Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଳବ ରେ ସଂଘବଦ୍ଧ ଆକ୍ରମଣ ମାମଲା।୨ ଅଭିଯୁକ୍ତ ଅଟକ, ଅନ୍ୟକୁ ଖୋଲୁଛି ପୁଲିସ।

ଗୋପାଳପୁର,୧୭/୦୩
ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ଠାରେ ପୂର୍ବ ଶତ୍ରୁତା କେନ୍ଦ୍ର କରି ତଳ ସାହି ର ବି ସନ୍ତୋଷ ପାତ୍ର ଙ୍କୁ କିଛି ଯୁବକ ସଂଘବଦ୍ଧ ଆକ୍ରମଣ କରିବା ଘଟଣା ପରେ ଦୁଇଦିନ ହେଲା ଗାଁ ରେ ପୁଲିସ ମୁତୟନ ରହିଥିବା ସହ ଘଟଣାରେ ସମ୍ପୃକ୍ତ ରହିଥିବା ୨ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି। ଅନ୍ୟ ମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଆକ୍ରମଣ ଗୁରୁତର ଆହାତ ସନ୍ତୋଷ ଙ୍କ ଚିକିତ୍ସା ବିଶାଖାପାଟଣା ରେ ଚାଲିଥିବା ବେଳେ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ଘଟଣା ପରେ ଗାଁ ରେ ଉତ୍ତେଜନା ଲାଗି ରହିଥିବା ଶନିବାର ଠାରୁ କୌଣସି
ଅପ୍ରୀତିକର ପରିସ୍ଥିତି ଉପୁଜିନଥିବା ଦେଖିବାକୁ ମିଳିଛି। ସଂଘବଦ୍ଧ ଆକ୍ରମଣ ଘଟଣାରେ ୬ ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ମୋଟରସାଇକେଲ ପୋଡ଼ି ଓ ଭଙ୍ଗାରୁଜା ମାମଲାରେ ମଧ୍ୟ ୫ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ନାମରେ ଆଉ ଏକ ମାମଲା ରୁଜୁ ହୋଇଛି। ଗୋଳନ୍ଥରା ପୁଲିସ ପକ୍ଷରୁ ପରିସ୍ଥିତି ପ୍ରତି ନଜର ରଖିଥିବା ଆଇଆଇସି ବିବେକାନନ୍ଦ ସ୍ବାଇଁ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories