ବିଜେଡିଏ ଟିକେଟ୍ କିଏ ଦିଏ ଗୁମର ଖୋଲି ଦେଲେ ଦଳୀୟ ନେତା


ଭୁବନେଶ୍ୱର: ବିଜେଡିରେ ଟିକେଟ୍ କିଏ ଦିଏ ? ଏହି ପ୍ରଶ୍ନ ସାଧାରଣରେ ଉଙ୍କି ମାରି ଆସିଛି । କିଏ କୁହେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ତ ଆଉ କିଏ କୁହେ ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ପୁଣି ଆଉ କିଏ ନବୀନ ଯାହାଙ୍କୁ ଚାହାନ୍ତି ତାଙ୍କୁ ଟିକେଟ୍ ଦିଅନ୍ତି । ତେବେ ଗତକାଲି ଅଭିନେତା ଅରିନ୍ଦମ ରାୟ ବିଜେଡି ଛାଡିବା ପରେ ବିଜେଡିର ଟିକେଟ୍ ବଂଟନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ବିଜେଡିର ଟିକେଟ୍ କିଏ ଦିଅନ୍ତି ତାର ଗୁମର ଖୋଲି ଦେଲେ ବିଜେଡି ନେତା । କିଛି ନେତାଙ୍କ ଫେସବୁକ ଫୋଷ୍ଟର୍‌ୁ ଟିକେଟ୍ କିଏ ଦିଏ ତାର ଗୁମର ଖୋଲିଛି ।

ବିଜେଡିର ଟିକେଟ୍ କିଏ ଦିଅନ୍ତି ତାର ଗୁମର ଖୋଲି ଦେଲେ ବିଜେଡି ନେତା । ଗୁମର ଖୋଲିଲା କିଛି ବିଜେଡି ନେତାଙ୍କ ଫେସବୁକ ପୋଷ୍ଟ । ଜଣେ ରାଜ୍ୟସଭା ସାଂସଦ ଓ ୨ ବିଧାୟକଙ୍କ ଫେସବୁକ ପୋଷ୍ଟରୁ ଏହାର ଖୁଲାସା ହୋଇଛି ସଂଗଠନ ସଂପାଦକ ବବି ଦାସ ହିଁ ଟିକେଟ୍ ଦିଅନ୍ତି ବୋଲି ଇଙ୍ଗିତ କରିଛନ୍ତି ଦଳୀୟ ନେତା । ସେ ଯାହାକୁ ପାରିଥାନ୍ତେ ତାକୁ ଟିକେଟ୍ ଦେଇଥାନ୍ତେ ବୋଲି ଫେସବୁକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ସାଂସଦ ଓ ବିଧାୟକ । ପ୍ରଣବ ପ୍ରକାଶ ପରିବାର ନୁହେଁ ଦଳ ଓ ଦଳର କର୍ମୀଙ୍କୁ ଗୁରୁତ୍ୱ ଦିଅନ୍ତି ।

ପୋଷ୍ଟରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, ସେ ଚାହିଁଥିଲେ ପରିବାରର ଏକାଧିକ ସଦସ୍ୟଙ୍କୁ ଟିକେଟ୍ ଦେଇ ପାରିଥାନ୍ତେ । ସେ ଯାହାକୁ ପାରିଥାନ୍ତେ ତାକୁ ଟିକେଟ୍ ଦେଇଥାନ୍ତେ । ଅରିନ୍ଦମ ରାୟଙ୍କ ଇସ୍ତଫା ପରେ ନେତାମାନେ ଏମିତି ମତ ଦେଇଥିବା ଚର୍ଚ୍ଚା ହେଉଛି । ଗତକାଲି ବବିଙ୍କ ଭିଣୋଇ ଅରିନ୍ଦମ ବିଜେଡି ଛାଡି ବିଜେପିରେ ମିଶିଛନ୍ତି । କିଛି ଦିନ ତଳେ ବବିଙ୍କ ମାମୁ ଭବାନୀ ଜଗଦ୍ଦେବ ମଧ୍ୟ ପଦ୍ମ ଧରିଥିଲେ । ତେବେ ନେତାମାନଙ୍କ ଏଭଳି ମନ୍ତବ୍ୟ ନେଇ ବିଜେଡିର ପ୍ରତିକ୍ରିୟା ମିଳିନି ।

ବିଜେଡିରେ ଟିକେଟ୍ କିଏ ଦିଏ ଏହି ଚର୍ଚ୍ଚା ମେଂଟକୁ ନେଇ ଲାଗି ରହିଥିବା ସସପେନ୍ସ ମଧ୍ୟରେ ଆସିଛି । ବବି ଦାସ ଟିକେଟ୍ ନ ଦେବା କାରଣରୁ ତାଙ୍କ ମାମୁ ବିଜେଡି ଛାଡି ବିଜେପିରେ ମିଶିଥିବା କୁହାଯାଏ । ସେହିପରି ଅରିନ୍ଦମ ରାୟ ମଧ୍ୟ ଏଥର ଟିକେଟ୍ ପାଇବେ ବୋଲି ଆଶା ରଖିଥିବା କୁହାଯାଉଛି । କିନ୍ତୁ ଦଳରେ ଅଣଦେଖା ହେବା ପରେ ସେ ଗତକାଲି ବିଜେଡି ଛାଡି ବିଜେପିରେ ମିଶିଛନ୍ତି । ବିଜେଡି ନେତାଙ୍କ ଫେସବୁକ ପୋଷ୍ଟରୁ ଆପାତତଃ ଏହା ସ୍ପଷ୍ଟ ହୋଇଛି ଯେ, ବବି ଦାସ ବିଜେଡିରେ ଟିକେଟ୍ ବାଂଟନ୍ତି ।