାଶ,ଅର୍ଚ୍ଚନା ଦାଶ, ମହିମା ପଧାନ,ଯଶୋବନ୍ତି ସେଟ ପ୍ରମୂଖ ମହିଳା ସଦସ୍ୟା ମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।