ସୁବର୍ଣ୍ଣପୁର ଜିଲ୍ଲା ବାବୁପାଲି ଗାଁରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ା


ସୁବର୍ଣ୍ଣପୁର – ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବାବୁପାଲି ଗାଁରୁ ଆସିଛି ଏକ ଲଜ୍ୟାଜନକ ଖବର । ବାବୁପାଲି ଗାଁର ଏକ ଛଅ ବର୍ଷର ନାବାଳିକାକୁ ଅସଦବ୍ୟବହାର କରିଥିବା ନେଇ ଗାଁର ୬୦ ବର୍ଷୀୟ ପାଣ୍ଡବ ସେଠ ଙ୍କ ନାଁରେ ଅଭିଯୋଗ ହୋଇଛି । ଏହାକୁ ନେଇ ବିନିକା ଥାନାରେ ଅଭିଯୋଗ କରିଛନ୍ତି ନାବାଳିକାର ପରିବାର ଲୋକେ । ଗତ ରବିବାର ଦିନ ଝିଅ ଖେଳିବାକୁ ଯାଇଥିବା ବେଳେ ଅନେକ ସମୟ ପର୍ଯ୍ୟନ୍ତ ଝିଅ ନଫେରିବାରୁ ପରିବାର ଲୋକ ଖୋଜା ଖୋଜି କରୁଥିବା ବେଳେ ଗାଁର ଏକ ନିଛାଟିଆ ସ୍ଥାନରେ ଝିଅ ଶୋଇଥିବା ଦେଖିବାକୁ ପାଇଥିଲେ l ଠିକ ସେହି ସମୟରେ ପାଣ୍ଡବସେଠ ଦୁଷ୍କର୍ମ କରିବାକୁ ଉଦ୍ୟମ କରିବାକୁ ଯାଉଥିବା ବେଳେ ଦେଖିଥିଲେ । ପରେ ପାଣ୍ଡବର ପରିବାର ଲୋକଙ୍କୁ ନାବାଳିକାଙ୍କ ପରିବାର ଡାକି ସବୁ ଘଟଣା କହିଥିଲେ । ହେଲେ ଓଲଟା ପାଣ୍ଡବର ପରିବାର ଲୋକେ ନାବାଳିକାର ପରିବାର ଲୋକଙ୍କୁ ଗାଳିଗୁଲଜ କରିଥିଲେ । ଫଳରେ ନାବାଳିକାର ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହାକୁନେଇ ବିନିକା ଥାନା ପକ୍ଷରୁ ଏକ ମାମଲା ରୁଜ୍ଜୁ କରି ଦଫା ୩୪୧/୩୫୪/ ୨୯୪/୫୦୬/୩୪ ଆଇପିସି ଓ ୧୦ ପୋସ୍କୋ ଆଇନ ଲଗାଯାଇଛି । ପୋଲିସ ମାମଲା ରୁଜ୍ଜୁ କରି ବାବୁପାଲି ଗାଁରେ ପହଚିଂ ଆଧିକ ତଦନ୍ତ ଆରମ୍ଭ କରିଛି ।