Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଳବ ରେ ଗୋଷ୍ଠୀ ସଂଘର୍ଷ।ଖଣ୍ଡାରେ ହାଣିଲେ, ଜଣେ ଆହାତ,ଆକ୍ରମଣ କାରୀ ଙ୍କ ମୋଟରସାଇକେଲ ଭଙ୍ଗାରୁଜା

ଗୋପାଳପୁର,୧୫/୦୩
ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ଗ୍ରାମରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଜଣେ ଛେଳି ଜଗିଥିବା ଯୁବକକୁ ସଂଘବଦ୍ଧ ଭାବେ ଖଣ୍ଡା ରେ ଆକ୍ରମଣ କରିଥିଲେ। ଯାହାକୁ ନେଇ ଗାଁ ରେ ଉତ୍ତେଜନା ଦେଖା ଦେବା ସହ ଆକ୍ରମଣ କରିଥିବା ଲୋକଙ୍କ ଏକ ମୋଟରସାଇକେଲ କୁ ଭଙ୍ଗାରୁଜା କରିବା ସହ ଘରକୁ ପଥର ମାଡ କରିଥିବା ଜଣାପଡିଛି ‌। ଅଭିଯୋଗ ଅନୁଯାୟୀ ରାଳବ ତଳ ସାହି ରେ ରହୁଥିବା ବି ସନ୍ତୋଷ (୩୨) ଗାଁ ଶେଷ ମୁଣ୍ଡ ରେ ଥିବା ନିଜ ଛେଳି ମନ୍ଦା ସହ ଥିବା ବେଳେ ସନ୍ଧ୍ୟା ପ୍ରାୟ ସାଢ଼େ ୬ ଟା ବେଳେ ଗ୍ରାମର ତିନି ଯୁବ ଅତର୍କିତ ଭାବେ ସେଠାରେ ପହଞ୍ଚି ସନ୍ତୋଷ କୁ ଖଣ୍ଡା ଓ ଠେଙ୍ଗା ରେ ଆକ୍ରମଣ କରିଥିଲେ। ଫଳରେ ସନ୍ତୋଷ ଙ୍କ ମୁଣ୍ଡ ରେ ଆଘାତ ଲାଗିବା ସହ ଦୁଇ ଗୋଡ ଭାଙ୍ଗି ଯାଇଛି।ଘଟଣା ନେଇ ସନ୍ତୋଷ ନିଜ ବଡ ଭାଇ କ୍ରିଷ୍ଣା ଙ୍କୁ ଫୋନ ଯୋଗେ ଖବର ଦେଇଥିଲେ। କ୍ରିଷ୍ଣା ସେଠାରେ ପହଞ୍ଚି ବା ପରେ ଆକ୍ରମଣ କାରୀ ମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଉଦ୍ୟମ କରିବାରୁ ସେଠାରୁ ସେ ଖସି ପଳାଇବାକୁ ସକ୍ଷମ ହୋଇଥିଲେ।ଘଟଣା ପରେ ପରିବାର ଲୋକେ ଆହାତ ସନ୍ତୋଷ କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲ ପଠାଆ ପୁଲିସ କୁ ଅବଗତ କରିଥିଲେ।ଘଟଣା ପରେ ସନ୍ତୋଷ ଙ୍କ ପରିବାର ଲୋକେ ଆକ୍ରମଣ ରେ ସମ୍ପୃକ୍ତ ରହିଥିବା କୁରମାୟା, ନାରସିହୁଂଲୁ ଙ୍କ ଘର ଉପରକୁ ପଥର ମାଡ କରିବା ସହ ଘର ସମ୍ମୁଖରେ ଥିବା ଏକ ମୋଟରସାଇକେଲ କୁ ଭଙ୍ଗାରୁଜା କରିଥିଲେ। ଖବର ପାଇ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ପ୍ରତି ନଜର ରଖିଛନ୍ତି। ଗ୍ରାମରେ ଉତ୍ତେଜନା ଲାଗି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories