ଗୋପାଳପୁର ୧୫/୩
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ନୂତନ ସମ୍ମିଳନୀ କକ୍ଷ ଠାରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ନିର୍ଦ୍ଧେଶ କ୍ରମେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନେ ଭାଷା, ଶିକ୍ଷା, ସଂସ୍କୃତି, ପରମ୍ପରା, ସଂଗୀତ, କ୍ରୀଡା, ପର୍ଯ୍ୟଟନ ଓ ସମ୍ପର୍କ ଆଦି ଉପରେ ଅଧିକ ଜ୍ଞାନ କୌଶଳ ଆହୋରଣ କରିବା ସହ ଏକ ଭାରତ, ଶ୍ରେଷ୍ଠ ଭାରତ ର ଗଠନରେ ଯୁବ ପେଢ଼ିଙ୍କୁ ସହାୟକର କାର୍ଯ୍ୟକ୍ରମ l ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଇଜର ପକ୍ଷରୁ ହିମାଞ୍ଚଳ ପ୍ରଦେଶର କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ୪୫ ଛାତ୍ର ଛାତ୍ରୀ , ୫ ଜଣ ଶିକ୍ଷକ ଏଵଂ ଆଇଜରର ପ୍ରଫେସର ବିଶ୍ୱାସ ଚୋୖହlନ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ପହଞ୍ଚି ଥିଲେ l ଏଠାରେ ସମସ୍ତଙ୍କୁ ବିଶ୍ଵବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସ୍ୱାଗତ କରିଥିଲେ l ଏହି ଅବସରରେ ନୂତନ ସମ୍ମିଳନୀ କକ୍ଷ ଠାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଏଥିରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ, ଆଇ କ୍ୟୁ ଏସି ର ନିର୍ଦ୍ଧେଶକ ପ୍ରଫେସର ସୁଧାକର ପାତ୍ର, ଯୁଗ୍ମ ନିର୍ଦ୍ଧେଶକ ଡ଼. ଲକ୍ଷ୍ମୀଧର ରାଉତ ପ୍ରମୁଖ ମଂଚାସୀନ ଥିଲେ l ହିମାଞ୍ଚଳ ପ୍ରଦେଶର ଡ଼. ହରିସ ଗୌତମ ଏକ ଭାରତ ଶ୍ରେଷ୍ଠ ଭାରତର ପର୍ଯ୍ୟଟନ, ପରମ୍ପରା, ପ୍ରଗତି, ପ୍ରଯୁକ୍ତି ବିଦ୍ୟା, ପରସ୍ପର ସମ୍ପର୍କ ଉପରେ ଆଲୋକପାତ କରିଥିଲେ l ପ୍ରଫେସର ସୁଧାକର ପାତ୍ର ବିଭିନ୍ନତା, ଏକତା, ଜାତୀୟ ସଂହତି ଓ ବିଶ୍ଵର ଶ୍ରେଷ୍ଠ ଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରିଥିଲେ l ଡ଼.ରାଉତ ବିଶ୍ଵବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମକୁ ଏଲ ସି ଡ଼ି ମାଧ୍ୟମରେ ପଦର୍ଶନ କରିଥିଲେ l ପ୍ରଫେସର ବରାଳ ଭାରତର ଉନ୍ନତି ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ l ହିମାଞ୍ଚଳ ପ୍ରଦେଶର ଦୁଇ ଜଣ ଛାତ୍ର,ଛାତ୍ରୀ ଓଡିଶାର ବିଭିନ୍ନ କାର୍ଯ୍ୟକ୍ରମକୁ ଭୂୟା ପ୍ରଶଂସା କରିଥିଲେ l ପର୍ଯ୍ୟଟନ ବିଭାଗର ଡ଼. ରିତୁ ତିବାରୀ ଧନ୍ୟବାଦ ଅର୍ପଣ କରିଥିଲେ l ପରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଥିବା ଦକ୍ଷିଣ ଓଡିଶା ସାଂସ୍କୃତିକ କେନ୍ଦ୍ର ପରିଦର୍ଶନ କରିଥିଲେ l ସେଠାରେ ରହିଥିବା ପ୍ରାଚିନ ତାଳପତ୍ର, ଗହଣା, ବାଦ୍ୟଯନ୍ତ୍ର, ପାରମ୍ପରିକ ଭେଷଭୁଷା ଆଦିକୁ ଦେଖି ଖୁସି ହୋଇଥିଲେ l