ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ସମ୍ବନ୍ଧିତ ମନି ଲଣ୍ଡ୍ରିଂ ମାମଲାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ବଡ ଆଶ୍ୱସ୍ତି ମିଳିଛି । ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ଇଡି ସମନ ମାମଲାରେ ୧୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚଲିକାରେ କେଜରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି ।
ଅରବିନ୍ଦ କେଜରିୱାଲଙ୍କ ପକ୍ଷରୁ ହାଜର ଓକିଲ ରମେଶ ଗୁପ୍ତା ଅଦାଲତରେ ଅପିଲ୍ କରିଥିଲେ, ବଣ୍ଡ ଉପରେ ନିଷ୍ପତି ଶୁଣାଇଲେ ମୁଖ୍ୟମନ୍ତ୍ରୀ ଅଦାଲତ ଯାଇ ପାରିରେ । ଏହା ପରେ କୋର୍ଟ ୧୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚଲିକାରେ କେଜରିୱାଲଙ୍କୁ ଜାମିନ ଦେଇଛନ୍ତି । ଶୁଣାଣି ସମୟରେ କୋର୍ଟ କହିଛନ୍ତି, ଯାହା ବି ଅପରାଧ ହୋଇଛି ତାହା ଜାମିନ ପାଇବା ଯୋଗ୍ୟ । ତେଣୁ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଉଛି ।
#WATCH | Delhi CM Arvind Kejriwal leaves from Rouse Avenue Court, after being granted bail on a bail bond of Rs 15,000 and a surety of Rs 1 lakh.
— ANI (@ANI) March 16, 2024
The CM appeared before the court following summons issued to him by the court on the basis of two ED complaints in connection with… pic.twitter.com/dPBXR95R4u
ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରଥମ ଥର କୋର୍ଟରେ ହାଜର ହୋଇଥିଲେ । ଏହା ପୂର୍ବରୁ ସେ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହୋଇଥିଲେ । ଅନ୍ୟପଟେ ଗତକାଲି ଦିଲ୍ଲୀର ଏକ ସେସନ କୋର୍ଟ କେଜରିୱାଲଙ୍କ ବିରୋଧରେ ଇଡି ସମନକୁ ଅଣଦେଖା କରିବା ମାମଲାରେ ମାଜିଷ୍ଟ୍ରେଟ କୋର୍ଟରେ ଚାଲିଥିବା ଶୁଣାଣି ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଥିଲେ । କେଜରିୱାଲ ଯାଚିକା ଦାୟର କରି ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାରେ କୋହଳ ଦେବାକୁ ଦାବି କରିଥିଲେ । ଏହି ଆବେଦନ ଉପରେ ଗୁରୁବାର ଓ ଶୁକ୍ରବାର ଲମ୍ବା ବିତର୍କ ହୋଇଥିଲା ।