ଛତ୍ର ଭଙ୍ଗ ଦେଲେ ମାଓବାଦୀମାଓ କ୍ୟାମ୍ପ ଠାବ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ


କଳାହାଣ୍ଡି, ୧୭/୦୩ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲାରେ ମୁହାମୁହିଁ ହୋଇଛନ୍ତି ପୋଲିସ୍ ଏବଂ ମାଓବାଦୀ । ମାଓ କ୍ୟାମ୍ପ ଠାବ କଲା ପୋଲିସ୍ , ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ମନସ୍କା ଗାଁ ନିକଟ ଜଜଙ୍ଗଲରେ ମାଓବାଦୀଙ୍କ ଚଳ ପ୍ରଚଲ ଥିବା ନେଇ ସୂଚନା ପାଇବା ପରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ସିଆରପିଏଫ ଓ ଏସଓଜି ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା । ସୁରକ୍ଷା କର୍ମୀଙ୍କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ପରେ ମାଓ କ୍ୟାମ୍ପ ଠାବ କରିଥିଲା ସୁରକ୍ଷା କର୍ମୀ , ଅନେକ ମାଓ ସାମଗ୍ରୀ ଜବତ କରିବା ସହ ଗୋଟିଏ ଲେଣ୍ଡ ମାଇନକୁ ସେଠାରେ ନଷ୍ଟ କରିବା ସହ ବର୍ତ୍ତମାନ ମଧ୍ୟ ମନସ୍କା ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । କ୍ୟାମ୍ପ ଠାବ ସମୟରେ ୫୮ ଟି ଜୀବନ୍ତ ଗୁଳି , ନକ୍ସଲ ପୋଷାକ , ୭୪ ଟି ଜିଲୋଟିନ , ୧୦ ଟି ଡେଟୋନେଟର , ହେଣ୍ଡ ଗ୍ରେନେଟ , ବନ୍ଧୁକ ପାଉଡର , ସମେତ ବ୍ୟାନର ମଧ୍ୟ ଜବତ ରହିଛି । ଜବତ ବ୍ୟାନରରେ ଟାପରେଙ୍ଗ ମାଓ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଆୱାନ ରହିଥିବା ବେଳେ , ଖଣି ଖନନକୁ ବିରୋଧ ପାଇଁ ମଧ୍ୟ ପୋଷ୍ଟରରେ ଉଲ୍ଲେଖ ରହିଛି। ଏହି କ୍ୟାମ୍ପରେ ବଂଶଧାରା , ଘୁମୁସର , ନାଗାବଳୀ ଡିଭିଜନ କମିଟି ସଦସ୍ୟା ଓ କଳାହାଣ୍ଡି , କନ୍ଧମାଳ , ବୌଦ୍ଧ , ନୟାଗଡ଼ ଡିଭିଜନାଲ ଟିମର ମାଓ ସଦସ୍ୟା ଥିବା ବେଳେ , ଏକ ବଡ଼ ଯୋଜନା ଚାଲିଥିବା ବେଳେ , ସୁରକ୍ଷା କର୍ମୀଙ୍କୁ ଦେଖି ଅନ୍ଧାର ରାତିର ସୁଯୋଗ ନେଇ ଛତ୍ରଭଙ୍ଗ ଦେଇଥିବା ନେଇ କଳାହାଣ୍ଡି ଏସପି ଅଭିଳାଷ ଜି ସୂଚନା ଦେଇଛନ୍ତି। ଏନେଇ ଆଜି ଜିଲ୍ଲା ପୋଲିସ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଥିଲା । ଅନୁଷ୍ଟିତ ସାମ୍ବାଦିକ ସମ୍ମିଳନୀ ରେ ଏସପି ଅଭିଳାଷ ଜି, ସିଆରପିଏସ କମାଡେଣ୍ଟ ପଙ୍କଜ ଚୌଧୁରୀ ଉପସ୍ଥିତ ରହିଥିଲେ।