ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ର ଜୀବନ ରେଖା ହରିହର ଯୋର ମଧ୍ୟମ ଜଳ ସେଚନ ପ୍ରକଳ୍ପ ର କେନାଲ ଭାଙ୍ଗିଛି । କେନାଲ ଭାଙ୍ଗି ଯିବା ଫଳରେ ପାଣି କେନାଲ ର ତଳ ମୁଣ୍ଡକୁ ଯାଇ ପରୁ ନାହିଁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଚାଷୀ ଙ୍କ ଏକମାତ୍ର ଭରଷା ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ । ଉକ୍ତ ପ୍ରକଳ୍ପ ର କେନାଲ ସାହାଯ୍ୟରେ ଜଳ ସେଚନ କରି ଚାଷୀ ଚାଷ କରୁଛନ୍ତି । ଏବେ ରବି ଋତୁ ରେ ଧାନ ଚାଷ କରିଛନ୍ତି ଚାଷୀ । ଚାଷ ପାଇଁ ଏବେ ପାଣି ଆବଶ୍ୟକ ହେଉଥିବା ବେଳେ ବିଭିନ୍ନ ସମୟରେ କେନାଲ ଭାଙ୍ଗି ଯାଉଥିବା ଅଭିଯୋଗ ହୋଇଥାଏ । ବାରମ୍ବାର ପ୍ରକଳ୍ପ ର କେନାଲ ଭାଙ୍ଗୁ ଥିବା ବେଳେ ଏଥିରେ ଚାଷୀ ହତାଶ ହେଉଥିବା ସହ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି l ହରିହରଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ ରୁ ଯାଇଥିବା କେନାଲ ର କାଦୋଦର ପଞ୍ଚାୟତ ର ଗଇଲଗୁଡି ନିକଟସ୍ଥ ମୁଖ୍ୟ କେନାଲ ର ୪୫ ନମ୍ୱର କେନାଲ ଆଉଟଲେଟ ନିକଟ ରେ ଜଙ୍ଗଲ ପାର୍ଶ୍ବ କୁ କେନାଲ ରେ ବଡ ଗର୍ତ୍ତ ହୋଇ ପାଣି ଜଙ୍ଗଲ ଭିତର କୁ ବୋହି ଯାଇଛି। ଫଳରେ କେନାଲ ର ତଳ ମୁଣ୍ଡକୁ ପାଣି ଯାଇ ପାରୁ ନାହିଁ। ଧାନ ଚାଷ ନଷ୍ଟ ହେବାର ଆଶଙ୍କା ରହିଛି। ତେଣୁ ଚାଷୀ ଆଶା ଓ ଆଶଙ୍କା ରେ ରହିଛି । କେନାଲ ଭାଙ୍ଗିଥିବା ଖବର ପାଇ ବିଭାଗୀୟ ଅଧିକାରୀ କେନାଲ ପାଣି କୁ ଡେମ ରୁ ବନ୍ଦ କରିଦେଇଥିଲା ଜଣା ପଡ଼ିଛି । କେନାଲ ଭାଙ୍ଗିବା ଫଳରେ ବହୁ ଚାଷୀଙ୍କ ଧାନଚାଷ ପ୍ରଭାବିତ ହେବାର ଆଶଙ୍କା ଥିବା ଦେଖାଯାଉଛି l କେନାଲ ଭଙ୍ଗା ନେଇ ବିଭାଗୀୟ ସହକାରୀ ଯନ୍ତ୍ରୀ କ୍ରୀଷ୍ଣା ଜେନା ଙ୍କୁ ଯୋଗାଯୋଗ କରାଯିବ ରୁ ସେ କେନାଲ ଭାଙ୍ଗିଥିବା ସ୍ବୀକାର କରିଥିଲେ । କେନାଲ ଆପେ ଆପେ ଭାଙ୍ଗିବା ଘଟଣା ସଂଦେହ ଜନକ ବୋଲି କହିବା ସହିତ କିଛି ଖଳ ପ୍ରକୃତି ଲୋକ କେନାଲ ଭାଙ୍ଗି ଦେଇ ଥାଇ ପାରନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ସେପଟେ କେନାଲ ମରାମତି ବେଳେ ନିମ୍ନ ମାନର କାମ ଯୋଗୁଁ ଏଭଳି ହେଉଥିବା ସହିତ ଏହା ମନୁଷ୍ୟ କୃତ ନା ବିଭାଗୀୟ କର୍ମଚାରୀ ଚାଲ କରି ସରକାରୀ ଅର୍ଥ କୁ ଚଲୁ କରିବା ଉଦ୍ଦେଶ୍ୟ ବୋଲି ସାଧାରଣ ରେ ଆଲୋଚନା ହେଉଛି l ରବିବାର ସକାଳୁ ଯୁଦ୍ଧକାଳୀନ ଭିତ୍ତି ରେ ଏହା ମରାମତି କରି କେନାଲ କୁ କାର୍ଯ୍ୟକ୍ଷମ କରାଯିବ ଓ ଠିକ ସମୟରେ ଚାଷୀଙ୍କ ଜମି କୁ ପାଣି ଛଡା ଯିବ ବୋଲଶ୍ରୀଯୁକ୍ତ ଜେନା ପ୍ରକାଶ କରିଛନ୍ତି l
ବୀରମହାରାଜପୁର ହରିହର ଜୋର ଜଳ ସେଚନ ପ୍ରକଳ୍ପ ର କେନାଲ ଭାଙ୍ଗିବା ଯୋଗୁଁ ରବି ଧାନ ଚାଷ ପ୍ରଭାବିତ
